20.5 C
Odisha
Saturday, March 7, 2026

ମୁସିଲମଙ୍କୁ ବିବାହ କରିଛନ୍ତି ନୂଆ ଚିଫ୍ ସିଲେକ୍ଟର

କୁହାଯାଏ ପ୍ରେମ କରିବା ସହଜ । ହେଲେ ତାକୁ ନିଭେଇବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ ଏବଂ ପ୍ରକୃତ ଭଲପାଇବା ହାସିଲ କରିବା ସମସ୍ତଙ୍କ ବାଗ୍ୟରେ ନଥାଏ । ଏବେ ପର୍ଯ୍ୟନ୍ତ ଆପଣମାନେ ଅନେକ କାହାଣୀ ଶୁଣିଥିବେ ଯେଉଁମାନେ ପ୍ରେମର ପରିଭାଷା ବଦଳାଇ ରଖିଛନ୍ତି । ତେଣିତି ସେ କେଉଁ କଳାକାର ହୁଅନ୍ତୁ କି କ୍ରିକେଟର । ଫ୍ୟାନ୍ସ ସବୁବେଳେ ଏମିତି ଲଭ ଷ୍ଟାରୀ ଜାଣିବାକୁ ମନରେ ଇଚ୍ଛା ରଖନ୍ତି ।
ଆଜି ଆମେ କହୁଛୁ, ଭାରତୀୟ ଟିମର ନୂଆ ଚିଫ ସିଲେକ୍ଟର ବନିଥିବା ଅଜିତ ଅଗରକରଙ୍କ ଲଭ ଷ୍ଟାରୀ କଥା । ଯିଏ ପ୍ରେମକୁ ପାଇବା ପାଇଁ ଧର୍ମକୁ ବି ମାନିନଥିଲେ । ଆଉ ବିବାହ କରିଥିଲେ ଜଣେ ମୁସଲିମ ଯୁବତୀଙ୍କୁ ।
ପ୍ରକୃତରେ ପୂର୍ବ ଭାରତୀୟ ଫାଷ୍ଟ ବୋଲର ଅଜୀତ ଅଗରକରଙ୍କ ଲଭ ଷ୍ଟାରୀ କୌଣସି ଫିଲ୍ମ ଷ୍ଟାରୀ ଠାରୁ ମକ ନୁହେଁ । ୨୦୦୦ ମସିହାରେ ନିଜ ବନ୍ଧୁଙ୍କ ଭଉଣୀ ଫାତିମା ଘଡିଆଲୀଙ୍କ ସହ ସାକ୍ଷାତ ହୋଇଥିଲା ଅଜିତଙ୍କର । ଆଉ ପ୍ରଥମ ଦେଖାରେ ହିଁ ତାଙ୍କୁ ମନ ଦେଇ ବସିଥିଲେ ଅଜିତ । କହିବାଗୁ ଗଲେ ଫାତିମା ଥିଲେ ଜମେ ମୁସଲିମ ପରିବାରରୁ । ଅନ୍ୟ ଧର୍ମର ହୋଇଥିବା କାରଣରୁ ଅନେକ କଠିନ ପରିସ୍ଥିତିର ଅଜିତ୍ ସାମ୍ନା କରିଥିଲେ । ଏହାପରେ ବି ହାର୍ ମାନିନଥିଲେ ଅଜିତ ଏବଂ ନିଜ ପ୍ରେମକୁ ହାସିଲ କରିବା ପାଇଁ ୨୦୦୨ରେ ଫାତିମାଙ୍କୁ ବନାଇଥିଲେ ନିଜ ହମସଫର । ବିବାହର ଅନେକ ବର୍ଷ ପରେ ସେମାନେ ଦୁହେଁ ଏକ ପୁତ୍ର ସନ୍ତାନର ବାପା ମା ହୋଇତିଲେ । ଯାହାର ନା ରାଜ୍ । ତେବେ ପ୍ରଫେସନରେ ଫାତିମା ଥିଲେ ଜଣେ ଏଜୁକେସନିଷ୍ଟ ଏବଂ କା ଇଦୁ ଆସୋସିଏଟସର ସହସଂସ୍ଥାପକ ଥିଲେ । ଏହି କମ୍ପାନୀର ମୁମ୍ବାଇରେ ଏଜୁକେସନାଲ ମ୍ୟାନେଜମେଣ୍ଟ ସର୍ଭିସ କମ୍ପାନୀ ରହିଚି ।
ବର୍ତମାନ ଅଗରକରଙ୍କୁ ଭାରତୀୟ ଟିମର ନୂଆ ଚିଫ ସିଲେକ୍ଟର ବନା ଯାଇଛି । ଯିଏ ନେିଛନ୍ତି ଚେତନ ଶର୍ମାଙ୍କ ସ୍ଥାନ । କହିରକିବୁ କି, ଷ୍ଟିଂଗ ଅପରେସନ ପରେ ଚେତନ ଶର୍ମା ନିଜ ପଦରୁ ଇସ୍ତଫା ଦେଇଥିଲେ । ଗତ ୫ ମାସ ଧରି ଖାଲି ରହିଥିଲା ତାଙ୍କ ସ୍ଥାନ । ବିସିସିଆଇ ଶିବ ସୁନ୍ଦର ଦାସଙ୍କୁ ଅନ୍ତରୀଣ ସିଲେକ୍ଟର ବନାଇଥିଲା ।
ତେବେ ଦର୍ଶକବନ୍ଧୁ ଆପଣଙ୍କୁ ଅଜିତଙ୍କ ଲଭ ଷ୍ଟାରୀ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଏବଂ ଏହିଭଳି ନୂଆ ନୂଆ ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ, ସେୟାର ଓ ସବସ୍କ୍ରାଇବ କରନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ