ବିନା DJରେ ଭସାଣି : ଚେତାବନୀ ଦେଲେ ଭୁବନେଶ୍ଵର ଡିସିପି

ଭୁବନେଶ୍ୱର: ଭସାଣ ଶୋଭାଯାତ୍ରାରେ ଡିଜେ ବାଜିବା ଉପରେ କଟକଣା। ଚଳିତ ବର୍ଷ ରାଜଧାନୀରେ ଦୁର୍ଗାପୂଜା ଭସାଣ ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ମଣ୍ଡପରୁ ମା’ଙ୍କ ମେଢ଼ ବାହାରିବା ସମୟରେ କୌଣସି ଡିଜେ ଗାଡ଼ି ନେବାକୁ ଅନୁମତି ମିଳିବ ନାହିଁ ବୋଲି ଭୁବନେଶ୍ୱର ଡିସିପି ସ୍ପଷ୍ଟ କରିଛନ୍ତି।

ଗୁରୁବାର ମହାମାୟାଙ୍କ ଭସାଣ ଉତ୍ସବ ହେବାକୁ ଥିବାବେଳେ ଏହା ପୂର୍ବରୁ ପୋଲିସ ପକ୍ଷରୁ ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଜୋରଦାର କରାଯାଇଛି। ଏନେଇ ଡିସିପି ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ କଟକଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ଡିସିପିଙ୍କ ସୂଚନା ଅନୁଯାୟୀ, ରାତି ୧୦ଟା ପରେ ଉଚ୍ଚ ଶବ୍ଦରେ ସଙ୍ଗୀତ ବଜାଇବା ଉପରେ ନିଷେଧାଦେଶ ରହିଛି। ଏହି ନିୟମର ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହୋଇପାରେ।

ଭସାଣ ଉତ୍ସବ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ରାଜଧାନୀରେ ୪୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ଏଥିସହିତ ରାବଣ ପୋଡ଼ି ପାଇଁ ୯ଟି ସ୍ଥାନକୁ ଅନୁମତି ଦିଆଯାଇଛି।

ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କେବଳ ଅନୁମତିପ୍ରାପ୍ତ ସ୍ଥାନରେ ହିଁ ରାବଣ ପୋଡ଼ି ଆୟୋଜନ କରାଯାଇପାରିବ। ବିନା ଅନୁମତିରେ ଅନ୍ୟ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ହେଲେ ଆୟୋଜକଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ।

ତେଣୁ ଭସାଣ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରିବା ସହ ପୋଲିସର ନିୟମ ମାନିବାକୁ ସମସ୍ତ ପୂଜା କମିଟି ଓ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ