ସାଉଥରୁ ଆରମ୍ଭ କରି ବଲିଉଡରେ ସେ ସିଂଘମ ଗାର୍ଲ ଭାବେ ବେଶ ପରିଚିତ । ନିଜ ଅଭିନୟର ଯାଦୁରେ ସେ ଦର୍ଶକଙ୍କ ମନରେ ଛାଡିଛନ୍ତି ଛାପ । ଆପଣ ଜାଣିସାରିବେଣି, ଆମେ କହା କଥା କହୁଛୁ । ହଁ ଦର୍ଶକବନ୍ଧୁ ଆମେ କହୁଛୁ ଅଭିନେତ୍ରୀ କାଜୋଲ ଅଗ୍ରଓାଲଙ୍କ କଥା । ନିଜ ଫିଲ୍ମ କ୍ୟାରିଅରରେ ସାଉଥ ଓ ବଲିଉଡକୁ ମିଶାଇ ପ୍ରାୟ ୫୫ଟି ଫିଲ୍ମ ସେ କରିସାରିଲେଣି । ଯେଉଁଥିରେ ନିଜ ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି । ହେଲେ ବର୍ତମାନ ସମୟରେ ସେେ ପ୍ରଫେସନାଲ ଲାଇଫ ଛଡା ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ତେବେ ବର୍ତମାନ କିଛି ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଠି ଦାବି କରି କୁହାଯାଇଛି ଯେ, ୍ଭିନେତ୍ରୀ ଜଣକ କୁଆଡେ ଫିଲ୍ମ ଇଷ୍ଟ୍ରି ଛାଡିବା ନେଇ ନିଷ୍ପତି ନେଇଛନ୍ତି ।
ଅବଶ୍ୟ ଏମିତି ଖବର କାଜଲଙ୍କ ଫ୍ୟାନ୍ସଙ୍କୁ ନିଶ୍ଚିତ ଭାବେ ଝଟକା ଦେଇଥିବ । କାରଣ ଫ୍ୟାନ୍ସ ଚାହାଁନ୍ତି ଆଗକୁ ବି ଏହି ହିରୋଇନ ଜଣଙ୍କ ମନୋରଂଜନ କରାନ୍ତୁ । ହେଲେ ଏମିତି ଖବର ଜଣାପଡିବା ପରେ ସମସ୍ତେ ଚିନ୍ତାରେ ପଡି ଯାଇଛନ୍ତି । ବର୍ତମାନ କାଜୋଲଙ୍କ ହାତର ତିବା ପ୍ରୋଜେକ୍ଟ ଗୁଡିକ ସଂପୂର୍ଣ୍ଣ ହେବା ପରେ ସେ ଫିଲ୍ମ ଇଷ୍ଟ୍ରିକୁ କରିପାରନ୍ତି ଅଲବିଦା । ଏବେ ତାଙ୍କ ପାଖରେ ଦୁଇଟି ପ୍ରୋଜେକ୍ଟ ଅଛି । ଯେଉଁଥିରେ ନନ୍ଦମୁରୀ ବାଲକୃଷ୍ଣଙ୍କ ଭଗବନ୍ତ କେଶରୀ ଏବଂ କମଲ ହାସନଙ୍କ ଇଣ୍ଡିଆନ ୨ ରହିଛି ସାମିଲ । ଏହି ଦୁଇଟି ଫିଲ୍ମରେ କାମ ସରିବା ପରେ ସେ ସିନେମାର ରଂଗୀନ ଦୁନିଆକୁ ଛାଡି ବ୍ୟକ୍ତିଗତ ଜୀବନ ଉପରେ ଫୋକସ କରିବାକୁ ନିଷ୍ପତି ନେଇଛନ୍ତି ।
କଥିତ ଭାବରେ କହିବାକୁ ଗଲେ ନିଜ ପୁଅ ନୀଲ ପାଇଁ ସେ ଏମିତି ଫଇସଲା କରିଛନ୍ତି । କାମ ବ୍ୟସ୍ତତା କାରଣରୁ ସେ ନିଜ ପୁଅକୁ ସମୟ ଦେଇପାରୁନାହାନ୍ତି, ଯେତିକି ସେ ଦେବାକୁ ଚାହୁଁଛନ୍ତି । ହେଲେ ଏବେ କୁହାଯାଇପାରିନାହିଁ ଯେ, ଏହା ତାଙ୍କର ସ୍ଥାୟୀ ନିଷ୍ପତି ହେବ କି ନାହିଁ । ଯେବେଠୁ ସେ ସିନେମା ଚାଡିବା ନେଇ ଖବର ଆସିଛି ସେବେଠୁ ଚର୍ଚ୍ଚା ଜୋରଦାର ହେଉଛି । ଏସବୁ ରିପୋର୍ଟ ଉପରେ କାଜଲଙ୍କ ପ୍ରତିକ୍ରିୟାକୁ ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ସତରେ କାଜୋଲ ଏମିତି କରିବାକୁ ଯାୁଛନ୍ତି, ନାଁ ଏହା କେବଳ ଏକ ଉଡାଖବର ତାହା ପରବର୍ତୀ ସମୟରେ ଜଣାପଡିବ ।
ତେବେ ନିକଟରେ କାଜଲ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ଟ୍ରାଡିସନାଲ ଆଉଟଫିଟରେ ନଜର ଆସିଥିଲେ କାଜୋଲ । ତେବେ ଜଣାଇଦେବୁ ଯେ, କାଜଲ ନିଜ କ୍ୟାରିଅର ଆରମ୍ଭ କରିଥିଲେ ୨୦୦୭ରେ । ଫିଲ୍ମ ଲକ୍ଷ୍ମୀ କଲ୍ୟାଣମ୍ ରେ ନଜର ଆସିଥିଲେ । ଏହାମଧ୍ୟରେ ହିନ୍ଦୀ ଓ ସାଉଥ ଇଣ୍ଡଷ୍ଟ୍ରିରେ ଦେଇଥିଲେ ଅନେକ ସୁପର ହିଟ୍ ଫିଲ୍ମ । ପରେ ୨୦୨୦ ୩୦ ଅକ୍ଟୋବରରେ ବିଜନେସମ୍ୟାନ ଗୌତମ କେଚଲୁଙ୍କୁ କରିଥିଲେ ବିବାହ । ଏହାପରେ ମେ ୧୯, ୨୦୨୨ରେ ପ୍ରଥମ ଶିଶୁ ପୁତ୍ର ନିଲଙ୍କୁ ସ୍ୱାଗତ କରିଥିଲେ ଉଭୟ କାଜୋଲ ଓ ଗୌତମ ।

