କାଲି OSSTET ପରୀକ୍ଷା : ପରୀକ୍ଷା ଦେବେ ୫୯୦୦୦ ଛାତ୍ରଛାତ୍ରୀ

କଟକ, ୨୯/୦୯: ହାଇସ୍କୁଲ୍‌ ଶିକ୍ଷକ ହେବାକୁ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ବୁଧବାର ଅନୁଷ୍ଠିତ ହେବ ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍‌ ଟିଚର୍‌ ଏଲିଜିବିଲିଟି ଟେଷ୍ଟ୍‌ (OSSTET)-୨୦୨୬। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରୀକ୍ଷା ସମ୍ପର୍କିତ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଚଳିତବର୍ଷ ପରୀକ୍ଷାରେ ୫୯,୩୫୩ ଜଣ ପ୍ରାର୍ଥୀ ସାମିଲ ହେବେ। ଏଥିପାଇଁ ସାରା ରାଜ୍ୟରେ ୨୬୧ଟି ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯାଇଛି।

ସକାଳ ୯ଟାରୁ ପରୀକ୍ଷା

OSSTET-୨୦୨୬ର ପେପର-୧ ଓ ପେପର-୨ ଏକାସାଙ୍ଗରେ ଅନୁଷ୍ଠିତ ହେବ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର୍ଥୀମାନେ ସକାଳ ୭ଟା ୪୫ ମିନିଟ୍‌ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏଥିସହ ଆସନ୍ତା ୮ ତାରିଖରେ ଘୋଷିତ ‘ଓଡ଼ିଶା ବନ୍ଦ’ର ପ୍ରଭାବ ପରୀକ୍ଷା ଉପରେ ପଡ଼ିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପରୀକ୍ଷାର୍ଥୀମାନଙ୍କୁ କେନ୍ଦ୍ରକୁ ଯିବା ସମୟରେ ନଅଟକାଇବା ପାଇଁ ବୋର୍ଡ ସଭାପତି ନିବେଦନ କରିଛନ୍ତି।

B.Ed ଡିଗ୍ରୀ ଆବଶ୍ୟକ

ରାଜ୍ୟର ହାଇସ୍କୁଲ୍‌ଗୁଡ଼ିକରେ ଶିକ୍ଷକତା ପାଇଁ ଯୋଗ୍ୟତା ହାସଲ କରିବା ଉଦ୍ଦେଶ୍ୟରେ OSSTET ପରୀକ୍ଷା ହୋଇଥାଏ। ଏଥିପାଇଁ ଆବେଦନ କରିବାର ସର୍ବନିମ୍ନ ଯୋଗ୍ୟତା ଭାବେ B.Ed ଡିଗ୍ରୀ ରହିଛି।

ପରୀକ୍ଷାଟି ୧୫୦ ନମ୍ବରର ହୋଇଥିବା ବେଳେ OMR ସିଟ୍‌ ମାଧ୍ୟମରେ ପରୀକ୍ଷା ନିଆଯିବ। ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଯୋଗ୍ୟତା ହାସଲ ପାଇଁ ୬୮ ନମ୍ବର ଆବଶ୍ୟକ। ସେହିପରି SC, ST, OBC ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୫୩ ନମ୍ବର ଯୋଗ୍ୟତା ମାର୍କ ଧାର୍ଯ୍ୟ କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ