22.9 C
Odisha
Wednesday, October 29, 2025

ଖୁବଶୀଘ୍ର ଆସିବ 5 ଦମଦାର୍ ବାଇକ : ଦାମ୍ କମ୍, ଫିଚର୍ସ ଜବରଦସ୍ତ

ଦମଦାର୍ ଲୁକ୍ । ଷ୍ଟାଇଲିସ୍ ବଡି । ଆଉ ଫିଚର୍ ବି ଜବରଦସ୍ତ । ଏମିତି କିଛି ବାଇକ୍ ଖୁବ୍ ଶୀଘ୍ର ବଜାରରେ ଲଞ୍ଚ୍ ହେବାକୁ ଯାଉଛି । କେଟିଏମ୍, ଟିଭିଏସ ଓ ବଜାଜ ଭଳି ଷ୍ଟାର୍ କମ୍ପାନୀ ଖୁବ୍ ଶୀଘ୍ର ଆଣିବେ ଏହି ବାଇକ୍ । ଆଉ ପକେଟକୁ ସୁହାଇବ ଏସବୁ ଭେଇକିଲର ରେଟ୍ । ମାଇଲେଜ ପାଇଁ ମଧ୍ୟ କରିବାକୁ ବଡିବନି ଅଧିକ ଚିନ୍ତା ।

ଆସନ୍ତା ଏପ୍ରିଲରେ ମାର୍କଟରେ ପ୍ରବେଶ କରିବ ଟିଭିଏସର ଆପାଚି ଆରଟିଆର 310 । ପୂର୍ବରୁ ଯୁବପୀଢିଙ୍କୁ ଖୁବ୍ ପସନ୍ଦ ଆସିଛି ଟିଭିଏସ ଆପାଚୀ । ଏହି ଦେଇଥାଏ  ଗୁଡ୍ ଲୁକ୍ ଆଉ କମଫର୍ଟ୍ । ଆପାଚୀ ସିରିଜର ନୂଆ ମଡେଲ ବି ସେମିତି କିଛି ଫିଚରରେ ଭରପୁର ରହିଛି । ସବୁଠାରୁ ବଡ କଥା ହେଲା ଏହି ବାଇକର ଦାମ୍ । ଏହାର ଦାମ୍ 2 ଲକ୍ଷ 20 ହଜାର ରହିବ ବୋଲି କମ୍ପାନୀ କହିଛି । ଏହି ଟଙ୍କାରେ ଆପଣ  ପାଇପାରିବେ 299 ସିସିର ଇଞ୍ଜିନ୍ ଆଉ ଡୁଆଲ ଡିସ୍କ ଓ୍ୱିଥ୍ ଏବିଏସ ।

ସେହିପରି ପଛରେ ପଡିନି ବଜାଜ । କମ୍ପାନୀ ପଲସର୍ ସିରିଜର 220 ଏଫକୁ ଲଞ୍ଚ୍ କରିବାକୁ ଯାଉଛି । ଯାହର ଦାମ୍ ରହିବ ମାତ୍ର ଲକ୍ଷେ ପଇଁତିରିଶ ହଜାର ଟଙ୍କା । ଏହି ବାଇକରେ ଆପଣ ଗୁଡ୍ ଇଞ୍ଜିନ୍ ସହ 15 ଲିଟର୍ ଫୁଏଲ ଟ୍ୟାଙ୍କ୍ ଏବଂ ଫୁଲ୍ ଏଲଇଡି ଲ୍ୟାମ୍ପ ପାଇପାରିବେ । ସବୁଠାରୁ ଖାସ୍ କଥା ହେଲା ଏହା ପୂର୍ବ ପଲସର୍ ତୁଳନାରେ ଅଧିକ ମାଇଲେଜ୍ ପ୍ରଦାନ କରିବ ।

ସ୍ପୋର୍ଟ ବାଇକ୍ ନିର୍ମା ଟ୍ରିୟୁମ୍ଫ ମଧ୍ୟ ନୂଆ ବାଇକ୍ ଲଞ୍ଚ୍ ରେସରେ ନିଜକୁ କରିଛି ସାମିଲ । କମ୍ପାନୀ ଖୁବ୍ ଶୀଗ୍ର ଷ୍ଟ୍ରିଟ୍ ତ୍ରିପଲ୍ ଆରକୁ ଲଞ୍ଚ୍ କରିବ । ଏହାର ଇଞ୍ଜିନ୍ କ୍ଷମତା 750 ସିସି ଥିବା ବେଳେ ଏଥିରେ ରହିଛି ସିକ୍ସ ସ୍ପିଡ୍ ଗିଅର ବକ୍ସ ।  ଏହାସହ ଏହାର ସିଟ୍ ହାଇଟ୍ 825 ଇଞ୍ଚ୍ ରହିଛି । ଏହାସହ ବାଇକର ପାଓ୍ୱାର୍ ଜେନେରସନ୍ କ୍ଷମତା 116ରୁ ଅଧିକ ।  କିନ୍ତୁ ଏଥିପାଇଁ ଆପଣଙ୍କୁ ଖର୍ଚ୍ଚ କରିବାକୁ ହେବ ପ୍ରାୟ 9 ଲକ୍ଷ ଟଙ୍କା । 

2023 ହେଉଛି କେଟିଏମର ବର୍ଷ । କାରଣ କମ୍ପାନୀ ନିଜର ସବୁଠୁ ପପୁଲାର 390 ଆଡଭେଞ୍ଚରର ଟପ୍ ଭର୍ସନ୍ ଲଞ୍ଚ୍ କରିବାକୁ ଯାଉଛି । ଏହା ଅଫରୋଡିଂରେ ଖୁବ୍ ସାହାଯ୍ୟ କରିବ । ଏହାର ଇଞ୍ଜିନ୍ ଆଉ ବ୍ରିକ୍ ପୂର୍ବ ତୁଳନାରେ ଖୁବ୍ ଦମଦାର । ତେବେ ମାର୍କେଟର ଆପଣ ଏହାକୁ ପ୍ରାୟ 4 ଲକ୍ଷ ଟଙ୍କାରେ କିଣିପାରିବେ । ଆଜିକା ଦିନରେ ବଜାର ନେଇଛି ରୟାଲ ଏନଫିଲ୍ଡ ବାଇକ୍ । କମ୍ପାନୀ ଗ୍ରାହକଙ୍କ ପସନ୍ଦକୁ ଦେଖି ଶୀଘ୍ର ଲଞ୍ଚ ୍କରିବା 350 ନେକ୍ସଟ୍ ଜେନେରେସନ୍ । ଏହା ମେ ମାସରେ ଲଞ୍ଚ୍ ହୋଇପାରେ । ଏଥିରେ 350 ସିସି ଇଞ୍ଜିନ୍ ଥିବା ବେଳେ ମାନୁଆଲ୍ ଟ୍ରାନ୍ସମିଶନ୍ ମିଳିବ । ହେଲେ ସବୁଠାରୁ ଖାସ୍ କଥା ହେଲା ଏହାର ଦାମ୍ । କମ୍ପାନୀ ଏହାର ଦାମ୍ ରଖିଛି ମାତ୍ର ଲକ୍ଷେ 35 ହଜାର ଟଙ୍କା ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ