ସତରେ କଣ ଅଛନ୍ତି ଏଲୀୟନ ? କିଏ ଦେଖିଛନ୍ତି କି ସେମାନଙ୍କୁ ? ନା ଏଲୀୟନ କେବଳ ଶୁଣା କଥା ? ସବୁଠୁ ରହସ୍ୟଜନକ ଜୀବ ବାବଦରେ କିନ୍ତୁ ସବୁଠି ହୁଏ ଚର୍ଚ୍ଚା । ଆଉ ଚର୍ଚ୍ଚାକୁ ଖୋରାକ ଯୋଗାଏ ଆମେରିକାର ଏରିଆ ୫୧ । କୁଆଡେ ଏଠାରେ ବନ୍ଦୀ ହୋଇ ଅଛନ୍ତି ଏଲିଅନ। କଣ ସତରେ ଏଲିଅନଙ୍କୁ ବନ୍ଦୀ କରିଛି ୟୁଏସ । ଏମିତି କିଛି କଥା ଅଛି ଯାହା ଜାଣିଲେ ଆପଣ ସହଜରେ ବିଶ୍ୱାସ କରିବେନି ।
ଦୁନିଆରେ ରହିଛି ଅନେକ ରହସ୍ୟମୟ ସ୍ଥାନ। ଆମେରିକାର ଏରିଆ -୫୧ ମଧ୍ୟ ଏଥିରୁ ଗୋଟିଏ। ଏଠାରେ ରହିଛି କଡା ସୁରକ୍ଷା । ଭିତରକୁ ପ୍ରବେଶ ବି ମନା। କିଛି ବୈଜ୍ଞାନିକଙ୍କ ମତ, ଏରିଆ-୫୧ରେ ଏଲିଏନଙ୍କୁ କଏଦ କରି ରଖିଛି ୟୁଏସ । ସେମାନଙ୍କ ଉପରେ ହେଉଛି ଗବେଷଣା । ପ୍ରଥମେ ଏହି ସ୍ଥାନ ବିଷୟରେ ଜାଣିଥିଲା ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ । ୨୦୧୩ରେ ସାମ୍ନାକୁ ଆସିଥିଲା ଏହି କଥା । ଆଉ ତାହା ବିଶ୍ୱ ସମୁଦାୟକୁ କରିଥିଲା ଚକିତ ।
ଏଠାରେ କାମ କରିଥିବା ଅନେକ ବୈଜ୍ଞାନିକ ଏବେ କିଛି ବଡ ଦାବି କରୁଛନ୍ତି। ସେମାନଙ୍କ କହିବାନୁସାରେ ଏରିଆ 51ରେ ଆମେରିକା ଏଲିଏନ୍ମାନଙ୍କୁ ବନ୍ଦୀ କରି ରଖିଛି। ସେମାନେ ଏଠାରେ ପୂର୍ବରୁ କାମ କରିଛନ୍ତି । ଏଠାରେ ଏଲିଏନ୍ ଅଛନ୍ତି। ଏଲିଅନଙ୍କୁ ନିଜେ ଦେଖିଛନ୍ତି ଇଞ୍ଜିନିୟର । ଆଉ ଜଣେ ପୂର୍ବତନ ଇଞ୍ଜିନିୟର କହିଛନ୍ତି ସମାନ କଥା । ତାଙ୍କ କହିବା କଥା ହେଲା, ସାଇଟ୍ରେ ଅଛନ୍ତି ବାହାର ଗ୍ରହର ଜୀବ । ଯାହା ବିଷୟରେ କମ ଲୋକଙ୍କୁ ଜଣା । ଏହା ସହ ଅଛି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆଇଜେନହାୱାରଙ୍କ ବେଆଇନ୍ କନେକସନ।
ଦାବି ହୁଏ କିଛି ଇଂଜିନିୟରମାନେ ଏଠାରେ ଏଲିଏନ୍ ଟେକ୍ନୋଲୋଜୀକୁ ଭାଙ୍ଗିବାକୁ କରନ୍ତି କାମ। ଏଲିଏନ୍ମାନଙ୍କ ଟେକ୍ନୋଲୋଜିକୁ ରିଭର୍ସ ଇଞ୍ଜିନିୟରିଂ କରାଯାଏ। ଏରିଆ ୫୧ରେ ଏଲିଏନମାନେ ଇବିଇଏସ ଭାବରେ ଜଣାଶୁଣା । ଯାହାର ଅର୍ଥ କେବଳ ଆମେରିକୀୟ ସଂସ୍ଥା ସିଆଇଏ ଜାଣିଛି ।
ଆମେରିକାରେ ସବୁକିଛି ଚାଲିଛି ଲୁଚାଛପା। କେହି ବାହାର ଲୋକ ଟେର ବି ପାଉନାହାଁନ୍ତି । ସେଥପାଇଁ ଆମେରିକା ଏବଂ ମିଳିତ ଜାତିସଂଘ କରିଛନ୍ତି ଶାନ୍ତି ଚୁକ୍ତି । ମିଳିତ ଜାତିସଂଘ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ୍ୱାଇଟ୍ ଡି ଆଇଜେନହାୱର୍ ଙ୍କ ମଧ୍ୟରେ ହେଇଛି ଚୁକ୍ତିନାମା । ତେଣୁ ପୁରା ଗୁପ୍ତ ଭାବେ ରହିଛି ଏହି ଜାଗା । ଯଦି ଆପଣ ଏଠାକୁ ବୁଲି ଯିବାକୁ ଚାହାଁନ୍ତି ତାହାଲେ ଗୁଳି କରିପାରନ୍ତି ଆମେରିକୀୟ ଯବାନ ।

