29.8 C
Odisha
Friday, October 31, 2025

କ’ଣ କରନ୍ତି ଧୋନୀଙ୍କ ଭାଇ ଭଉଣୀ

ଭାରତୀୟ ଟିମର ଜଣେ ପୂର୍ବତନ ସଫଳ ଅଧିନାୟକ ହେଲେ ମହେନ୍ଦ୍ର ସିଂ ଧୋନୀ । କ୍ୟାପଟେନ କୁଲ ଭାବେ ସେ ବେଶ୍ ପରିଚିତ । ଧୋନୀଙ୍କ ନିଆରା ଅନ୍ଦାଜ୍ ଯେମିତି ଫ୍ୟାନ୍ସଙ୍କୁ ଆକୃଷ୍ଟ କରେ କେତେବେଲେ କେଉଁ ରୂପ ଧାରଣ କରନ୍ତି ଧୋନୀ, ତାହା ବି କାହାକୁ ବୁଝାପଡେନି । କ୍ରିକେଟରେ ପ୍ରତିଟି ସଟ୍ କେମିତି ଖେଳିବା ଉଚିତ୍‌, କେମିତି ଟିମ ପରିଚାଳନା କରିବା କଥା, ସେ କୌଶଳ ଧୋନୀଙ୍କୁ ବେଶ୍ ଭଲଭାବେ ଜଣା । ଅନେକ ସମୟରେ ଧୋନୀ ପ୍ରଫେସନାଲ ଲାଇଫ ବ୍ୟତୀତ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଆସନ୍ତି ଏବଂ ତାଙ୍କର ରହିଛନ୍ତି ଲକ୍ଷାଧିକ ଫ୍ୟାନ ଓ ଫଲୋଅର୍ସ । ପତ୍ନୀ ସାକ୍ଷୀ, ଧୋନୀଙ୍କ ଅପେକ୍ଷା ସୋସିଆଲ ମିଡିଆରେ ବେଶି ଆକ୍ଟିଭ ରୁହନ୍ତି ଏବଂ ମାହିଙ୍କର ଅନେକ ଭିଡିଓ ପୋଷ୍ଟ କରନ୍ତି । ଧୋନୀଙ୍କ ପ୍ରଂଶସକ ନିହାତି ଭାବରେ ଧୋନୀଙ୍କ ବିଷୟରେ ଅଧିକ କିଛି ଜାଣିବା ପାଇଁ ମନରେ ଇଚ୍ଛା ସବୁବେଳେ ରଖନ୍ତି ।
ହେଲେ ଧୋନୀଙ୍କର ଭାଇ ଭଉଣୀ କଣ କରନ୍ତି ଆପଣ ଜାଣିଛନ୍ତି କି । ତାହେଲେ ଆସନ୍ତୁ ଜାଣିବା କଣ କରନ୍ତି ମାହିଙ୍କ ଭାଇ ଓ ଭଉଣୀ । ସର୍ବପ୍ରଥମେ ଜାଣିବା ଧୋନୀଙ୍କ ଭାଇ କଣ କରନ୍ତି । ତାଙ୍କ ବଡ ଭାଇଙ୍କ ନାମ ହେଲା ନରେନ୍ଦ୍ର ସିଂ ଏବଂ ଧୋନୀଙ୍କ ଠାରୁ ସେ ପ୍ରାୟ ୧୦ ବର୍ଷ ବଡ । ମିଡିଆ ରିପୋର୍ଟ ହିସାବରେ, ନରେନ୍ଦ୍ର ସିଂ ହେଉଛନ୍ତି ଜଣେ ରାଜନେତା । ସେ ସମାଜବାଦୀ ପାର୍ଟିରେ ସାମିଲ ଅଛନ୍ତି । ଏହାପୂର୍ବରୁ ବିଜେପିରେ ସାମିଲ ଥିଲେ ନରେନ୍ଦ୍ର । ୨୦୦୭ ମସିହାରେ ବାହା ହୋଇଥିଲେ ମାହିଙ୍କ ଏହି ବଡ ଭାଇ ନରେନ୍ଦ୍ର । ତାଙ୍କର ଏକ ପୁଅ ଓ ଏକ ଝିଅ ମଧ୍ୟ ଅଛନ୍ତି ।
ସେହିପରି ଧୋନୀଙ୍କ ଭଉଣୀଙ୍କ ନାମ ହେଉଛି ଜୟନ୍ତୀ । ଧୋନୀଙ୍କ ସଫଳତା ପଛରେ ମୁଖ୍ୟ ଅବଦାନ ରହିଚି ଜୟନ୍ତୀଙ୍କର । ଧୋନୀଙ୍କ ଉପରେ ବନିଥିବା ଫିଲ୍ମ ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ ରେ ବି ତାଙ୍କର ଭୂମିକା ଦେଖାଯାଇଥିଲା । ରିପୋର୍ଟ ହିସାବରେ, ଏହି କ୍ରିକେଟରଙ୍କ ବଡ ଭଉଣୀ ହେଉଛନ୍ତି ଜଣେ ଇଂରାଜୀ ଟିଚର୍ । ଜୟନ୍ତୀଙ୍କ ସ୍ୱାମୀଙ୍କ ନାଁ ହେଉଛି ଗୌତମ ଗୁପ୍ତା , ଯିଏ ରିୟଲ ଇଷ୍ଟେଟରେ କାମ କରନ୍ତି ।
ତେବେ ଏହାଥିଲା ଧୋନୀଙ୍କ ଭାଇ ଭଉଣୀଙ୍କ ସଂପର୍କରେ କିଛି ଖାସ ତଥ୍ୟ । ଦର୍ଶକବନ୍ଧୁ, ଯଦି ଆପଣ ଧୋନୀଙ୍କ ପରିବାର ବିଷୟରେ କିଛି ଅଧିକ ତଥ୍ୟ ଜାଣିଛନ୍ତି, ତେବେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ