ଦର୍ଶକ ବନ୍ଧୁ ସରକାର ଗର୍ଭବତୀଙ୍କ ପାଇଁ ଅନେକ ପ୍ରକାର ସ୍କିମ ଲଂଚ କରୁଛନ୍ତି । ଯାହା ବିଷୟରେ ଆପଣ ଅଳ୍ପ ବହୁତେ ଜାଣିଥିବେ । ବିଶେଷ କରି କନ୍ୟା ସନ୍ତାନଙ୍କ ଜନ୍ମ ଉପରେ ଆସୁଛି ବିଭିନ୍ନ ଯୋଜନା । କାରଣ ଆଜିର ଯୁଗରେ ଏତେ ଆଧୁନିକତାର ଛାପ ରହିଲେ ବି ଲୋକଙ୍କ ମାନସିକତା ବଦଳୁନି । ଏବେ ବି ପୁଅ ଝିଅଙ୍କ ଭିତରେ ଅନେକ ପାର୍ଥକ୍ୟ କରୁଛନ୍ତି ଲୋକେ । ଯଦି କନ୍ୟା ସନ୍ତାନ ଜନ୍ମ ହେଉଚି ତା ସହ ବିଭିନ୍ନ ପ୍ରକାର ଅନ୍ୟାୟ ଅତ୍ୟାଚାର କରାଯାଉଛି । ଏ ସବୁ କାରଣରୁ ସରକାର ଯଥେଷ୍ଟ ଚେଷ୍ଟା କରୁଛନ୍ତି ତାରତମ୍ୟ ନ ରଖିବାକୁ । ମାନସିକତା ପରିବର୍ତନ କରିବାକୁ ଶତ ପ୍ରତିଶତ ଚେଷ୍ଟା କରୁଛନ୍ତି ସରକାର ।ଏଥିପାଇଁ ପ୍ରୋତ୍ସାହନ ନିମନ୍ତେ ଝିଅଙ୍କ ପାଇଁ ଲଂଚ କରୁଛନ୍ତି ନୂଆ ନୂଆ ସ୍କିମ।
ରାଜ୍ୟ ଓ ଦେଶର ଝିଅମାନଙ୍କ ସୁବିଧା ସୁଯୋଗ ପାଇଁ ସରକାରଙ୍କ ଦ୍ୱାରା ଅନେକ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାଗୁଡିକର ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କ ସଂଖ୍ୟା ବୃଦ୍ଧି କରିବା ଓ ସେମାନଙ୍କର ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ଆର୍ଥିକ ସହାୟତା ସହଯୋଗ ଯୋଗାଇବା । ମହାରାଷ୍ଟ୍ରରେ ମଧ୍ୟ ଝିଅମାନଙ୍କ ପାଇଁ ଏକ ଜବରଦସ୍ତ ଯୋଜନା ଏବେ ଚାଲିଛି । ମାଝି କନ୍ୟା ଭାଗ୍ୟଶ୍ରି ଯୋଜନା ନାମରେ ଚାଲୁଥିବା ଏହି ଯୋଜନାରେ ଗୋଟିଏ କନ୍ୟା ସନ୍ତାନର ଜନ୍ମ ଉପରେ ସରକାର ଦେଉଛନ୍ତି ଟଙ୍କା । କିଛି ସର୍ତ୍ତ ପୂରଣ କରିବା ପରେ ରାଜ୍ୟ ସରକାର ୫୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ମାଝି କନ୍ୟା ଭାଗାଶ୍ରୀ ଯୋଜନା ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ୧ ଏପ୍ରିଲ ୨୦୨୧୬ରେ ଆରମ୍ଭ ହୋଇଥିଲା । ଏହି ଯୋଜନା ଝିଅଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧୀନରେ ଦ୍ୱିତୀୟ ଝିଅ ଥିଲେ ମଧ୍ୟ ସରକାର ଟଙ୍କା ଦିଅନ୍ତି । କହିରଖିବୁ, କେବଳ ମହାରାଷ୍ଟ୍ରର ସ୍ଥାୟୀ ବାସିନ୍ଦା ‘ମାଝି କନ୍ୟା ଭାଗାଶ୍ରୀ ଯୋଜନା’ର ଲାଭ ଉଠାଇ ପାରିବେ ।
ତାହେଲେ କେଉଁ ସବୁ ସର୍ତ୍ତଗୁଡିକ ପୂରଣ କରିବାକୁ ପଡ଼ିବ ଆସନ୍ତୁ ଜାଣିବା ?
ଏହି ଯୋଜନା ଅଧୀନରେ, ରାଜ୍ୟର ପିତାମାତା ଯେଉଁମାନେ ଗୋଟିଏ କନ୍ୟା ସନ୍ତାନ ଜନ୍ମ ହେବାର ୧ ବର୍ଷ ମଧ୍ୟରେ ଯଦି ଆଉ ପିଲା ନ କରନ୍ତି , ତା’ହେଲେ ଜନ୍ମିତ ଶିଶୁ କନ୍ୟା ନାମରେ ସରକାରଙ୍କ ଦ୍ବାରା ୫୦,୦୦୦ ଟଙ୍କା ଜମା କରାଯାଇଥାଏ। ଏହି ଯୋଜନା ଅନୁଯାୟୀ, ଯଦି ଦ୍ୱିତୀୟ ଝିଅ ଜନ୍ମ ପରେ ପିତାମାତାମାନେ ପରିବାର ଯୋଜନା ଗ୍ରହଣ କରିପାରିବେ, ତେବେ ବନ୍ଧ୍ୟାକରଣ ପରେ ଉଭୟ ଝିଅଙ୍କ ନାମରେ ପ୍ରଥମେ ୨୫,୦୦୦ ଓ ପରବର୍ତୀ ସମୟରେ ଆଉ ୨୫,୦୦୦ ଟଙ୍କା ବ୍ୟାଙ୍କରେ ଜମା କରାଯାଏ । ଏହି ଯୋଜନା ଅନୁଯାୟୀ ଏଥିରେ ସୁଧ ଟଙ୍କା ମିଳିବ ନାହିଁ । ଯେତେବେଳେ ଶିଶୁ କନ୍ୟା ଟି ବଡ ହୋଇ ୧୮ ବର୍ଷ ପୂରଣ କରିବ, ସେତେବେଳେ ସେ ପୂର୍ଣ୍ଣ ରାଶି ପାଇବାକୁ ହକଦାର ହେବ । ମହାରାଷ୍ଟ୍ର’ମାଝି କନ୍ୟା ଭାଗାଶ୍ରୀ ଯୋଜନା’ର ସମ୍ପୂର୍ଣ୍ଣ ଲାଭ ପାଇବାକୁ, ଝିଅଟିକୁ ଅତି କମରେ ଦଶମ ପାସ୍ କରିବା ଆବଶ୍ୟକ ଏବଂ ଅବିବାହିତ ହେବା ଜରୁରୀ ।
ମାଝି କନ୍ୟା ଭାଗାଶ୍ରୀ ଯୋଜନା’ ଅଧୀନରେ ବ୍ୟାଙ୍କରେ ମା’ ଓ ଝିଅଙ୍କ ନାମରେ ଏକ ଜଏଣ୍ଟ ଆକାଉଣ୍ଟ ଖୋଲିବାକୁ ପଡ଼ିବ । ଏହା ଉପରେ ୧ ଲକ୍ଷ ଟଙ୍କା ଦୁର୍ଘଟଣା ବୀମା ଏବଂ ୫୦୦୦ ଟଙ୍କା ମୂଲ୍ୟର ଓଭରଡ୍ରାଫ୍ଟ ସୁବିଧା ମଧ୍ୟ ଉପଲବ୍ଧ କରୁଛନ୍ତି ସରକାର ।
ଯଦି ଆବଶ୍ୟକୀୟ କାଗଜପତ୍ର କଥା କହିବା, ତେବେ ଏହି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର କାର୍ଡ ଥିବା ନିହାତି ଜରୁରୀ । ଏହାସହ ମା କିମ୍ବା ଝିଅ ର ବ୍ୟାଙ୍କ୍ ପାସ୍ ବୁକ୍ , ମୋବାଇଲ ନମ୍ବର, ଫଟୋ ଥିବା ଦରକାର୍ । ଏହାସହ ଇନକମ ପ୍ରମାଣପତ୍ର ବି ଥିବା ଜରୁରୀ । ତୃତୀୟ ପିଲା ହେବା ପରେ ବି କେବଳ ଦୁଇ ଜଣ ଝିଅଙ୍କୁ ହିଁ ଏହି ଯୋଜନା ର ଲାଭ ମିଳିବ ।
ସେପଟେ ଏହି ଯୋଜନାର ଲାଭ ଉଠାଇବା କୁ ହେଲେ ଆବେଦନ କରିବା ବହୁତ୍ ସହଜ । ଏଥିପାଇଁ ମହାରାଷ୍ଟ୍ର ସରକାରଙ୍କ ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଆବଶ୍ୟକୀୟ ତଥ୍ୟ ଦିଅନ୍ତୁ । ପରେ ଏହାକୁ ସବମିଟ କରିବା ପରେ ହେବ ଭେରିଫିକେଶନ । ଯଦି ଦେଇଥିବା ତଥ୍ୟ ସଠିକ୍ ଥାଏ ତେବେ ଆପଣ ଙ୍କ ଆକାଉଣ୍ଟ କୁ ଆସିଯିବ ଟଙ୍କା ।
ତେବେ ଦର୍ଶକ ବନ୍ଧୁ ଏହି ଯୋଜନା ଉପରେ ଆପଣଙ୍କ ମତ କଣ । ଓଡ଼ିଶାରେ ବି ଏମିତି ଯୋଜନା ହେବା କଥା କି ନୁହେଁ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

