ଭୟ ନା ପରିବର୍ତ୍ତନ ? ଏବେ ସିଧା ସଳଖ ହେବନି ମେୟର – ନଗରପାଳ ଇଲେକ୍ସନ ! ଆସିବ ନୂଆ ଆଇନ

ଭୁବନେଶ୍ୱର: ଆସନ୍ତା ୨୦୨୭ ପୌର ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ପୁଣିଥରେ ପରୋକ୍ଷ ନିର୍ବାଚନ ବ୍ୟବସ୍ଥା ଲାଗୁ କରିବାକୁ ସରକାର ବିଚାର କରୁଥିବା ଚର୍ଚ୍ଚା ହେଉଛି। ଏହା ଲାଗୁ ହେଲେ ସାଧାରଣ ଭୋଟର ସିଧାସଳଖ ଭାବେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ବାଛିବେ ନାହିଁ। ବରଂ ନିର୍ବାଚିତ କର୍ପୋରେଟର ଓ କାଉନସିଲରମାନଙ୍କ ମଧ୍ୟରୁ ମେୟର ଓ ପୌରାଧ୍ୟକ୍ଷ ଚୟନ ହେବେ।

୨୦୨୨ ପୌର ନିର୍ବାଚନରେ ରାଜ୍ୟର ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନ୍‌ଏସିରେ ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ପ୍ରଥମଥର ସିଧାସଳଖ ନିର୍ବାଚନ ହୋଇଥିଲା। ଭୋଟରମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ସିଧାସଳଖ ଭୋଟ ଦେଇଥିଲେ। ଏବେ ସରକାର ଏହି ବ୍ୟବସ୍ଥା ବଦଳାଇ ପୂର୍ବ ପ୍ରକ୍ରିୟାକୁ ଫେରିବା ନେଇ ବିଚାର କରୁଥିବା ଚର୍ଚ୍ଚା ହେଉଛି।

ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି ତୀବ୍ର ହୋଇଛି। ବିରୋଧୀ ଦଳ ସରକାରଙ୍କ ଏହି ସମ୍ଭାବ୍ୟ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ସରକାର ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ। ଏନେଇ ମୁଖ୍ୟମନ୍ତ୍ରୀ ଖୁବ୍‌ଶୀଘ୍ର ସ୍ପଷ୍ଟ ସୂଚନା ଦେଇପାରନ୍ତି।

ସେପଟେ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘର ଘର ବୁଲି ସର୍ଭେ କରାଯିବ। ସେପ୍ଟେମ୍ବର ୨୩ରେ ମାଷ୍ଟର ଟ୍ରେନରଙ୍କ ପ୍ରଶିକ୍ଷଣ ହେବ। ଏହାପରେ ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘର ଘର ବୁଲି ସର୍ଭେ କରାଯିବ।

ତେବେ ପରୋକ୍ଷ ନିର୍ବାଚନ ଲାଗୁ କରିବାକୁ ହେଲେ ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟ ଓ ଓଡ଼ିଶା ମ୍ୟୁନିସିପାଲିଟି କର୍ପୋରେସନ୍ ଆକ୍ଟ, ୨୦୦୩ରେ ଆଇନଗତ ସଂଶୋଧନ ଆବଶ୍ୟକ ହେବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ