ଚାମେଲି ଓଝାଙ୍କୁ ବଡ ଆଶ୍ୱସ୍ତି, ମାମଲାର ଶୁଣାଣି କରି ଏମିତି କହିଲେ ହାଇକୋର୍ଟ…

କଟକ: ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ଅନାସ୍ଥା ପ୍ରସ୍ତାବ ନେଇ ଆଗକୁ ବଢ଼ୁଥିବା ପ୍ରକ୍ରିୟାକୁ କୋର୍ଟ ଅନୁମତି ଦେଇଛନ୍ତି। ତେବେ ଭୋଟିଂ ହେଲେ ମଧ୍ୟ ଏହାର ଫଳାଫଳ ତୁରନ୍ତ ପ୍ରକାଶ କରାଯାଇପାରିବ ନାହିଁ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଚାମେଲୀ ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆବଶ୍ୟକ ଭୋଟିଂ ଓ ଅନ୍ୟାନ୍ୟ ପ୍ରକ୍ରିୟା ଜାରି ରହିପାରିବ। କିନ୍ତୁ ଭୋଟିଂରେ କେଉଁ ଫଳାଫଳ ଆସିଲା, ତାହା କୋର୍ଟଙ୍କ ପରବର୍ତ୍ତୀ ଅନୁମତି ବିନା ପ୍ରକାଶ କରାଯାଇପାରିବ ନାହିଁ।
ଏହି ମାମଲାରେ ଚାମେଲୀ ଓଝାଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଶୁଣାଣି ଶେଷ ହୋଇଛି। ଶୁଣାଣି ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।
ଅର୍ଥାତ୍, ଅନାସ୍ଥା ପ୍ରସ୍ତାବ ନେଇ ପ୍ରକ୍ରିୟା ଚାଲିପାରିବ, ଭୋଟିଂ ମଧ୍ୟ ହୋଇପାରିବ। କିନ୍ତୁ ଭୋଟର ଫଳାଫଳ ଘୋଷଣା ଉପରେ ରହିବ ଅନ୍ତରୀଣ ଅଙ୍କୁଶ। ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପରେ ହିଁ ଫଳାଫଳ ପ୍ରକାଶ କରାଯାଇପାରିବ।
ଏବେ ମାମଲାର ରାୟ ହାଇକୋର୍ଟରେ ସଂରକ୍ଷିତ ଥିବାରୁ, ପରବର୍ତ୍ତୀ ନିର୍ଦ୍ଦେଶକୁ ନେଇ ସମସ୍ତଙ୍କ ନଜର ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ