ଦର୍ଶକବନ୍ଧୁ ବିବାହ କାର୍ଯ୍ୟକ୍ରମରେ ଅନେକ ପ୍ରକାର ଅଘଟଣମାନ ଘଟୁଥିବା ଆପଣମାନେ ପରିଲକ୍ଷିତ କରିଥିବେ । ଏମିତି ବହୁତ ଘଟଣାମାନ ଅଛି । ନିହାତି ଭାବେ କିଛି ନା କିଛି କାରଣ ପାଇଁ ବାହାଘର ଭାଙ୍ଗି ଯାଉଥିବା ଆପଣଙ୍କ ନଜରରେ ଆସିଥିବ । ହେଲେ ଉତ୍ତରପ୍ରଦେଶ ଗାଜିପୁରରୁ ଯେଉଁ ଘଟମାଟି ସାମ୍ନାକୁ ଆସିଛି, ତାହା ହୁଏତ ଆପଣଙ୍କୁ ଚକିତ କରିପାରେ । ତେବେ ଦର୍ଶକବନ୍ଧୁ ଏଟାରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିଲା । ଏହାରି ମଧ୍ୟରେ ବରକୁ ଭାରତର ପ୍ରଧାନମନ୍ତ୍ରୀଙ୍କ ନାଁ ପଚରା ଯାଇଥିଲା । ମାତ୍ର ଏହାର ଜବାବ ଦେଇପାରିନତିଲେ ବର । ଆଉ ଏହାପରେ ଯାହା ହେଲା ଆପଣ ବି ବିସ୍ୱାସ କରିପାରିବେ ନାହିଁ । ଝିଅଘର ବରକୁ କହିଥିଲେ ମାନସିକ ରୋଗୀ ଏବଂ ଝିଇଅର ବିବାହ ବରର ସାମନ ଭାଇ ସହ କରାଇଥିଲେ । ତେବେ ଏହି ଘଟଣା ଏବେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।
୧୧ ଜୁନରେ ଘଟିଛି ଏଭଳି ଘଟଣା । ବରର ନାମ ଶିବଶଙ୍କର, ଯାହାଙ୍କର ବିବାହ ରଂଜନା ନାମକ ଯୁବତୀଙ୍କ ସହ ଠିକ ହୋଇଥିଲା । ୬ ମାସ ପୂର୍ବରୁ ବିବାହ ହେବା ନେଇ ସ୍ଥିର ହେବା ପରେ ୁଭୟ ଫୋନରେ କଥାବାର୍ତା କରୁଥିଲେ । ପରେ ଜୁନ ୧୧ ତାରିଖରେ ବାହାଘର ହେବ ବୋଲି ତାରିଖ ସ୍ଥିର ହୋଇଥିଲା । ଏହାପରେ ଶିବ ଶଙ୍କର ବର ଯାତ୍ରୀ ନେଇ ପହଂଚିଥିଲେ ରଂଜନାଙ୍କ ଘରେ । ରିତୀନୀତି ହିସାବରେ ଦୁହିଁଙ୍କ ବିବାବ ସଂପନ ହେଲା । ପରଦିନ ସକାଲେ ଏକ କାର୍ଯ୍ୟକ୍ରମ ହେଉଥିଲା । ସେତେବେଳେ ଶାଳୀମାନେ ମଜାଳିଆ ଅନ୍ଦାଜରେ ଭିଣୋଇ ଅର୍ଥାତ ଶିବ ଶଙ୍କରଙ୍କ ସହ ଥଟା ପରିହାସ କରିବାକୁ ଲାଗିଲେ । ମଜା ମଜାରେ ସେମାନେ ପଚାରିଦେଲେ କି, ଦେଶର ପ୍ରଧାନମନ୍ତ୍ରୀ କିଏ । ହେଲେ ଏହାର ଜବାବ ଦେଇପାରିନଥିଲେ ଶିବ । ଆଉ ଏହାପରେ ଅସଲ ରୂପ ଦେଖାଇଥିଲେ ଝିଅଘର ଲୋକେ । ବରର କିଛି ମାନସିକ ରୋଗ ଅଚି କହି ହଙ୍ଗାମା ସୃଷ୍ଟି କରିଥିଲେ ।
ଇରର ପିତା କହିଛନ୍ତି କି, ଝିଅଘର ଲୋକେ ତାଙ୍କ ପୁଅକୁ ମାନସିକ ରୋଗୀ ବୋଲି କହିଛନ୍ତି । ଧମକ ଦେଖାଇ ରଂଜାନଙ୍କ ବିବାହ କରାଇଥିଲେ ସାନ ପୁଅ ସହ । ଏହା ପରେ ପୁଣି ଝିଅଘର ରଂଜନାଙ୍କୁ ନିଜ ଘରକୁ ଜିଦ କରି ନେଇ ଯାଇଥିଲେ । ଏ ଘଟଣା ସଂପର୍କରେ ଶେଷରେ ପୁଲିସକୁ ସୂଚନା ଦେଇଥିଲେ ପୁଅର ବାପା । ପରେ ପୁଲିସ ଖବର ପାଇ ଏବେ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

