ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସ୍ପେସ ରେ ନିଜକୁ ପହଞ୍ଚାଇବା ପାଇଁ ଲାଗି ପଡ଼ିଛି ଚୀନ। ଆମେରିକାକୁ ଟକର ଦେଇ ଚୀନ ନିଜ ସ୍ପେସ ଷ୍ଟେସନ ଅନ୍ତରୀକ୍ଷ ରେ ନିୟୋଜିତ କରୁଚି । ଏହା ବ୍ୟତୀତ ନୂଆ ନୂଆ ପ୍ରକାର ର ପ୍ରୟୋଗ ସେ ଅନ୍ତରୀକ୍ଷ ରେ ଜାରି ରଖିଚି । ଚୀନ ଅଧିକାରୀ ଖୁଲାସା କରିଛନ୍ତି କି ସେଂଝୋ ୧୬ ମିଶନ ହିସାବରେ ସ୍ପେସ ରେ ୧୦୦ ରୁ ଅଧିକ ଗଛ ମଞ୍ଜି ଅନ୍ତରୀକ୍ଷ ଷ୍ଟେସନ କୁ ପଠାଯାଇଛି । ଚାଇନା ମ୍ୟାଡ ସ୍ପେସ ଏଜେନ୍ସି ହିସାବ ରେ, ମେ ଶେଷ ଆଡ଼କୁ ତୀୟଙ୍ଗ ଗୋଙ୍ଗ ଅନ୍ତରୀକ୍ଷ ଷ୍ଟେସନ ରେ ୧୩୬ ଟି ମଞ୍ଜି ଓ ବୃକ୍ଷଲତା ଙ୍କ ଜେନେଟିକ୍ସ ସାମଗ୍ରୀ ଅନ୍ତରୀକ୍ଷ କୁ ପଠାଇ ଥିଲା, ଯାହା ଆସିଥିଲା ୫୩ ଟି ସଂସ୍ଥାରୁ । ଏଥିରେ ସାମିଲ ଥିଲା ୪୭ ଟି ଫସଲ । ଏହାବ୍ୟତୀତ ଗଛଲତା, ଘାସ, ଫୁଲ ଓ ଔଷଧୀୟ ବୃକ୍ଷର ୭୬ ଟି ପ୍ରଜାତି ବି ପଠାଯାଇଥିଲା ସ୍ପେସକୁ । କୃଷି ଓ ଉଦ୍ୟୋଗିକ ସୁକ୍ଷ୍ମଜିବି, ଖାଦ୍ୟ କବକ, ଶୈବାଳ ଏବଂ ଅନ୍ୟ ୧୩ ଟି ସୂକ୍ଷ୍ମଜୀବି ମଧ୍ୟ ମହାକାଶକୁ ପଠାଯାଇଥିଲା।
କହିବାକୁ ଗଲେ, ଚୀନ, ଦଶକ ଦଶକ ଧରି ପ୍ରଜନନ ସହ ଜଡ଼ିତ ପ୍ରୟୋଗ ରେ ଲାଗି ରହିଛି । ଯାହାର ଆରମ୍ଭ ୧୯୮୦ ଦଶକ ରୁ କରାଯାଇଥିଲା । ଏଭଳି କିଛି ପ୍ରୟୋଗ ଅନ୍ତରାଷ୍ଟ୍ରୀୟ ସ୍ପେସ ଷ୍ଟେସନରେ ବି କରାଯାଉଛି । ତେବେ ୨୦୨୨ ରେ ତୀୟାଙ୍ଗଙ୍ଗ ସ୍ପେସ ଷ୍ଟେସନ ର ନିର୍ମାଣ ପୁରା କରିଥିଲା । ବର୍ତମାନ ସେନଝୋଉ ୧୬ ଅନ୍ତରୀକ୍ଷ ଯାନ ରେ ଯାଇ ଗୋଟିଏ ଦଳ ଏହାର କକ୍ଷରେ ପହଂଚିଛନ୍ତି । ତେବେ ଏହା ଚୀନ ତରଫରୁ ଅନ୍ତରୀକ୍ଷ ଷ୍ଟେସନ ରେ ମନୁଷ୍ୟକୁ ପଠାଇବାର ୫ମ ମିଶନ । ସେନ୍ ଝୋଉ ୧୫ ର କ୍ରୁ ମେମ୍ବର ଜୁନ ରେ ପୃଥିବୀ କୁ ଫେରିଥିଲେ । ଫେରିବା ପରେ ସେମାନେ ପ୍ରଥମ ଥାଏ ପାଇଁ ଚୀନ ମିଡ଼ିଆ ସାମ୍ନାକୁ ଆସିଥିଲେ । ଏହି ମିଶନ ରେ ତିନି ଜଣ ମହାକାଶ ଯାତ୍ରୀ ସ୍ପେସ ଷ୍ଟେସନ ଯାଇଥିଲେ ।
ତେବେ ଏହାକୁ ବାଦ୍ ଦେଲେ ଚୀନ ଚନ୍ଦ୍ରରେ ବି ଚାରା ରୋପଣ କରି ସାରିଛି । ଚୀନ୍ ଚାଙ୍ଗ ଇ ୪ ସ୍ପେସ କ୍ରାଫ୍ଟ ଜରିଆରେ ଚନ୍ଦ୍ରରେ ଗଛ ଥିବା ଏକ ବକ୍ସ ପଠାଇଥିଲା । ଏହା ପ୍ରଥମ ଥର ଥିଲା, ଯେତେବେଳେ ଚନ୍ଦ୍ରରେ କିଏ ପଠାଇ ଥିଲା ଜୈବିକ ପଦାର୍ଥ । ଚୀନ ଏଠାରେ ଚାରା ରୋପଣ କରିବାରେ ସଫଳ ହୋଇଯାଇଥିଲା । କପା ମଞ୍ଜି କୁ ଏକ ବିଶେଷ ଧରଣ ର ଡବା ରେ ଭର୍ତି କରି ପଠାଇଥିଲା । ସମାନ ଭାବେ ନାସା ସ୍ପେସ ଷ୍ଟେସନ ରେ ଅନେକ ପ୍ରକାର ବୃକ୍ଷ ର ଚାରା ରୋପଣ କରି ସାରିଛି । ହେଲେ ନାସା ଏବେ ଯାଏଁ ଚନ୍ଦ୍ର ରେ ସେଭଳି କିଛି କରିନାହିଁ ।

