23.3 C
Odisha
Friday, March 6, 2026

ଗ୍ୟାରେଜରେ ରାହୁଲ ଗାନ୍ଧୀ

କଂଗ୍ରେସ୍ ନେତା ରାହୁଲ୍ ଗାନ୍ଧୀ । ନିଜର ଅସାଧରଣ କାର‌୍ୟ୍ୟକୁ ନେଇ ସେ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି। କେନ୍ଦ୍ର ସରକାରଙ୍କୁ ଅନେକ ସମୟରେ ଟାର୍ଗେଟ କରିଥାନ୍ତି ରାହୁଲ । କେତେବେଳେ ପ୍ରଫେସନାଲ ଲାଇଫ ହେଉ କିମ୍ବା ପର୍ସନାଲ ଲାଇଫ ସବୁବେଳେ ତାଙ୍କ ମନ୍ତବ୍ୟ ଚର୍ଚ୍ଚାରେ ରହେ । ଏବି ମଧ୍ୟ ଟିକିଏ ଚର୍ଚ୍ଚାକୁ ଆସିଯାଇଛନ୍ତି ରାହୁଲ ।

ନିକଟରେ ରାହୁଲଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ରାହୁଲ ଗାନ୍ଧୀ ଦିଲ୍ଲୀର କରୋଲ ବାଗ ବଜାରରେ ବୁଲୁଛନ୍ତି । ଗଳି କନ୍ଦିରେ ବୁଲି ସମସ୍ତଙ୍କୁ ହାତ ହଲାଉଛନ୍ତି ଏବଂ ଲୋକଙ୍କୁ କହୁଛନ୍ତି ନମସ୍କାର ଆପଣମାନେ କେମିତି ଅଛନ୍ତି । ଲୋକମାନେ ମଧ୍ୟ ହସି ହସି ରାହୁଲଙ୍କ ସହ କଥା ହେଉଛନ୍ତି । ପରେ ହଠାତ୍ ଏକ ବାଇକ୍ ସର୍ଭିଂସି ସେଣ୍ଟରେ ପଶୁଛନ୍ତି। ମେକନିକ୍ ସହିତ କଥାବାର୍ତ୍ତା କରୁଛନ୍ତି । ବାଇକ୍ ସର୍ଭିସିଂ କିଭଳି ହେଉଛି ଶିଖୁଛନ୍ତି । ଏବଂ ବାଇକ୍ ସର୍ଭିସିଂ ମରାମତି କରିବାରେ ମଧ୍ୟ ସେ ହାତ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା।
ଏହି ୧୨ ମିନିଟର ଲମ୍ବା ଭିଡିଓରେ ୫୩ ବର୍ଷିୟ ରାହୁଲ ଗାନ୍ଧୀ ମଧ୍ୟ ସେୟାର କରିଛନ୍ତି ଯେ, ତାଙ୍କ ପାଖରେ ମୋଟରସାଇକେଲ ଅଛି, କିନ୍ତୁ ଏହା ଅବ୍ୟବହୃତ ହୋଇ ପଡ଼ିଛି। ସେ କହିଛନ୍ତି, “ମୋର ଏକ କେଟିଏମ୍ ୩୯୦ ଅଛି,କିନ୍ତୁ ଏହା ନିଷ୍କ୍ରିୟ ହୋଇପଡ଼ିଛି କାରଣ ମୋର ସୁରକ୍ଷା କର୍ମୀମାନେ ମୋତେ ଏହାକୁ ବ୍ୟବହାର କରିବାକୁ ଅନୁମତି ଦିଅନ୍ତି ନାହିଁ। ମେକାନିକ୍ ରାହୁଲଙ୍କୁ ପଚାରିଲେ ସେ କେବେ ବିବାହ କରିବେ? ସେ ଉତ୍ତର ଦେଲେ- କିଛି ଦିନ ହେବ । ଏହା ପରେ ସେ ମେକାନିକ୍ କୁ ମଧ୍ୟ ପଚାରିଲେ- “ତୁମେ କେବେ ବିବାହ କରିବ? ଏଥିପାଇଁ ସେ ଉତ୍ତର ଦେଲେ- “ଯେତେବେଳେ ମୁଁ ଯଥେଷ୍ଟ ରୋଜଗାର କରିବା ଆରମ୍ଭ କରିବି।

ନିକଟରେ ରାହୁଲଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ବିଲରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଟ୍ରାକ୍ଟର ଚଳାଇଲେ ଆଉ ଚାଷୀଙ୍କ ସହ କଥା ହେଲେ । ବିଲରେ ଚାଷୀ ତଳି ରୋଉଥିଲେ । ଆଉ ହଠାତ ରାହୁଲ ଗାନ୍ଧୀ ବିଲରେ ପହଞ୍ଚି ଯାଇଥିଲେ । ଯାହାକୁ ଦେଖି ଚାଷୀ ମଧ୍ୟ ହଠାତ ହତବାକ ହୋଇଯାଇଥିଲେ । ରାହୁଲ ଗାନ୍ଧୀ ଦିଲ୍ଲାରୁ ଶିମଲା ଅଭିମୁଖେ ଯାଉଥିଲେ । ହରିଆଣାର ସୋନିପଥ ଦେଇ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଦେଖିବାକୁ ପାଇଥିଲେ ଚାଷୀ ବିଲରେ ତଳି ରୋଉଛନ୍ତି । ଆଉ ଏହାପରେ ନିଜ କାର ଅଟକାଇଥିଲେ ପୂର୍ବତନ କଂଗ୍ରେସ ସଭାପତି । ପରେ ଚାଷ ଜମିକୁ ଯାଇ ଚାଷଙ୍କୁ ଚାଷ କାମରେ ସହଯୋଗ କରିବା ସହିତ ତାଙ୍କ ସହ କଥା ହୋଇଥିଲେ । ରାହୁଲ ଭାରତ ଯୋଡ ଯାତ୍ରା ଆରମ୍ଭ କରିଥିଲେ। ଏହି ଯାତ୍ରା ୭ ସେପ୍ଟେମ୍ବର ୨୦୨୨ରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା ଏବଂ ଜାନୁୟାରୀ ୩୦,୨୦୨୩ ରେ ଶ୍ରୀନଗରରେ ଶେଷ ହୋଇଥିଲା।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ