ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ବିବାଦକୁ ଆସିଛନ୍ତି ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁ ଓରଫ୍ ଅନନ୍ତ ନାରାୟଣ ଧଳ । ପୁଣି ମାଡ ମାରିବାର ଅଭିଯୋଗ ଆସିଛି ନାଣ୍ଡୁ ବାବୁଙ୍କ ନାଁରେ । ଏପରି ଅଭିଯୋଗ ଆଣିଛନ୍ତି ନାଣ୍ଡୁବାବୁଙ୍କର ଅନ୍ୟତମ ଯାତ୍ରାନୁଷ୍ଠାନ ଅପେରା ଅଶୋକ ସମ୍ରାଟର ନାୟିକା ମାମୁନି । ଲୋକ ଲଗାଇ ତାଙ୍କୁ ମାଡ଼ ମରାଯାଇଥିବା Kalinga Today Liveକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ଅଭିନେତ୍ରୀ ମାମୁନି ।
ତେବେ ଏନେଇ ସେ ଥାନାର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ଏବେ ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ତାହା ଉପରେ ନଜର ରହିଛି ।

