ଭାରତ – ପାକିସ୍ତାନ ମଧ୍ୟରେ ମହା ମୁକାବିଲା : କିଏ ଜିତିବ? ଇଣ୍ଡିଆ ନା ପାକ୍?

ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ୍‌ ପ୍ରତିଯୋଗିତାରେ ରାଙ୍କିଂ ଆଧାରିତ ସିଡିଂ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷ କଥା ହେଉଛି, ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ୍ ନଖେଳି ମଧ୍ୟ ସେମିଫାଇନାଲରେ ପହଞ୍ଚିଛନ୍ତି।

ଏସୀୟ କ୍ରୀଡ଼ା ପୂର୍ବରୁ ଉଚ୍ଚ ରାଙ୍କିଂ ଥିବା ଏହି ଚାରି ଦଳକୁ ସିଧାସଳଖ କ୍ୱାର୍ଟରଫାଇନାଲ୍‌ରେ ସ୍ଥାନ ମିଳିଥିଲା। ଅନ୍ୟପଟେ ହଂକଂ, ଆଫଗାନିସ୍ତାନ, ମାଲେସିଆ ଓ ନେପାଳ ଗ୍ରୁପ୍‌ ପର୍ଯ୍ୟାୟ ଦେଇ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଥିଲେ।

ଅକ୍ଟୋବର ୧ରେ ଦୁଇ ସେମିଫାଇନାଲ୍

ଏବେ ଏସୀୟ କ୍ରୀଡ଼ା କ୍ରିକେଟ୍‌ରେ ଦୁଇଟି ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଉଭୟ ମ୍ୟାଚ୍ ଅକ୍ଟୋବର ୧ରେ ଅନୁଷ୍ଠିତ ହେବ।

ପ୍ରଥମ ସେମିଫାଇନାଲ୍:
ପାକିସ୍ତାନ ବନାମ ବାଂଲାଦେଶ
ସମୟ: ସକାଳ ୫ଟା ୩୦, ଭାରତୀୟ ସମୟ

ଦ୍ୱିତୀୟ ସେମିଫାଇନାଲ୍:
ଭାରତ ବନାମ ଶ୍ରୀଲଙ୍କା
ସମୟ: ପୂର୍ବାହ୍ନ ୧୦ଟା, ଭାରତୀୟ ସମୟ

ବର୍ଷା ଯୋଗୁଁ ବଦଳିଲା ସମୀକରଣ

ଏସୀୟ କ୍ରୀଡ଼ାର କ୍ରିକେଟ୍ ପ୍ରତିଯୋଗିତାରେ ବର୍ଷା ମଧ୍ୟ ବଡ଼ ପ୍ରଭାବ ପକାଇଛି। କ୍ୱାର୍ଟରଫାଇନାଲ୍‌ର ଚାରିଟି ମ୍ୟାଚ୍ ବର୍ଷା ଯୋଗୁଁ ଖେଳାଯାଇପାରିନଥିଲା। ଫଳରେ ଉଚ୍ଚ ରାଙ୍କିଂ ଆଧାରରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ସେମିଫାଇନାଲ୍‌ ଟିକେଟ୍ ହାସଲ କରିଛନ୍ତି।

ଏହି ନିୟମକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। କାରଣ ଭଲ ପ୍ରଦର୍ଶନ କରି କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଥିବା ଅନ୍ୟ ଦଳଗୁଡ଼ିକ ବର୍ଷା ଯୋଗୁଁ ଆଗକୁ ବଢ଼ିବାର ସୁଯୋଗ ପାଇନାହାନ୍ତି।

ଫାଇନାଲ୍‌ରେ ବର୍ଷା ହେଲେ କ’ଣ ହେବ?

୨୦୨୨ ଏସୀୟ କ୍ରୀଡ଼ାରେ ବର୍ଷା ଯୋଗୁଁ ଫାଇନାଲ୍ ମ୍ୟାଚ୍ ଖେଳାଯାଇନଥିବାରୁ ଉଚ୍ଚ ରାଙ୍କିଂ ଆଧାରରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଥିଲା।

ତେବେ ୨୦୨୬ ଏସୀୟ କ୍ରୀଡ଼ାରେ ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ଫାଇନାଲ୍ ମ୍ୟାଚ୍ ବର୍ଷା କାରଣରୁ ରଦ୍ଦ ହେଲେ ଉଭୟ ଫାଇନାଲିଷ୍ଟଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ଫଳରେ ଏଥର ଫାଇନାଲ୍ ମ୍ୟାଚ୍‌ର ଫଳାଫଳକୁ ନେଇ ନୂଆ ନିୟମ ଲାଗୁ ହେବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ