ବାପା ହେବେ ଅନୁଭବ ମହାନ୍ତି : ଖୁସିରେ ସାରା ଓଲିଉଡ, ଫ୍ୟାନସ୍ ବି ଖୁସ୍

ଭୁବନେଶ୍ୱର: ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ତାଙ୍କ ପରିବାରକୁ ଆସିବାକୁ ଯାଉଛନ୍ତି ନୂଆ ଅତିଥି। ଅନୁଭବ ଓ ତାଙ୍କ ପତ୍ନୀ ଜାଗୃତି ଶୁକ୍ଳା ବାପା-ମାଆ ହେବାକୁ ଯାଉଥିବା ଖବର ସାମ୍ନାକୁ ଆସିଛି।

ଏହି ଖୁସି ଖବର ଉଭୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।ସୋସିଆଲ ମିଡିଆରେ ସେୟାର କଲେ ଖୁସି ଖବରଅନୁଭବ ଓ ଜାଗୃତି ନିଜ ସୋସିଆଲ ମିଡିଆ ପେଜ୍‌ରେ ଏକ ପ୍ରେଗ୍ନାନ୍ସି କିଟ୍‌ର ଫଟୋ ସେୟାର କରି ଏହି ଖୁସି ଖବର ଜଣାଇଛନ୍ତି। ଏହା ସହ ନିଜ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବା ନେଇ ଭାବପ୍ରବଣ ବାର୍ତ୍ତା ମଧ୍ୟ ଦେଇଛନ୍ତି।ଏହି ପୋଷ୍ଟରେ ଅନୁଭବ ଲେଖିଛନ୍ତି ଯେ, ସେମାନେ ବାପା-ମାଆ ହେବାର ଏକ ନୂଆ ଯାତ୍ରା ଆରମ୍ଭ କରୁଛନ୍ତି।

ଏହି ବିଶେଷ ମୁହୂର୍ତ୍ତରେ ପ୍ରଶଂସକଙ୍କ ଅସୀମ ସ୍ନେହ, ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ ଉଭୟ କୃତଜ୍ଞ ବୋଲି ଜଣାଇଛନ୍ତି। ସେମାନଙ୍କ ପାଇଁ ପ୍ରଶଂସକଙ୍କ ଭଲପାଇବା ଓ ଆଶୀର୍ବାଦ ଅମୂଲ୍ୟ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।ଶୁଭେଚ୍ଛା ଜଣାଉଛନ୍ତି ପ୍ରଶଂସକଅନୁଭବ ଓ ଜାଗୃତିଙ୍କ ଏହି ଖୁସି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂଆ ଜୀବନ ଯାତ୍ରା ପାଇଁ ଅନେକେ ଶୁଭକାମନା ଜଣାଉଛନ୍ତି।

୨୦୨୫ରେ ବିବାହ କରିଥିଲେ ଅନୁଭବ-ଜାଗୃତିସୂଚନାଯୋଗ୍ୟ, ୧୧ ମାର୍ଚ୍ଚ ୨୦୨୫ରେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଦିଲ୍ଲୀରେ ପରିବାରବର୍ଗ ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏବେ ସେମାନଙ୍କ ଜୀବନରେ ଆଉ ଏକ ନୂଆ ଖୁସି ଯୋଡ଼ି ହେବାକୁ ଯାଉଥିବା ଖବର ପ୍ରଶଂସକଙ୍କ ଉତ୍ସାହକୁ ବଢ଼ାଇ ଦେଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ