ଦର୍ଶକବନ୍ଧୁ ଯେତେ ଜଣ ପରୀକ୍ଷାର୍ଥୀ ଆଇଏଏସ ପାଇଛନ୍ତି, ସେମାନଙ୍କ ସଫଳତା ପଛରେ ନିହାତି ଭାବେ ରହିଛି ସଂଘର୍ଷଣର କାହାଣୀ । ଅଧିକାଂଶ ପିଲା ବହୁତ କଷ୍ଟ କରି ୟୁପିଏସସି ପରୀକ୍ଷା କ୍ରାକ କରିବାରେ ସଫଳ ହୋଇଥାନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଲେ ୟୁପିଏସସି ସିଏସଇ ୨୦୨୨ରେ ୪୧୦ ରାଙ୍କ ହାସଲ କରିଥିବା ଡୋଙ୍ଗରେ ରେବେୟା । ମାତ୍ର ୨୦ ବର୍ଷ ବୟସରେ ନିଜ ପିତାଙ୍କୁ ହରାଇଥିଲେ ଡୋଙ୍ଗରେ । ଯିଏ ଜଣେ ରୋଷେୟା ଭାବେ କାମ କରୁଥିଲେ । ହେଲେ ବାପାଙ୍କ ମୃତ୍ୟୁ ପରେ ଚଳିବା ବହୁତ କଷ୍ଟ ହୋଇଡିଥିଲା । ମାତ୍ର ପରିସ୍ଥିତି ସହ ହାର ମାନିନଥିଲେ ଡୋଙ୍ଗରେ କି ତାଙ୍କ ମା । ମା ବିସ୍ତାରା ବାଇ ପୁଅକୁ ପଢାଇବା ପାଇଁ ଏକ ସରକାରୀ ସ୍କୁଲରେ ରୋଷେୟା ଭାବେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ପାଖରେ ଅଧିକ ଟଙ୍କା ନଥିଲା । ହେଲେ ସେ ନିଜ ପୁଅକୁ ଜୀବନରେ ଆଗକୁ ବଢିବାକୁ ପ୍ରେରିତ କରୁଥିଲେ । ପାଠ ପଢା ବନ୍ଦ ହେଉ ବୋଲି ଚାହିଁନତିଲେ ଡୋଙ୍ଗରେ ଙ୍କ ମା । ଏହାପରେ ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିବାକୁ ଅଣ୍ଟା ଭିଡିଥିଲେ ଡୋଙ୍ଗରେ । ପ୍ରଥମେ ଆଇଆଇଟି, ପରେ ଗେଟ୍ ଓ ତା ପରେ ଡୋଙ୍ଗରେ କ୍ରାକ୍ କରିଥିଲେ ୟୁପିଏସସି ।
ତେଲେଙ୍ଗାନା କୋମାରାମ ଭୀମ ଜିଲାର ଏକ ଛୋଟ ଗାଁରେ ବାସ କରନ୍ତି ଡୋଙ୍ଗରେ । ଦଶମ ଯାଏଁ ନିଜର ଶିକ୍ଷା ତେଲେଙ୍ଗାନା ସୋସିଆଲ େଓଲଫେୟାର ରେସିଡେନସିଆଲ ସ୍କୁଲ ଆସିଫାବାଦରେ ପୂରା କରିଥିଲେ । ପରେ ଇଣ୍ଟରମିଡିଏଟ ପାଇଁ ଡୋଙ୍ଗରେ ହାଇଦ୍ରାବାଦର ଟିଏସଡବ୍ଲୁଆର ଜୁନିଅର କଲେଜ ଯାଇଥିଲେ । କଠିନ ପରିଶ୍ରମ ଓ ସମର୍ପଣ ମନୋଭାବ ପାଇଁ ଆଇଆଇଟି ଜେଇଇ ରେ ସେ ହାସଲ କରିଥିଲେ ସଫଳତା । ପରେ ଆଇଆଇଟି ମାଡ୍ରାସରେ ଗୋଟିଏ ସିଟ ତାଙ୍କୁ ଆବଣ୍ଟନ ହୋଇଥିଲା । ହେଲେ ଏଥିପାଇଁ ପଂଜିକରଣ କରାଇବାକୁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିଲା । ପରେ ତାଙ୍କ ଜିଲାର ଡିସି ତାଙ୍କ ସହ ସଂସ୍ପର୍ଶରେ ଆସି ୟୁପିଏସସି ସିଏସଇ ପାଇଁ ପ୍ରେରଣା ଦେଇଥିଲେ ।
ତେବେ ଡୋଙ୍ଗରେ କୁହନ୍ତି, ପଂଜୀକରଣ କରିବା ପାଇଁ ମୋ ମା ଙ୍କ ପାଖରେ ୨୦ ହଜାର ଟଙ୍କା ନଥିଲା । ପରେ ଜିଲା ସାହାଯ୍ୟ କରିବାକୁ ଆସିଥିଲା । ଏହାକୁ ଦେଖିବା ପରେ ସେ ଚିନ୍ତା କରିଥିଲେ କି, ଯଦି ସେ ଏହି ପଦରେ ରହିବେ, ତେବେ ଅନେକ ଲୋକଙ୍କର ସାହାଯ୍ୟ ସେ କରିପାରିବେ ।
ସ୍ନାତ୍ତକ ସାରିବା ପରେ ସେ ଅଲ ଇଣ୍ଡିଆ ରାଙ୍କ ୭୦ ସହ ଗେଟ ପାସ କରିଥିଲେ ଏବଂ ଓଏନଜିସି ରେ ପାଇଥିଲେ ଚାକିରୀ । ଏହାପରେ ୟୁପିଏସସି ପରୀକ୍ଷା ପାଇଁ ଆରମ୍ଭ କରି ଦେଇଥିଲେ ପାଠ ପଢା । ୨୦୨୧ ରେ ଡୋଙ୍ଗରେ କରିଥିଲେ ପ୍ରଥମ ପ୍ରୟାସ । ହେଲେ ଅସଫଳ ରହିଥିଲେ । ପରେ ସେ ଚାକିରୀରୁ ଦେଇଥିଲେ ଇସ୍ତଫା । ଇସ୍ତଫା ଦେବା ପରେ ପୁରା ଦମ ଲଗେଇ ପାଠ ପଢିଲେ । ଆଉ ଏଥର ତାଙ୍କୁ ମିଳିଥିଲା ସଫଳତା । ଅଧିକାଂଶ ଭାବେ କୋଚିଂ ନ ନେଇ ନିଜେ ନିଜକୁ ପ୍ରସ୍ତୁତ କରୁଥିଲେ ବୋଲି କହିଛନ୍ତି ଡୋଙ୍ଗରେ ।
ତେବେ ଦର୍ଶକବନ୍ଧୁ ଯଦି ଜଣେ କଷ୍ଟ କରି ମନ ଧ୍ୟାନ ଦେଇ ପାଠ ପଢିବ, ସବୁ ପ୍ରତିକୂଳ ପରିସ୍ଥିତି ସାମ୍ନା କରିବ, ତେବେ ସଫଳତା ସୁନିଶ୍ଚିତ ବୋଲି କୁହାଯାଇପାରେ ।

