ଆଜି ପର୍ଯ୍ୟନ୍ତ ଅନେକ ଯୁଦ୍ଧ ଲଢିଲାଣି ଆମେରିକା । ଯାହା ଭିତରେ ଅନେକ ଯୁଦ୍ଧ ସେ ଜିତିଛି ଏବଂ ଅନେକ ଯୁଦ୍ଧରେ ପରାଜୟର ସାମ୍ନା କରିଛି । ଏଥିରେ ଅନେକ ଲୋକଙ୍କୁ ପ୍ରାଣ ହାରିବାକୁ ପଡିଛି । ଏତିକି ନୁହେଁ, ଯୁଦ୍ଧରେ ଆମେରିକା ଅନେକଥର ନ୍ୟୁକ୍ଲିୟର ଓ କେମିକାଲ ଅସ୍ତ୍ରଶସ୍ତ୍ରର ବ୍ୟବହାର ମଧ୍ୟ କରିଛନ୍ତି, ଯାହାର ପରିଣାମ ପରବର୍ତୀ ପିଢିଙ୍କୁ ଭୋଗିବାକୁ ପଡିପାରେ ।
ଜାପାନର ହିରୋସିମା ଓ ନାଗାସାକିରେ ପରମାଣୁ ବୋମାରେ ହାମଲା କରିବା ପରେ ୨ୟ ବିଶ୍ୱଯୁଦ୍ଧ ସମାପ୍ତ ହୋଇଥିଲା । ହେଲେ ଏହାର ପ୍ରାୟ ୧୦ ବର୍ଷ ପରେ ଭିଏତନାମ ରେ ଆଉ ଏକ ଯୁଦ୍ଧ ହୋଇଥିଲା । ଯାହାକୁ ଭିଏତନାମ ଓାର କୁହାଯାଏ । ତେବେ ଏହି ଯୁଦ୍ଧ ହୋଇତିଲା ପ୍ରାୟ ୨୦ ବର୍ଷ । କୁହାଯାଏ କି, ଏହି ଯୁଦ୍ଧରେ ଆମେରିକାର ପରାଜୟ ହୋଇଥିଲା । ଡେଲି ମେଲ୍ ହିସାବରେ, ଆମେରିକାର ୬୦ ହଜାରରୁ ଅଧିକ ସୈନିକଙ୍କର ଏହି ଯୁଦ୍ଧରେ ମୃତ୍ୟୁ ହୋଇଥିଲା । ଏହି ଯୁଦ୍ଧ ଜିତିବା ପାଇଁ ଆମେରିକା ବହୁତ ଚେଷ୍ଟା କରିଥିଲା । ହେଲେ ସଫଳ ହୋଇପାରିଲାନି । ଯୁଦ୍ଧ ମଧ୍ୟରେ ଆମେରିକା ସେନା ଲୋକଙ୍କୁ ଏତେ ଯନ୍ତ୍ରଣା ଓ ନିର୍ଯାତନା ଦେଇଥିଲେ ଏବଂ ଅନେକ ଅଜବଧରଣର ପ୍ରୟୋଗ କରିଥିଲେ, ଯାହାକୁ ଶୁଣିବା ପାଇଁ ଆପଣ ବି ଧରି ଉଠିବେ । ଏହା ଭଇତରୁ ଗୋଟିଏ ଥିଲା ଏମ୍ପଟି ପ୍ରେଗନାନ୍ସି ପ୍ରୋଲାକ୍ଟିନ ଏକ୍ସପେରିମେଣ୍ଟ । ଏହି ପ୍ରୟୋଗ ପରେ ଭିଏତନାମର ମହିଳା ନିଜ ସହ ବି ଆଖି ମିଶାଇପାରୁନଥିଲେ । ଏତେ ଳଜ୍ଜା ଅନୁଭବ ହେଉଥିଲା କି, ଅନେକ ମହିଳା ଆତ୍ମହତ୍ୟା କରିବା ପାଇଁ ମନ ବଳାଇଥିଲେ । ତାହେଲେ କଣ ଏହି ଏମ୍ପଟି ପ୍ରେଗନାନ୍ସି ପ୍ରୋଲାକ୍ଟିନ ଆସନ୍ତୁ ଜାଣିବା ।
୧୯୫୫ ମସିହା ନଭେମ୍ବର ୧ ତାରଖରୁ ଭିଏତନାମ ଯୁଦ୍ଧ ଆରମ୍ଭ ହୋଇତିଲା । ଏହା କୋଲ୍ଡ ଓାର ର ଏକ ଅଂଶ ଥିଲା । ସାଉଥ ଭିଏତନାମ ଓ ନର୍ଥ ଭିଏତନାମ ନିଜ ଭିତରେ ଲଢୁଥିଲେ । ନର୍ଥ ଭିଏତନାମକୁ ଋଷ, ଚୀନ ଓ ନର୍ଥ କୋରିଆର ସମର୍ଥନ ମିଳିଥିଲା । ସେହିପରି ସାଉଥ ଭିଏତନାମରେ ଆମେରିକା, ଅଷ୍ଟ୍ରେଲିଆ ଓ ସାଉଥ କୋରିଆ ର ଆଧିପତ୍ୟ ଦେଖିବାକୁ ମିଳିଥିଲା । ୧୦ ବର୍ଷ ଯାଏଁ ଯୁଦ୍ଧର କୌଣସି ଫଳାଫଳ ବାହାରିପାରିଲାନି । ପରେ ଫେବୃୟାରୀ ୯, ୧୯୬୫ରେ ଆମେରିକା ୩୫୦୦ ସେନାଙ୍କୁ ଭିଏତନାମରେ ଓହ୍ଲାଇଥିଲା । ଆଉ ସେଇଠାରୁ ଆରମ୍ଭ ହୋଇଥିଲା ପ୍ରକୃତ ଭିଏତନାମ ଯୁଦ୍ଧ । ୧୯୬୮ ଯାଏଁ ଆମେରିକା ୫ ଲକ୍ଷରୁ ବି ଅଧିକ ସୈନିକ ଙ୍କୁ ଭିଏତନାମରେ ନିୟୋଜିତ କରିସାରିଥିଲା । ତେବେ ଗୋଟିଏ ଚୋଟିଆ ଦେଶକୁ ଜିତିବା ପାଇଁ ଆମେରିକାକୁ ଏତେ ବଡ ସେନାର ଆବଶ୍ୟକତା ପଡିଲା, ଯାହାକୁ ଦେଖୁଥିଲା ସମଗ୍ର ଦୁନିଆ । ହେଲେ ଯେ କୌଣସି ପ୍ରକାରେ ଆମେରିକା ଏହି ଯୁଦ୍ଧ ଜିତିବାକୁ ଚାହୁଁଥିଲା ।
ସେତେବେଳେ ଭିଏତନାମ ପାଖରେ ବି ଏତେ ସୈନ୍ୟ ବଳ ନଥିଲା । ହେଲେ ସାଧାରଣ ଜନତା ବି ହତିଆର ଉଠାଇ ଯୁଦ୍ଧରେ ନିଜକୁ ସାମିଲ କରିଥିଲେ । କେବଳ ପୁରୁଷ ନୁହଁନ୍ତି, ମହିଳାମାନେ ବି ସାମିଲ ହୋଇଥିଲେ ଏହି ଯୁଦ୍ଧରେ । ତେବେ ଭିଏତନାମର ମହିଳା ଥିଲେ ସତର୍କ ଥିଲେ । ଦେଶ ପାଇଁ ଜୀବନ ବି ଦେବାକୁ ବସିଥିଲେ । ହେଲେ ମହିଳାହ୍କ ଏଭଳି ସାହସ ଦେଖି ଥରିବାକୁ ଲାଗିଥିଲେ ଆମେରିକା ସେନା । ଭିଏତନାମ ସେନା ଯୁଦ୍ଧରେ ଗୋରିଲ୍ଲା ଓାରଫାୟାର ନୀତି ଆପଣେଇଥିଲେ । ଆଉ ଜଙ୍ଗଲ ତଳେ ଅନେକ କିଲୋମିଟର ଯାଏଁ ଶୃଡଙ୍ଗ ବି ବନାଇଥିଲେ । ଆମେରିକା ସେନା ବିସ୍ପୋରଣ କରିବା ମାତ୍ରେ ସେମାନେ ତୁରନ୍ତ ସହି ଗୁମ୍ଫାରେ ଲୁଚି ଯାଆନ୍ତି ଏବଂ ସୁଯୋଗ ଦେଖି ଆମେରିକା ସେନା ଉପରକୁ ଆକ୍ରମଣ କରନ୍ତି । ଆମେରକା ସେନାଙ୍କୁ କିଛି ବୁଝାପଡୁନଥିଲା କି, ଭିଏତନାମର ଆଲା ଅଧିକାରୀ କେଉଁଠାରେ ଲୁଚିଛନ୍ତି । କେଉଁ ଟେକ୍ନୋଲୋଜୀ ସେମାନେ ବ୍ୟବହାର କରୁଛନ୍ତି, ଏହା ଜାଣିବା ପାଇଁ ଆମେରିକା ସୈନ୍ୟ ଭିଏତନାମର ମହିଳାଙ୍କୁ ବନ୍ଦୀ କରିବା ଆରମ୍ଭ କଲେ ଏବଂ ସେମାନହ୍କୁ ପ୍ରିଜନର ଅଫ ଓାର ମ୍ୟାନେଜମେଣ୍ଟ ଷ୍ଟେସନ ପଠାଇବାକୁ ଲାଗିଲେ ।
ତେବେ ସେଠାରେ ମହିଳାଙ୍କୁ ଏମ୍ପଟି ପ୍ରେଗନାନ୍ସି ପ୍ରୋଲକ୍ଟିନ ଦିଆଗଲା । ଯାହାକୁ ଚାର୍ମ ମେଡିସିନ ବି କୁହାଯାଇପାରେ । ଏହା ଭିତରେ କୋରିଓନିକ ପ୍ରୋଫିଲସିନ ଓ ପିଟ୍ୟୁଟାରୀ ପୋଷ୍ଟିରିଅର ଲିଫ୍ ପିଗମେଣ୍ଟ ରହିଥାଏ । ଯାହାକୁ ବ୍ୟବହାର କରିବା ପାଇଁ ମହିଳାମାନେ ଉତ୍ତେଜିତ ହୋଇଯାଆନ୍ତି । ସେମାନଙ୍କ ଶରୀର ଓ ମସ୍ତିଷ୍କ ଡ୍ୟାମେଜ ହେବା ଆରମ୍ଭ ହୋଇଯାଏ ଏବଂ ସେମାନେ ଠିକ ଭାବରେ କିଛି ଭାବିପାରନ୍ତିନି । ତେବେ ଖାସ କଥା ହେଲା ଯେ, ଯଦି ଏହି ସମୟରେ ସେମାନହ୍କୁ କିଛି ପଚରାଯିବ, ତେବେ ସେମାନେ ସବୁ କିଚି କହିଦେବେ । ଯାହାର ଫାଇଦା ନେଲା ଆମେରିକା ସେନା । ଏହି ଡ୍ରଗ୍ ଦେଇ ଆମେରିକା ସୌନ୍ୟ ଭିଏତନାମ ମହିଳା ସୈନ୍ୟଙ୍କ ଠାରୁ ଅନେକ ପ୍ରଶ୍ନର ଉତ୍ତର ପାଇଗଲେ । ଫଳସ୍ୱରୂପ ଏହି ଯନ୍ତ୍ରଣା ସହ୍ୟ କରିନପାରି ସେମାନେ ସବୁ ଗୁପ୍ତ ତଥ୍ୟ ଦେଇଥିଲେ ।
କହିରଖିବୁ କି, ପ୍ରୋଲେକ୍ଟିନ ଏକ ପ୍ରକାରର ହରମୋନ, ଯ।।ହାକୁ ମିଲ୍କ ପ୍ରଡକ୍ସନ ହରମୋନ ବି କୁହାଯାଏ । ଏହି ହରମୋନ ମସ୍ତିଷ୍କରେ ଥିବା ପିଟ୍ୟୁଟାରୀ ଗ୍ରନ୍ଥିରୁ ରିଲିଜ ହୋଇଥାଏ । ହେଲେ ଗର୍ଭବତୀ ମହିଳା ଓ ନୂଆ ନୂଆ ସନ୍ତାନର ଜନନୀ ହୋଇଥିବା ମହିଳାଙ୍କ କ୍ଷେତ୍ରରେ ଏହା ବେଶି ରହିଥାଏ । ହେଲେ ଯଦି ଅସାମନ୍ୟ ଭାବେ ଏହି ହରମୋନ ରିଲିଜ ହେବାକୁ ଲାଗେ, ମହିଳାଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦିଏ । ଇନଫର୍ଟିଲିଟି ସମସ୍ୟା ର ସାମ୍ନା କରିବାକୁ ପଡେ । ପରେ ଏହା ନେଇଥାଏ କର୍କଟ ଭଳି ବଡ ରୋଗର ରୂପ । ନବଜାତଙ୍କ ଶରୀରରେ ବି ଏହାର ଏକ ସାଇଡ ଇଫେକ୍ଟ ଇଜେଣ୍ଟ ଅରେଂଜ ବି ଦେଖାଦିଏ । ସେତେବେଳେ ଭିଏତନାମର ପ୍ରାୟ ୫ ଲକ୍ଷରୁ ଅଧିକ ଶିଶୁଙ୍କ କ୍ଷେତ୍ରରେ ଏହା ଦେଖାଦେଇଥିଲା । ୨୦ ଲକ୍ଷରୁ ଅଧିକ ପିଲାଙ୍କ କ୍ଷେତ୍ରରେ କ୍ୟାନ୍ସର ଦେଖାଦେଇଥିଲା ।

