35.7 C
Odisha
Friday, March 6, 2026

ଚନ୍ଦ୍ରରେ ଅଛି ଜୀବନ, ବୁଲୁଛି ‘ବୁଢିଆଣୀ’ ?

ଦର୍ଶକବନ୍ଧୁ ମୁନ ମିଶନ ହେଉଛି ଏକ ବଡ ସଫଳତା । ଭାରତ ପାଇଁ ଏହା ଯେତିିକି ବଡ ମିଶନ , ସେତିକି ରୋଚକକର ମଧ୍ୟ । କାରଣ ପ୍ରତିଦିନ ଚନ୍ଦ୍ରପୃଷ୍ଠରୁ କିଛି ନା କିଛି ଖବର ଗଣମାଧ୍ୟମରେ ପ୍ରସାରିତ ହେଉଛି । ଚନ୍ଦ୍ରରେ ସୁନା, ଖଣିଜ ପଦାର୍ଥ ଥିବା କଥା ପୂର୍ବରୁ ବୈଜ୍ଞାନିକ ଦାବି କରିସାରିଥିବା ବେଳେ ଏବେ ଚନ୍ଦ୍ରରେ ଜୀବନ ଥିବା କଥା କୁହାଯାଇଛି ।
ଭାରତର ରୋଭର ପ୍ରଜ୍ଞାନ୍ ଏବେ ଚନ୍ଦ୍ରପୃଷ୍ଠରେ ବୁଲୁଛି । ବିଭିନ୍ନ ତଥ୍ୟର ସନ୍ଧାନ କରୁଥିବା ବେଳେ ରେକର୍ଡ ହୋଇଛି ଏକ ବୁଢିଆଣୀ । ଭଲଭାବେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । ଏଠି ଏକ ଛୋଟ ବୁଢିଆଣୀ ଚନ୍ଦ୍ରପୃଷ୍ଠରେ ଚାଲୁଥିବା ଦେଖାଯାଉଛି । ଏହାବାଦ୍ ପରେ ତାହା ହୋଇଯାଉଛି ଏକ ବଡ ବୁଢିଆଣୀ । ଚନ୍ଦ୍ରପୃଷ୍ଠରେ ପୂର୍ବରୁ ଯାଇଥିବା ଅନେକ ମିଶନର ଯନ୍ତ୍ରାଂଶ ବି ଏଣେତେଣେ ପଡିଛି । ତେବେ ବାସ୍ତବେର ଚନ୍ଦ୍ରପୃଷ୍ଠରେ ବୁଢିଆଣୀ ବାହାରିବା କିମ୍ବା ଜୀବିତ ଥିବା ହେଉଛି ଏକ ବଡ କଥା । ହେଲେ ଏହାକୁ ବାଦ ଦେଲେ ସବୁଠୁ ବଡ କଥା ହେଲା କି ଅନେକ ବୈଜ୍ଞାନିକ ଏମିତି କହିସାରିଛନ୍ତି କି ଚନ୍ଦ୍ରରେ ଜୀବନ ସମ୍ଭବ । ଆଉ କେହି କେହି ଏହାକୁ ଅସମ୍ଭବ ମଧ୍ୟ ଦାବି କରିଛନ୍ତି । ଏମିତିରେ ଚନ୍ଦ୍ରପୃଷ୍ଠର ତାପମାତ୍ରାକୁ ଦେଖିଲେ ବାସ୍ତବରେ ଜୀବନ ଧରି କେହି ବଂଚିବା ସମ୍ଭବପର ନୁହେଁ । ତାହେଲେ ଏ ବୁଢିଆଣୀ କେମିତି ଆସିଲା । ଏହା ବି ଏକ ବଡ ପ୍ରଶ୍ନ ।
ଏହାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହେଲେ ପ୍ରକୃତରେ ଆମେ ଯଦି କହିବାୁ ଏବେ ଯାଏଁ ଚନ୍ଦ୍ରରେ ଜୀବନ ଥିବା ଜଣାପଡିନି । ଇସ୍ରୋ ପକ୍ଷରୁ ଏମିତି କିଛି ବି କୁହାଯାଇନାହିଁ । ଏହା ନିହାତି ଭାବେ ଗ୍ରାଫିକ୍ସର କମାଲ୍ । ଯାହା ଏବେ ଇଂଟରନେଟ ପ୍ଲାଟଫର୍ମରେ ଟ୍ରେଣ୍ଡ କରୁଛି । ବ୍ୟବହାରକାରୀ ମଧ୍ୟ ଏହା ଉପରେ ରଖୁଛନ୍ତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ।
କିନ୍ତୁ ଆଉ ଏକ ବିଶେଷ କଥା ହେଲା, ଯଦି ସତରେ ଚନ୍ଦ୍ରପୃଷ୍ଠରେ ଜୀବନ ଥାଏ ତେବେ ନିହାତି ଭାବେ ମାନବ ସମାଜ ପାଇଁ ଏହା ଏକ ବଡ ଫାଇଦା ହେବ ଏବଂ ବଡ ସଫଳତା ହାସଲ କରିବାରେ ସଫଳ ହେବେ ଇସ୍ରୋ ବୈଜ୍ଞାନିକ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ