40.3 C
Odisha
Thursday, April 16, 2026

୩୦ ଜୁନ ଭିତରେ ନକଲେ ଗଣିବେ ୧୦,୦୦୦

ସରିବାକୁ ବସିଲାଣି ଜୁନ ମାସ । ଆଉ ମାତ୍ର ଗୋଟିଏ ଦିନ । ଏକ ଜରୁରୀ କାମ କରିବା ପାଇଁ ଆପଣଙ୍କ ପାଖରେ ଅଛି ଏବେ ଗୋଟିଏ ଦିନର ସମୟ । ହଁ ଦର୍ଶକବନ୍ଧୁ ଆମେ କହୁଛୁ, ପ୍ୟାନ କାର୍ଡ ସହ ଆଧାର କାର୍ଡ ଲିଙ୍କ କରାଇବା କଥା । ଯାହାର ଡେଡ ଲଇନ ସମସ୍ତଙ୍କ ପାଇଁ ରହିଛି ଜୁନ ୩୦ ତାରିଖ । ତେବେ ଏହାକୁ କରିବା ପାଇଁ ପ୍ରଥମେ ୩୧ ମାର୍ଚ ୨୦୨୩ ଶେଷ ତାରିଖ ଥିଲା । ହେଲେ ପରବର୍ତୀ ସମୟରେ ଏହାକୁ ଆଉ ତିନି ମାସ ଯାଏଁ କରାଯାିତିଲା ବୃଦ୍ଧି । ଯଦି ଆପଣ ଏବେ ବି ଏହି କାମ ସାରିନାହାନ୍ତି, ତେବେ ଡେରି ନକରି ତୁରନ୍ତ ଲିଙ୍କ କରାଇଦେବା ଉଚିତ । ନହେଲେ ଆପଣଙ୍କ ପ୍ୟାନ କାର୍ଡ ଅଚଳ ହୋଇଯିବ ।
ଯଦି ସମୟ ଭିତରେ ଆପଣ ସଂଯୋଗ କରୁନାହାନ୍ତି, ତେବେ ଡିଆକ୍ଟିଭେଟ ହୋଇଯିବ ଆପଣଙ୍କ ପାନ କାର୍ଡ । ଆଉ ଯଦି ଏମିତି ହୁଏ, ତେବେ କାର୍ଡ ହୋଲଡର ମ୍ୟୁଚୁଆଲ ପଣ୍ଡ, ଷ୍ଟକ ମାର୍କେଟ ଇନଭେଷ୍ଟମେଣ୍ଟ ଭଳି କାମ ଆଉ କରିପାରିବେନି । ଖାଲି ଏତିକି ନୁହେଁ, ଆଜିର ସମୟରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବାଠୁ ଆରମ୍ଭ କରି ରିୟଲ ଇଷ୍ଟେଟ କିମ୍ବା ଅନ୍ୟ କୌଣସି ଡିଲରେ ପ୍ୟାନ କାର୍ଡ ସବୁଠୁ ଜରୁରୀ ଡକ୍ୟୁମେଣ୍ଟ । ଏଥିପାଇଁ ସେଷ ତାରିଖ ଯାଏଁ ଅପେକ୍ଷା ନକରି ଜଲଦି ସାରିଦେବା ବୁଦ୍ଧିମାନର କାମ ହେବ ।
ଯଦି ଆପଣ ଜୁନ ୩୦ ଭିତରେ କରୁଛନ୍ତି, ତେବେ ୧୦୦୦ ଟଙ୍କା ଜରିମାନା ଆକାରରେ ଦେବାକୁ ପଡିବ । ସେହିପରି ଫର୍ମରେ ଏ ସମ୍ବନ୍ଧିତ ପରିବର୍ତନ ମଧ୍ୟ ଆପଣ ଦେଖିବାକୁ ପାଇପାରନ୍ତି । ତେବେ ଆପଣ ଯେତେବେଲେ ପ୍ୟାନ ସହ ଆଧାର ଲିଙ୍କ ପାଇଁ ଜରିମାନା ଦେବେ, ଏହା ମଧ୍ୟରେ ଆପଣଙ୍କୁ ଆସେସମେଣ୍ଟ ଇଅର ର ଅପ୍ସନ ବି ମିଳିବ । ଇନକମ ଟାକ୍ସ ବିଭାଗ ଏବେ ଆସେସମେଣ୍ଟ ଇଅରକୁ କରିଦେଇଛି ଅପଡେଟ । ଲେଟ ଫିସ ପେମେଣ୍ଟ ପାଇଁ ଆପଣଙ୍କୁ ଆସେସମେଣ୍ଟ ଇଅର ୨୦୨୪-୨୫ ଚୟନ କରିବାକୁ ହେବ । ପୂର୍ବ ଡେଡଲାଇ> ଥିଲା ୩୧ ମାର୍ଚ ୨୦୨୩ ଥିଲା । ଯେଉଁଥିପାଇଁ ଆସେସମେଣ୍ଟ ଇଅର ୨୦୨୩-୨୪ ଚୟନ କରାଯାଉଥିଲା ।
ପାନ କାର୍ଡ ଡିଆକ୍ଟିଭେଟ ହେବା ପରେ ଯଦି ଆପଣ ଏହାର ବ୍ୟବହାର କୌଣସି ଆର୍ଥିକ କାର୍ଯ୍ୟ ପାଇଁ ଡକ୍ୟୁମେଣ୍ଟ ହିସାବରେ କରିବେ. ତେବେ ଆପଣଙ୍କୁ ୧୦ ହଜାର ଯାଏଁ ଜରିମାନା ଲାଗିପାରେ । ଇନକମ ଟାକ୍ସ ଆକ୍ଟ ଧାରା ୨୭୨ବି ହିସାବରେ ଜରିମାନା ନେଇ ପ୍ରାବଧାନ ରହିଛି । ଏଥିପାଇଁ ଆୟକର ବିଭାଗ ଲୋକଙ୍କୁ ଲଗାତର ଭାବେ ଏହାକୁ ସାରିବାକୁ ପରାମର୍ଶ ଦେଉଛି । ଘରେ ବସି ଅତି ସହଜରେ ଆପଣ ଏହାକୁ ଚାହିଁଲେ କରିପାରିବେ ।
ସମୟ ଯେତିକି ସରି ଆସୁଚି, ଲୋକଙ୍କୁ ଏହି କାମ କରିବା ।ପଇଁ ସେତେ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଆୟକର ବିଭାଗ ଏକ ଟ୍ୱିଟ ଜରିଆରେ ପ୍ୟାନ ଆଧାର ଲିଙ୍କ ପ୍ରକ୍ରିୟା ମଧ୍ୟରେ ଡେମୋଗ୍ରାଫିକ ମିସମ୍ୟାଚ ନେଇ ତଥ୍ୟ ପ୍ରଦାନ କରିଛି ।
ତେବେ ଜଣାଇଦେବାକୁ ଚହିଁବୁ ଯେ, ପ୍ୟାନ ଆଧାର ଲିଙ୍କ ପ୍ରକ୍ରିୟା ବେଲେ ଏ ସବୁ ତଥ୍ୟ ମିସମ୍ୟାଚ ସେତେବେଳେ ହୁଏ, ଯେତେବେଲେ ଦୁଇଟି ଯାକ କାର୍ଡରେ ଦିଆଯାଇଥିବା ବ୍ୟକ୍ତିଗତ ତଥ୍ୟ ଭିନ୍ନ ଭିନ୍ନ ଥାଏ । ଲିଙ୍କ କରିବା ପୂର୍ବରୁ ଆପଣଙ୍କୁ ନିଜ ପ୍ୟାନ କାର୍ଡ କିମ୍ବା ଆଧାର କାର୍ଡରେ ଥିବା ତଥ୍ୟ ସମାନ ଥିବା ଦରକାର । ଯଦି ଆଧାର କାର୍ଡରେ କିଛି ସମସ୍ୟା ଥାଏ, ତେବେ ଆପଣ ନିକଟସ୍ଥ ଆଧାର ସେଣ୍ଟର ଯାଇ ଏହାକୁ ଠିକ କରିପାରିବେ । ତେବେ ଏହି ଖବରଟି ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ