ପଶ୍ଚିମବଙ୍ଗରେ ୨୫୨ ମଦ୍ରାସାକୁ ବନ୍ଦ ନୋଟିସ୍, ଆଉ ୧୦୦କୁ କାରଣ ଦର୍ଶାଅ ନୋଟିସ୍କୋଲକାତା: ପଶ୍ଚିମବଙ୍ଗରେ ମଦ୍ରାସାଗୁଡ଼ିକୁ ନେଇ ସରକାରଙ୍କ ଯାଞ୍ଚ ପ୍ରକ୍ରିୟା ଜୋରଦାର ହୋଇଛି। ରାଜ୍ୟରେ ଚାଲିଥିବା ବିଭିନ୍ନ ମଦ୍ରାସାର ସ୍ଥିତି ଯାଞ୍ଚ ପରେ ୨୫୨ଟି ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ୍ ଜାରି ହୋଇଥିବା ଦାବି କରାଯାଇଛି। ଏହା ସହ ଆଉ ୧୦୦ଟି ମଦ୍ରାସାକୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି।
ସୂଚନା ଅନୁସାରେ, ରାଜ୍ୟରେ ମଦ୍ରାସାଗୁଡ଼ିକର ବାସ୍ତବ ସଂଖ୍ୟା ଏବଂ ସେମାନଙ୍କର ପଞ୍ଜିକରଣ ଓ ମାନ୍ୟତା ସ୍ଥିତି ଜାଣିବା ପାଇଁ ସର୍ଭେ କରାଯାଇଥିଲା। କୋଲକାତା ସମେତ ୨୨ଟି ଜିଲ୍ଲାରେ ହୋଇଥିବା ଏହି ଯାଞ୍ଚରେ ମଦ୍ରାସା ପରିଚାଳନା, ଛାତ୍ରଛାତ୍ରୀଙ୍କ ନାମଲେଖା, ପାଣ୍ଠିର ଉତ୍ସ ଏବଂ ପଞ୍ଜିକରଣ ଭଳି ବିଭିନ୍ନ ଦିଗ ଯାଞ୍ଚ କରାଯାଇଥିବା କୁହାଯାଇଛି।ସର୍ଭେରେ ଚିହ୍ନଟ ୨,୩୯୬ ମଦ୍ରାସାପ୍ରାଥମିକ ସର୍ଭେ ପରେ ରାଜ୍ୟରେ ୨,୩୯୬ଟି ମାନ୍ୟତାପ୍ରାପ୍ତ ନଥିବା ମଦ୍ରାସା ଚିହ୍ନଟ ହୋଇଥିବା ଦାବି କରାଯାଇଛି। ଏଥିମଧ୍ୟରୁ ୨୫୨ଟି ବିରୋଧରେ ବନ୍ଦ ନୋଟିସ୍ ଏବଂ ଅନ୍ୟ ୧୦୦ଟିକୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି।ଏହି ମଦ୍ରାସାଗୁଡ଼ିକ ରାଜ୍ୟ ସରକାର କିମ୍ବା ସରକାରୀ ମଦ୍ରାସା ଶିକ୍ଷା ବୋର୍ଡ ସହ ଜଡ଼ିତ ନଥିବା ଜଣାପଡ଼ିଛି।
ଅନେକ ସଂସ୍ଥା ସ୍ୱାଧୀନ ଭାବେ ଇସଲାମିକ ଶିକ୍ଷା ପ୍ରଦାନ କରୁଥିବା ବେଳେ ସେଗୁଡ଼ିକୁ କେତେକ ସ୍ଥାନରେ ‘ଖାରିଜି’, ‘କୌମି’ କିମ୍ବା ‘ନିଜାମିଆ’ ମଦ୍ରାସା ଭାବେ ମଧ୍ୟ ଚିହ୍ନଟ କରାଯାଏ।ଏବେ ପ୍ରଶ୍ନ ଉଠୁଛି, ଯେଉଁ ମଦ୍ରାସାଗୁଡ଼ିକର ଉପଯୁକ୍ତ ମାନ୍ୟତା କିମ୍ବା ପଞ୍ଜିକରଣ ନାହିଁ, ସେମାନଙ୍କ ବିରୋଧରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ। ତଦନ୍ତ ଓ ନୋଟିସ୍ ପ୍ରକ୍ରିୟା ପରେ ଏନେଇ ଅଧିକ ସ୍ପଷ୍ଟତା ମିଳିବ।

