19.7 C
Odisha
Friday, January 16, 2026

ସୁନା କଏନ ପାଇଲା ଆଦିବାସୀ ପରିବାର

ଆଜିକାଲି ସମସ୍ତଙ୍କୁ ଦରକାର ଟଙ୍କା । ଟଙ୍କା ପଇସାର ଅଭାବ ହେଲେ ପୁରେନି ପେଟ । ନିଜ ସ୍ୱପ୍ନକୁ ପୁରା କରିହୁଏନି । ଆଖପାଖର ଲୋକେ ସମ୍ମାନ ମଧ୍ୟ ଦିଅନ୍ତିନି । ତେଣୁ ଟଙ୍କା ରୋଜଗାର ପାଇଁ ବିଭିନ୍ନ ଉପାୟ ଖୋଜନ୍ତି ଲୋକେ । ହେଲେ କିଛି ଲୋକଙ୍କ ଭାଗ୍ୟରେ ହଠାତ ବର୍ଷା ହୁଏ ଟଙ୍କା । ରାତାରାତି ସେମାନେ ପାଲଟିଯାଆନ୍ତି କୋଟିପତି । କିନ୍ତୁ ଏହି ଖୁସି ବେଶିଦିନ ରହେନି । ଠିକ୍ ଏମିତି କିଛି ଘଟିଥିଲା ଗୋଟିଏ ଆଦିବାସୀ ପରିବାର ସହିତ ।

ଘଟଣାଟି ଏହିପରି । ମଧ୍ୟପ୍ରଦେଶର ଅଲ୍ଲୀରାଜପୁରରେ ରହୁନ୍ତି ଏକ ଆଦିବାସୀ ପରିବାର । ଯେଉଁମାନେ କିଛି ଦିନ ତଳେ ଗୁଜୁରାଟ ଯାଇଥିଲେ । ସେଠାରେ ଏକ ମାଟି ଖୋଲା କାମରେ ଲାଗି ପଡିଥିଲେ । କିନ୍ତୁ ମାଟି ଖୋଳୁଖୋଳୁ ବାହାରିଥିଲା ସୁନା । ଖୋଲିବା ବେଳେ ସେମାନଙ୍କ କୋଦାଳରେ କିଛି ଧାତବ ଜିନିଶ ଲାଗିଥିଲା । ସେମାନେ ଏହାକୁ ବାହାର କରିଥିଲେ । ଯାହା ଏକ ବାକ୍ସ ଭଳି ରହିଥିଲା । ଏହାକୁ ଖୋଲିବା ପରେ ସେଥିରୁ ବାହାରିଥିଲା 250ଟି ସୁନା କଏନ୍ । ଯାହା ବ୍ରିଟିଶ ଅମଳର ବୋଲି କୁହନ୍ତି ପରିବାର ।

ଏତେ ସୁନା କଏନ୍ ସେମାନେ ଜୀବନରେ କେବେ ଦେଖିନଥିଲେ । ତେଣୁ କଏନ ପାଇବା ପରେ ତୁରନ୍ତି ଚାଲି ଆଶିଥିଲେ ନିଜ ଗାଁକୁ । ଆଉ ଏହାକୁ ଘର ପାଖରେ ମାଟି ଖୋଳି ପୋତି ଦେଇଥିଲେ । ସେମାନଙ୍କ ଗିରିବି ହଟିଯିବ ବୋଲି ଖୁସି ହୋଇଯାଇଥିଲେ । କିନ୍ତୁ ବିଧାତା କିଛି ଅଲଗା ଲେଖିଥିଲା । ସୁନା କଏନ୍ କଥା ଜାଣିପାରିଥିଲେ 4 ଜଣ ପୋଲିସ କର୍ମୀ । ଦିନେ ରାତିରେ 4 ଜଣ ପୋଲିସ କର୍ମୀ ଆଦିବାସୀ ପରିବାର ଘର ଉପରେ କରିଥିଲେ ରେଡ୍ । ସେମାନଙ୍କୁ ମାଡ ମାରିବା ସହ ସୁନା କଏନ୍ ନେଇଯାଇଥିଲେ ।

ପୋଲିସର ଏମିତି କାମ ପଦାକୁ ଆସିବା ପରେ ତୀବ୍ର ହୋଇଥିଲା ବିରୋଧ । ଲୋକେ ଅଲ୍ଲୀରାଜପୁର ପୋଲିସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ବିବାଦ ବଢିବା ପରେ ସ୍ଥାନୀ ଏସଡିପିଓ ରୁଜୁ କରିଛନ୍ତି ଚୋରି ମାମଲା । ସେ 4 ଅଭିଯୁକ୍ତ ପୋଲିସଙ୍କ ବିରୋଧରେ ରୁଜୁ କରିଛନ୍ତି ଏଫଆଇଆର । ଏଥିରେ ତିନି ଜଣ କନଷ୍ଟେବଳ ଥିବା ବେଳେ ଜଣେ ଥାନା ଅଧିକାରୀ ରହିଛନ୍ତି । କିନ୍ତୁ ସେମାନଙ୍କଠାରୁ ସୁନା କଏନ୍ ଜବତ କରିପାରି ନାହାଁନ୍ତି ବରିଷ୍ଠ ପୋଲିସ ଅଧିକାରୀ ।

ସ୍ଥାନୀୟ ଏସପିଙ୍କ କହିବାନୁସାରେ, ଜଣେ ଆଇଆଇସି ଏବଂ ତିନି ଜଣ କନଷ୍ଟେବଳ ସୁନା କଏନ ଚୋରିରେ ସାମିଲ ଅଛନ୍ତି । ସେମାନଙ୍କ ନାଁରେ ରୁଜୁ ହୋଇଛି ଏଫଆଇଆର । ଜଣେ ପୋଲିସ କର୍ମୀଙ୍କୁ ସସପେଣ୍ଡ୍ କରାଯାଇଛି । ତେବେ ଆଦିବାସୀ ପରିବାରକୁ ପଚରା ଉଚରା କରାଯାଇଥିଲା । ଗୁଜୁରାଟରେ ମାଟି ଖୋଳା କାମ ବେଳେ ସେମାନେ ଏହାକୁ ପାଇଥିବା କହିଥିଲେ । ତେଣୁ ପୋଲିସର ଗୋଟିଏ ଟିମ୍ ଗୁଜୁରାଟ ଗସ୍ତ କରିଛି । ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଏସପି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ