ନେପାଳରେ ଶବର ପାହାଡ଼ : ୧୩୮୫ ଛୁଇଁଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୧୩/୦୯: ନେପାଳରେ ପ୍ରଳୟଙ୍କରୀ ବନ୍ୟା ପରେ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଛି। ଏହି ଅଭିଯାନରେ ୟୁଏଇର ଉଦ୍ଧାରକାରୀ ଦଳ ଆଉ ୧୦ଟି ମୃତଦେହ ଉଦ୍ଧାର କରିଛି। ଫଳରେ ୟୁଏଇ ଟିମ୍‌ ଦ୍ୱାରା ଉଦ୍ଧାର ହୋଇଥିବା ମୋଟ ମୃତଦେହ ସଂଖ୍ୟା ୧୮ରେ ପହଞ୍ଚିଛି।

ନେପାଳ ପ୍ରଶାସନ ଓ ସେନା ସହ ସମନ୍ୱୟ ରଖି ୟୁଏଇ ଟିମ୍‌ ନିଖୋଜଙ୍କୁ ଖୋଜିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବିଶେଷକରି ତ୍ରିଶୁଳୀ ନଦୀ ନିକଟବର୍ତ୍ତୀ ରସୁୱା ସମେତ ବନ୍ୟା ପ୍ରଭାବିତ ଅଞ୍ଚଳରେ ତଲାସୀ ଅଭିଯାନକୁ ଗୁରୁତ୍ୱ ଦିଆଯାଉଛି। ନିଖୋଜଙ୍କ ସନ୍ଧାନ ପାଇଁ ଡ୍ରୋନ୍‌ ସମେତ ଆଧୁନିକ ଉପକରଣ ବ୍ୟବହାର କରାଯାଉଛି।

ଏହି ଉଦ୍ଧାରକାରୀ ଟିମ୍‌ରେ ୟୁଏଇ ଜଏଣ୍ଟ ଅପରେସନ୍‌ କମାଣ୍ଡ, ଦୁବାଇ ପୁଲିସର ତଲାସୀ ଓ ଉଦ୍ଧାରକାରୀ ଦଳ ସହ ବିପର୍ଯ୍ୟୟ ମୁକାବିଲାରେ ଅଭିଜ୍ଞ ବ୍ୟକ୍ତିମାନେ ସାମିଲ ଅଛନ୍ତି।

ସୂଚନା ଅନୁସାରେ, ଅଗଷ୍ଟ ୨୬ରେ ନେପାଳ-ତିବ୍ବତ ସୀମା ନିକଟରେ ଭୂସ୍ଖଳନ ପରେ ହଠାତ୍‌ ବିନାଶକାରୀ ବନ୍ୟା ଆସିଥିଲା। ଏଥିରେ ନେପାଳର ୮ଟି ଜିଲ୍ଲା ଗୁରୁତର ଭାବେ ପ୍ରଭାବିତ ହୋଇଛି।

ଏପର୍ଯ୍ୟନ୍ତ ବନ୍ୟା ଓ ଭୂସ୍ଖଳନରେ ୧,୩୮୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫,୧୩୦ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଏହି କାରଣରୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ସେହିପରି ୧୨ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।

ନେପାଳର ଏହି ବିପର୍ଯ୍ୟୟ ସମୟରେ ଭାରତ ମଧ୍ୟ ସହାୟତାର ହାତ ବଢ଼ାଇଛି। ଭାରତ ପକ୍ଷରୁ ରିଲିଫ୍‌ ସାମଗ୍ରୀ ସହ ଉଦ୍ଧାରକାରୀ ଟିମ୍‌ ନେପାଳକୁ ପଠାଯାଇଛି। ଏହି ଟ୍ରାଜେଡିରେ ଅନେକ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଭାରତୀୟ ନିଖୋଜ ଥିବା ସୂଚନା ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ