ଝଟକା ଦେଲେ ମୋଦୀ ସରକାର : ବଢ଼ାଇଦେଲେ ଗ୍ୟାସ୍ ରେଟ

ନୂଆଦିଲ୍ଲୀ, ୧/୧୧ : ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼ । ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ । ନଭେମ୍ବର ମାସର ପ୍ରଥମ ଦିନରୁ ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦରରେ ବୃଦ୍ଧି ହୋଇଛି । ଏହାଦ୍ୱାରା ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବା ବ୍ୟବସାୟୀଙ୍କ ଖର୍ଚ୍ଚ ବଢ଼ିବାକୁ ଯାଉଛି ।

ନୂଆ ଦର ଅନୁଯାୟୀ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ୧୦ ଟଙ୍କା ବୃଦ୍ଧି ପାଇଛି । ଅନ୍ୟପଟେ ଚେନ୍ନାଇରେ ଏହି ଦର ୧୧ ଟଙ୍କା ୫୦ ପଇସା ବଢ଼ିଛି । ନଭେମ୍ବର ୧ ତାରିଖରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି ।

କେଉଁ ସହରରେ କେତେ ରହିଛି ଦର?

ନୂଆ ଦର ଅନୁସାରେ, ଦିଲ୍ଲୀରେ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ମୂଲ୍ୟ ୨୮୨୦ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ଏହାର ଦାମ୍ ୨୭୭୪ ଟଙ୍କା ହୋଇଥିବା ବେଳେ କୋଲକାତାରେ ୨୯୬୪ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ସିଲିଣ୍ଡର ପିଛା ଦର ୨୯୯୪ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ବେଙ୍ଗାଲୁରୁରେ ମଧ୍ୟ ୧୦ ଟଙ୍କା ବଢ଼ିବା ପରେ ନୂଆ ଦର ୨୯୦୮ ଟଙ୍କା ହୋଇଛି ।

ଘରୋଇ ଗ୍ୟାସ୍ ଗ୍ରାହକଙ୍କୁ ଆଶ୍ୱସ୍ତି

କମର୍ସିଆଲ ଗ୍ୟାସ୍ ଦର ବଢ଼ିଥିବା ବେଳେ ଘରୋଇ ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ରହିଛି ଆଶ୍ୱସ୍ତିକର ଖବର । ୧୪.୨ କେଜି ବିଶିଷ୍ଟ ଘରୋଇ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପୂର୍ବ ଦରରେ ହିଁ ଗ୍ରାହକ ଏହାକୁ କିଣିପାରିବେ ।

ସାଧାରଣତଃ ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବାଗୁଡ଼ିକରେ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ବ୍ୟବହାର ହୋଇଥାଏ । ତେଣୁ ଗ୍ୟାସ୍ ଦର ବୃଦ୍ଧି ଯୋଗୁଁ ଏହି ବ୍ୟବସାୟଗୁଡ଼ିକର ପରିଚାଳନା ଖର୍ଚ୍ଚ ବଢ଼ିବା ସମ୍ଭାବନା ରହିଛି । ଏହାର ପ୍ରଭାବ ଆଗକୁ ଖାଦ୍ୟପଦାର୍ଥର ଦାମ୍ ଉପରେ ମଧ୍ୟ ପଡ଼ିପାରେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ