16.1 C
Odisha
Friday, January 16, 2026

ଆଜି ବି କାନ୍ଦୁଛନ୍ତି ଧର୍ମପଦ !

କଳା ଏବଂ ସଂସ୍କୃତିର ଭୂମି ଓଡିଶା । ପ୍ରାଚୀନ ଭାରତରେ ଓଡିଶାର ନାଁ ଥିଲା କଳିଙ୍ଗ । ସେତେବେଳେ ଅଧିକ ଗୌରବଶାଳୀ ଥିଲା ଓଡିଶା ପ୍ରଦେଶ । ଏହାର ମାଟି ଓ ପଥର କହୁଥିଲେ କଥା । ରାଜ୍ୟରେ ଥିଲେ କୁଶଳୀ କାରିଗର । ତେବେ ଆମେ କହୁଛୁ କୋଣାର୍କ ମନ୍ଦିର ବେଳର କଥା । ସେତେବେଳେ ଓଡିଶାର ରାଜା ଥାନ୍ତି ଲାଙ୍ଗୁଳା ନରସିଂହ ଦେବ । ତାଙ୍କ ମନରେ ଆସିଥିଲା ସୂର୍ଯ୍ୟମନ୍ଦିର କରିବାର ଇଚ୍ଛା । ହେଲେ ଏହି ମନ୍ଦିର ରଥ ଆକାରରେ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ କଳିଙ୍ଗ ରାଜା ।

ସେତେବେଳେ ରାଜାଙ୍କ ନିର୍ଦ୍ଦେଶ ମୁତାବକ କାମ ଆମ୍ଭ କରିଥିଲେ ମନ୍ଦିରର ମୁଖ୍ୟ ଯନ୍ତ୍ରୀ ସିବେଇ ସାମନ୍ତରା । ରାଜ୍ୟର ବଛା ବଛା 1200 ବଢେଇଙ୍କୁ ଆଣିଥିଲେ ସେ । କେମିତି କାମ ହେବ, କଣ କରାଯିବ ଏବଂ ଡିଜାଇନ୍ ଆଦି ବୁଝାଇ ଦେଇଥିଲେ । ସବୁ ସୁଣିବା ପରେ କାମ ଆରମ୍ଭ କରିଦେଇଥିଲେ 1200 କାରିଗର । ଦିନ ରାତି ଏକ୍ କରି ମନ୍ଦିରର ନିର୍ମାଣ କରୁଥିଲେ । ମନ୍ଦିରରେ ଲାଗିଥିବା ପଥରକୁ ସେମାନଙ୍କ ନିହାଣ ମୁନରେ ଦେଉଥିଲେ ଜୀବନ ।

ତେବେ ଏହି କାରିଗରଙ୍କ ମୁଖ୍ୟ ଥିଲେ ବିଶୁ ମହାରଣା । ତାଙ୍କ ନେତୃତ୍ୱରେ ସମସ୍ତ କାରିଗର କାମରେ ଲାଗିଯାଇଥିଲେ । ମନ୍ଦିରଟି ଖୁବ୍ ସୁନ୍ଦର ଥିଲା । ଦେଖିବାକୁ ଏହା ରଥ ଆକାରରେ ରହିଥିଲା । ସେତେବେଳେ ସିମେଣ୍ଟର ବ୍ୟବହାର ନଥିବାରୁ ଏକ ପ୍ରକାର ଦ୍ରବ୍ୟ ବ୍ୟବହାର କରାଯାଉଥିଲା । ଯାହା ପଥରକୁ ଟାଣ କରି ଧରି ରଖୁଥିଲା । ଶେଷରେ ପ୍ରସ୍ତୁତ ହେଲା ମନ୍ଦିର । ଚନ୍ଦ୍ରଭାଗା ନଦୀ କୂଳର ଠିକ୍ ପାଖରେ ଏହାକୁ ତିଆରି କରିଥିଲେ 1200 କାରିଗର ।

ମନ୍ଦିରଟି କୌଣସି ଆଶ୍ଚର୍ଯ୍ୟରୁ କମ୍ ନଥିଲା । କାରଣ ଏଥିରେ ଥିଲା ସୂର୍ଯ୍ୟଙ୍କ ଏକ ଅଦ୍ଭୁତ ପ୍ରତିମା । ଯାହା ପବନରେ ଝୁଲି ରହିଥିଲା । ଏହାର କାରଣ ଥିଲା ମନ୍ଦିର ଉପରେ ଥିବା ଚୁମ୍ବକ । ପ୍ରତିମା ଏମିତି ଥିଲା ଯେ, ସୂର୍ଯ୍ୟ ଉଦୟ ହେଲା ପରେ ଏଠାରେ ହିଁ ପଡୁଥିଲା ପ୍ରଥମ କିରଣ । ମନ୍ଦିର ସିନା ହୋଇଗଲା କିନ୍ତୁ ହୋଇପାରୁନଥିଲା ଦଧିନଉତି । ବାରମ୍ବାର ଏହା ଭାଙ୍ଗି ଯାଉଥିଲା । ସବୁ ବଢେଇ ଚିନ୍ତାରେ ପଡିଗଲେ । କେମିତି କଣ କରିବେ ବୁଝି ପାରିନଥିଲେ ।

ଏହାମଧ୍ୟରେ ଘଟିଥିଲା ଏକ ଘଟଣା । ବିଶୁ ମହାରଣା କାମରେ ଆସିବା ବେଳେ ଗର୍ଭବତୀ ଥିଲେ ତାଙ୍କ ସ୍ତ୍ରୀ । ଆଉ ମନ୍ଦିର ଆରମ୍ଭର କିଛି ଦିନ ପରେ ଜନ୍ମ ହୋଇଥିଲେ ବିଶୁଙ୍କ ପୁଅ ଧରମା ବା ଧର୍ମପଦ । ବଡ ହେଲା ପରେ ଧରମା ଖୋଜିଥିଲା ବାପାଙ୍କୁ । ବାପାଙ୍କୁ ଦେଖା କରିବ ବୋଲି ଜିଦ୍ କରିଥିଲେ । ଶେଷରେ ତାଙ୍କ ମାଆ କହିଥିଲେ ବାପାଙ୍କ ଠିକଣା । ହେଲେ ବିଶୁ କାଳେ ପୁଅକୁ ଚିହ୍ନିପାରିବେ ନାହିଁ ତେଣୁ ପୁଅ ସହ ପଠାଇଥିଲେ କୁକୁର ଏବଂ ବାରି ବରକୋଳି ।

କୁକୁର ଏବଂ ବାରି ବରକୋଳି ଧରି ବିଶୁ ମହାରଣାଙ୍କ ପାଖରେ ପହଁଚିଥିଲେ ଧରମା । ପୁଅକୁ ଏତେ ବର୍ଷ ପରେ ଦେଖି ଖୁସି ହୋଇଥିଲେ ବିଶୁ । ହେଲେ ତାଙ୍କ ମନରେ ଥିଲା କୋହ । କାରଣ ସେହି ରାତିରେ ଦଧିନଉତି ନବସିଲେ ରାଜା ଦେଇଥିଲେ ହତ୍ୟା ଧମକ । କୋହରେ ପୁଅକୁ ସବୁ କହିଥିଲେ ବିଶୁ । ପୁଅ ବି ଥିଲା କାରିଗର ପରିବାରର । ତୁରନ୍ତ ବାପାର ଦୁଃଖ ବୁଝି ପାରିଥିଲା ସେ । ଆଉ ମନ୍ଦିର ଉପରେ ଚଢି ବସାଇ ଦେଇଥିଲା ଦଧିନଉତି ।ଯାହା ଦେଖି ଖୁସି ହୋଇଯାଇଥିଲେ ବିଶୁ ଏବଂ 1200 ବଢେଇ । ହେଲେ ବିଧାତା କିଛି ଅଳଗା ଲେଖିଥିଲା । ଗୋଟିଏ 12 ବର୍ଷର ପୁଅ ଦଧିନଉତି ବସାଇଦେଲା, 1200 ବଢେଇ କରିପାରିଲେନି, ଏଙା ରାଜା ଜାଣିଲେ ଘୋର ଅନିଷ୍ଟ ହେବ । ଲଜ୍ଜାରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବେ 1200 ବଢେଇ । ଏହା ଜାଣିବା ପରେ ଧରମା ବାପାଙ୍କୁ ଦେଇତିଲା ସାନ୍ତ୍ୱନା । ସେ ପଚେ ନରହୁ, ଓଡିଶାର କଳାସଂସ୍କୃତି ଅତୁଟ ରହୁ ବୋଲି ବାପାଙ୍କୁ କହିଥିଲେ ଧରମା । ଆଉ ତୁରନ୍ତ ମନ୍ଦିର ଉପରେ ଚଢିଯାଇଥିଲେ । ସେଟାରୁ ଗଭୀର ଜଳରାଶିକୁ ଡେଇଁ ହାରିଥିଲେ ଜୀବନ ।

ଆଜିବି କୋଣାର୍କକୁ ଗଲେ ମନେ ପଡିଯାଏ ଏହି କଥା । 12 ବର୍ଷର ପତୁରିଆ ପିଲା କଥା ମନକୁ ଆସିଯାଏ । ଆଉ କାନ୍ଦିଉଠେ ପର୍ଯ୍ୟଟକଙ୍କ ହୃଦୟ । ତେବେ ତା ମୃତ୍ୟୁ ପାଇଁ କିଏ ଦାୟୀ ତାହା ଆଜି ବି ରହସ୍ୟଘେରରେ । କାହିଁକି ଏତେ ଛୋଟ ପିଲାକୁ ବଳି ପକାଗଲା ତାହା ମଧ୍ୟ କେହି ଜାଣନ୍ତିନି । ତେବେ ସବୁଦିନ ପାଇଁ ରହସ୍ୟରେ ହିଁ ରହିଯିବ ଏହି କାହାଣୀ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ