35.7 C
Odisha
Friday, March 6, 2026

ଭାରତର ପ୍ରସିଦ୍ଧ କୁକୁରଦେବ ମନ୍ଦିର, ଯାହା ମାଗିଲେ ଅଳ୍ପଦିନରେ ହୋଇଯାଏ ପୂରଣ

କୁକୁରଙ୍କୁ ପୂଜା । ଦେବତା ରୂପରେ ପୂଜା ପାଆନ୍ତି କୁକୁର । ଶୁଣିବାକୁ ଲାଗୁଥିବ ଅଜବ, କିନ୍ତୁ ଏହା ସତ । ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଶ୍ବାନଙ୍କୁ କରାଯାଏ ଆରାଧନା । ଭଗବାନ ରୂପରେ ପୂଜା ପାଏ କୁକୁର । ଦର୍ଶନ କରିବାକୁ ଆସନ୍ତି ହଜାର ହଜାର ଭକ୍ତ ।

ପ୍ରାଚୀନ ଦେଶ ଭାରତ । ଦେଶରେ ଖୁନ୍ଦି ହୋଇ ରହିଛି ବିଭିନ୍ନ ସଂସ୍କୃତି ଆଉ ପରମ୍ପରା । ବିଶ୍ଵାସ- ଅବିଶ୍ୱାସ-ଅନ୍ଧବିଶ୍ୱାସରେ ବାନ୍ଧି ହୋଇ ରହିଛନ୍ତି ଅନେକ । ଏଠାକାର ଐତିହ୍ୟ ଆଉ ଲୋକ କଥା ବି ଅନେକ । ଆଉ ଦେଶରେ ଦେଖାଯାଏ ଅନେକ ବିଚିତ୍ର ଘଟଣା । ତା ଭିତରୁ ଗୋଟିଏ କୁକୁର ଦେବ ମନ୍ଦିର । ଯେଉଁଠି ପୂଜା ହୁଅନ୍ତି କୁକୁର ।

ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ପଡ଼େ ଖାପରି ଗାଁ । ଗାଁରେ ରହିଛି କୁକୁରଦେବ ମନ୍ଦିର । ମନ୍ଦିରରେ କୁକୁରର ବିରାଟ ମୂର୍ତ୍ତି । ଶ୍ରାବଣ ମାସରେ ଏହି ମନ୍ଦିରକୁ ଆସନ୍ତି ବେଶି ଭକ୍ତ । ଶିବଙ୍କ ନନ୍ଦୀ ଭଳି, ଏଠାରେ କୁକୁରଦେବଙ୍କୁ ପ୍ରଣାମ କରନ୍ତି ଭକ୍ତ । ମାନସିକ ରଖନ୍ତି । ଆଉ ନିଜର ଶୁଭ ମନାସନ୍ତି । ଖାଲି ଏତିକି ନୁହେଁ ଧୂପ ଆଉ ଭୋଗ ଦେଇ ଧୁମଧାମରେ ସେମାନେ ପୂଜା ମଧ୍ୟ କରନ୍ତି ।

ମନ୍ଦିରର ପ୍ରବେଶ ଦ୍ୱାରରେ ମଧ୍ୟ ରହିଛି କୁକୁର ପ୍ରତିମା । ବିଶ୍ୱାସ ଅଛି, ଏଠାକୁ ଆସିଲେ ରହେନି କୁକୁର କାମୁଡ଼ା ଭୟ । ଦୂର ହୁଏ ବିଭିନ୍ନ ରୋଗ ଆଉ ବ୍ୟାଧି । ମନ୍ଦିର ନିର୍ମାଣକୁ ନେଇ ମଧ୍ୟ ରହିଛି କିମ୍ବଦନ୍ତୀ । ଆଜକୁ ଶହେ ବର୍ଷ ତଳେ ଏଠାକୁ ଆସିଥିଲେ ଜଣେ ଯାଜାବାର । ନାନା ଋଣ ଭାରରେ ବୁଡ଼ିଥିଲେ ସେ । ହେଲେ ଏହି ଅସମୟରେ ତାଙ୍କୁ ସାହା ହେଇଥିଲା ପୋଷା କୁକୁର ।

ଋଣ ସୁଝିବାରେ ପୋଷା କୁକୁର ନେଇଥିଲା ବଡ଼ ଭୂମିକା । ସାହୁକାରର ଚୋରି ଜିନିଷକୁ ଖୋଜି ଦେଇଥିଲା କୁକୁର । ଖୁସି ହୋଇ କରଜ ବୋଝରୁ ଯାଯାବରଙ୍କୁ ମୁକ୍ତ କରିଥିଲେ ସାହୁକାର । ଆଉ କୁକୁର ବେକରେ ଚିଠି ବାନ୍ଧି ଯାଯାବର ପାଖକୁ ପଠାଇଥିଲେ । କୁକୁର ଖସି ଆସିଛି ଭାବି ରାଗରେ ପିଟି ମାରିଦେଇଥିଲେ ଯାଯାବର । ପରେ ଚିଠି ଦେଖି କରିଥିଲେ ପ୍ରାୟଶ୍ଚିତ । ଆଉ କୁକୁରକୁ ମନେ ରଖିବାକୁ ତିଆରି କରିଥିଲେ ମନ୍ଦିର ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ