29.6 C
Odisha
Saturday, May 18, 2024
spot_img

‘ମ୍ୟାଜିକ୍ ରାଇସ୍‌’ ଥଣ୍ଡା ପାଣିରେ ହେଉଛି ଭାତ

ଦର୍ଶକବନ୍ଧୁ ଆପଣ ଭାତ କେମିତି ରାନ୍ଧନ୍ତି । ସାଧାରଣ ଭାବେ ପାଣି ଗରମ କରୁଥିବେ, ପାଣି ଗରମ ହେବା ପରେ ପକାଉଥିବେ ଚାଉଳ । ହେଲେ ଏଇଟା ତ ସମସ୍ତେ ଜାଣିଛନ୍ତି । ଏହି ପଦ୍ଧତିରେ ସମସ୍ତେ ରାନ୍ଧନ୍ତି ଭାତ । ହେଲେ ଥଣ୍ଡା ପାଣିରେ ଭାତ ହେବା ଆପଣ କେବେ ଶୁଣିଛନ୍ତି କି । ଆଜ୍ଞା ହଁ ଏଇଟା ହେଲା ମ୍ୟାଜିକ ଚାଉଳ । ନିଶ୍ଚିତ ଭାବରେ ଆପଣ ଅନେକ ପ୍ରକାରର ଚାଉଳର ନାମ ଶୁଣିଥିବେ ଏବଂ ସେଗୁଡିକ ନିଶ୍ଚୟ ଖାଇଥିବେ । ଘରେ ପ୍ରସ୍ତୁତ ହେଉଥିବା ଚାଉଳରୁ ଆରମ୍ଭ କରି ବିବାହ କିମ୍ବା କୌଣସି କାର‌୍ୟ୍ୟକ୍ରମରେ ବାସୁମତି ଚାଉଳର ସ୍ବାଦ ମଧ୍ୟ ଆପଣ ନିଶ୍ଚିତ ଚାଖିଥିବେ । ହେଲେ ଆମେ ଯାହା କହିଲୁ ତାହା ଶୁଣି ନିହାତି ଭାବେ ଆପଣଙ୍କୁ ବିଶ୍ୱାସ ହେଉନଥିବ । କିନ୍ତୁ ଏପରି ମ୍ୟାଜିକ ଚାଉଳ ଆମ ଭାରତରେ ହିଁ ଉତ୍ପାଦନ କରାଯାଉଛି । ବିହାରର ପୂର୍ବ ଚମ୍ପାରନରେ ମ୍ୟାଜିକ୍ ଚାଉଳ ଉତ୍ପାଦନ କରାଯାଉଥିବା ଜଣା ପଡ଼ିଛି । ଗୋପୀ ଚାପ ପଞ୍ଚାୟତର ସାଗର ଚୁରାମନ ଗାଁର ବାସିନ୍ଦା ପ୍ରୟାଗ ଦେବ ସିଂ ଏହି ଚାଉଳ ଉତ୍ପାଦନ କରୁଛନ୍ତି । ଆସାମର ଉତ୍ପାଦନ କରାଯାଉଥିବା ମ୍ୟାଜିକ ଚାଉଳ ସେ ବିହାରରେ ଉତ୍ପାଦନ କରୁଛନ୍ତି । ସେ ନିଜ କ୍ଷେତରେ ମ୍ୟାଜିକ୍ ଧାନ ଚାଷ କରୁଛନ୍ତି । ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ସେଠାକାର ଅଧିକାଂଶ କୃଷକ ମ୍ୟାଜିକ୍ ଚାଉଳ ଚାଷ କରିବା ଆରମ୍ଭ କରିଛନ୍ତି।
ରିପୋର୍ଟ ହିସାବରେ ଆସାମର ବ୍ରହ୍ମପୁତ୍ର ଉପତ୍ୟକାରେ ବହୁ ପରିମାଣରେ ଉତ୍ପାଦନ କରାଯାଉଥିବା ‘ବୋକା-ଚୋକୁଓ୍ଵା ଚାଉଳ’ କୁ ମ୍ୟାଜିକ ଚାଉଳ କୁହାଯାଏ । ଏହି ଚାଉଳକୁ ଭାରତ ସରକାରଙ୍କ ଠାରୁ ଜିଆଇ ଟ୍ୟାଗ୍ ମଧ୍ୟ ମିଳି ସାରିଛି । ତେବେ ମ୍ୟାଜିକ୍ ଚାଉଳର ବିଶେଷତ୍ୱ ହେଉଛି ଏହାକୁ ଥଣ୍ଡା ପାଣିରେ ଏକ ଘଣ୍ଟା ରଖିଲେ ଏହା ସାଧାରଣ ଚାଉଳ ପରି ଭାତ ହୋଇଯାଏ ।
ପ୍ରୟାଗ ଦେବ ସିଂଙ୍କ କହିବା ଅନୁସାରେ, ବିହାରର ଲୋକମାନେ ଚୂଡ଼ାରେ ପାଣି, ଗୁଡ଼, ଦହି ମିଶାଇ ଖାଇଥାନ୍ତି । ଠିକ ସେହିପରି ମ୍ୟାଜିକ ଚାଉଳରେ କ୍ଷୀର, ଦହି, ଘିଅ ମିଶାଇ ଆରାମରେ ଖାଇହେବ । ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ ଏହି ଚାଉଳରେ ଫାଇବରର ପରିମାଣ ଅଧିକ ରହିଥାଏ । ତିନି ଦିନ ମ୍ୟାଜିକ୍ ଚାଉଳ ଖାଇବା ପରେ ଚତୁର୍ଥ ଦିନରେ ଶରୀରରେ ଏକ ବିଶେଷ ଶକ୍ତି ଅନୁଭବ ହୋଇଥାଏ ।

ଆପଣଙ୍କ ଅବଗତି ନିମନ୍ତେ ଜଣାଇ ରଖିବୁ ଯେ, ଆସାମର ବ୍ରହ୍ମପୁତ୍ର ଉପତ୍ୟକାରେ ମ୍ୟାଜିକ୍ ଧାନ ଚାଷ କରାଯାଏ ।ଯାହାକୁ ପ୍ରସ୍ତୁତ କରିବାକୁ ଲାଗିଥାଏ ପ୍ରାୟ ୧୮୦ ଦିନ ସମୟ । ଏହାକୁ ତଳୁଆ ଜମିରେ ରୋପଣ କରାଯାଏ, ଯାହା ଦ୍ୱାରା ଏହି ଧାନକୁ ସବୁବେଳେ ଜଳ ମିଳିଥାଏ । ବିହାର ବିଷୟରେ କହିବାକୁ ଗଲେ ଏଠାରେ ଏଭଳି ଅନେକ ଅଞ୍ଚଳ ରହିଛି, ଯେଉଁଠାରେ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ସେହି ସମସ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରେ ମ୍ୟାଜିକ୍ ଚାଉଳ ଉତ୍ପାଦନ କରିବା ଦ୍ୱାରା କୃଷକମାନଙ୍କ ପାଇଁ ଲାଭ ହୋଇଥାଏ । ବିହାର ଜମିରେ ଉତ୍ପାଦନ କରାଯାଉଥିବା ଏହି ମ୍ୟାଜିକ୍ ଚାଉଳ ହୋଇଥାଏ ସାମାନ୍ୟ ମୋଟା । ଆଉ ବଜାରରେ ଏହାର କିଲୋଗ୍ରାମ ପ୍ରତି ମୂଲ୍ୟ ୪୫୦ ରୁ ୫୦୦ ଟଙ୍କା ପର‌୍ୟ୍ୟନ୍ତ ରହିଛି ।
ତେବେ ଦର୍ଶକ ବନ୍ଧୁ ଏହି ଖବର ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ