ଗାଡି ଚାଳକମାନେ ବେଶି ଖୁସି ସେତେବେଳେ ହୁଅନ୍ତି, ଯେତେବେଳେ ପେଟ୍ରୋଲ କିମ୍ବା ଡିଜେଲ ଦର ହ୍ରାସ ପାଏ । କାରଣ କୁଆଡେ ବୁଲିବାକୁ ଇଚ୍ଛା ଥିଲେ ବି, ତୈଳ ଦର ଅଧିକ ଥିବାରୁ ଗାଡିରେ ପେଟ୍ରୋଲ ପକେଇ ବୁଲିବାକୁ ଇଚ୍ଛା ହୁଏନି ମନର ଇଚ୍ଛାରେ ମନରେ ହିଁ ରହିଯାଏ । ହେଲେ ଏବେ ଆଉ ଚିନ୍ତା କରିବା ଦରକାର ନାହିଁ । କାରଣ ଭାରତରେ କମିବାକୁ ଯାଉଛି ପେଟ୍ରୋଲ ଓ ଡିଜେଲ ଦର । ଟଙ୍କେ କି ୨ ଟଙ୍କା ନୁହେଁ, ପ୍ରାୟ ୧୫ ଟଙ୍କା ଯାଏଁ ଏହି ଦର କମିବ ବୋଲି ସୂଚନା ମିଳିଛି ।
ବିଗତ ଦିନ ଧରି ଏହି ଦରରେ କିଛି ପରିବର୍ତନ ହେଉନଥିଲା । ମାତ୍ର ଏବେ ଗାଡି ଚାଳକଙ୍କ ପାଇଁ ରହିଛି ଆଶ୍ୱସ୍ତିକର ଖବର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୧୪ ପ୍ରତିଶତ ହ୍ରାସ ପାଇଥିବା ଜଣାପଡିଛି । ରିପୋର୍ଟ ହିସାବରେ, ବ୍ରେଂଟ୍ କ୍ରୁଡ୍ ଓ ଡବ୍ଲୁଟିଆଇ ଅଶୋଧିତ ତୈଳ ମୂଲ୍ୟରେ ୩.୫ ପ୍ରତିଶତ ହ୍ରାସ ଘଟିଥିବା ଜଣାପଡିଛି ।
ତେବେ ବିଶେଷଜ୍ଞଙ୍କ କହିବା ହିସାବରେ, ବିଶ୍ୱର ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ ଆସନ୍ତା ମାସରେ ସୁଧ ହାରରେ ବୃଦ୍ଧି କରିବେ ନେଇ ସୂଚନା ପ୍ରଦାନ କରିଛନ୍ତି । ଯେଉଁଥିପାଇଁ ଆଗାମୀ ଦିନରେ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଆହୁରି ହ୍ରାସ ପାଇପାରେ । ବର୍ଷର ଦ୍ୱିତୀୟାର୍ଦ୍ଧରେ ବ୍ରେଣ୍ଟ୍ ଅଶୋଧିତ ତୈଳ ମୂଲ୍ୟ ୬୫ରୁ ୭୦ ଡଲାର ଭିତରେ କାରବାର କରୁଥିବା ପରିଲକ୍ଷିତ ହୋଇପାରେ । ଯେଉଁଥିପାଇଁ ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଲିଟର ପିଛା ହ୍ରାସ ପାଇପାରେ ପ୍ରାୟ ୧୦ରୁ ୧୫ ଟଙ୍କା ।
ଦେଖିବାକୁ ଗଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ କ୍ରମାଗତ ଭାବେ ହ୍ରାସ ଜାରି ରହିଛି । ଗତ ଦୁଇ ଦିନ ଅର୍ଥାତ ଗୁରୁବାର ଓ ଶୁକ୍ରବାର ଅଶୋଧିତ ତେଲ ଦରରେ ପ୍ରାୟ ୩ ପ୍ରତିଶତ ହ୍ରାସ ପାଇଛି । ଏହାବାଦ ଆମେ ଯଦି ସଂପୂର୍ଣ୍ଣ ସପ୍ତାହଟିରେ ତେଲ ଦର କଥା ଦେଖିବା, ତେବେ ବ୍ରେଣ୍ଟ୍ କ୍ରୁଡ ଏବଂ ଡବ୍ଲୁଟିଆଇ ମୂଲ୍ୟରେ ୩.୫ ପ୍ରତିଶତରୁ ବି ଅଧିକ ହ୍ରାସ ଘଟିଛି । ମୋଟାମୋଟି ଭାବେ ୨୦୨୩ ବର୍ଷରେ ୁଭୟ ପ୍ରକାରର ତୈଳ ମୂଲ୍ୟରେ ହ୍ରାସ ଘଟିଛି ୧୪ ପ୍ରତିଶତ ।
ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ ଯେ, ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୭୩.୮୫ ଡଲାର ଓ ଡବ୍ଲୁଟିଆଇ ମୂଲ୍ୟ ବ୍ୟାରେଲ ପିଛା ୬୯.୧୬ ଡଲାକୁ ଖସିଛି । ଯାହାର ମୁଖ୍ୟ କାରଣ ସମଗ୍ର ବିଶ୍ୱରେ ବ୍ୟାଙ୍କଗୁଡିକ ଦ୍ୱାରା ସୁଧ ହାର ବୃଦ୍ଧି । ବ୍ୟାଙ୍କ ଅଫ୍ ଇଂଲଣ୍ଡ ସୁଧ ହାରକୁ ଆଶାଠାରୁ ଅଧା ପ୍ରତିଶତରୁ ଅଧିକ ବୃଦ୍ଧି କରିବା ପରେ ଗୁରୁବାର ଦିନ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ପ୍ରାୟ ୩ ଡଲାର ହ୍ରାସ ପାଇଛି। ନରୱେ ଏବଂ ସ୍ୱିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମଧ୍ୟ ସୁଧହାରରେ ବୃଦ୍ଧି କରିଛନ୍ତି। ତେବେ ଆମେରିକୀୟ ଫେଡେରାଲ ରିଜର୍ଭ ସୁଧହାରରେ ଗତ ଦୁଇଥର ବୃଦ୍ଧି କରି ନ ଥିବାବେଳେ ଆସନ୍ତା ମାସରେ ସୁଧ ହାର ବଢ଼ାଇବା ନେଇ ରହିଛି ଯଥେଷ୍ଟ ସମ୍ଭାବନା । ଯେଉଁଥିପାଇଁ ଅଶୋଧିତ ତୈଳର ଚାହିଦା ହ୍ରାସ ପାଇଛି ଏବଂ ମୂଲ୍ୟ କମିବାରେ ଲାଗିଛି।
ଖାସ କଥା ହେଉଛି ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ମଧ୍ୟ ଭାରତରେ ଦେଖାଯାଉଛି। ଗତ ଦୁଇ ଦିନ ମଧ୍ୟରେ ଏମ୍ସିଏକ୍ସରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଛି ୨୭୮ ଟଙ୍କା । ବୁଧବାର ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୫୯୫୩ ଟଙ୍କା ରହିଥିଲା । ଯାହା ଶୁକ୍ରବାର ଦିନ କାରବାର ଶେଷ ହେବା ପରେ ବ୍ୟାରେଲ ପିଛା ଖସି ଥିଲା ୫୬୭୫ ଟଙ୍କାକୁ । ତେବେ ଦର୍ଶକବନ୍ଧୁ, ପେଟ୍ରୋଲ ଓ ଡିଜେଲ ଦର କମିବା ଖବରକୁ ନେଇ ଆପଣ କେତେ ଖୁସି, ଆମକୁ କମେଣ୍ଟ କରି ଜଣାନ୍ତୁ ।

