ପାକିସ୍ତାନରେ ଅଛି ଜଗନ୍ନାଥଙ୍କ ଜମି : ଛଡ଼େଇ ଆଣିବେ ମୋହନ ମାଝୀ ସରକାର

ଭୁବନେଶ୍ୱର: ଓଡ଼ିଶାରୁ ପାକିସ୍ତାନ ଯାଏଁ ଶ୍ରୀଜଗନ୍ନାଥଙ୍କ ଜମି! ୬୦ ହଜାର ଏକର ସମ୍ପତ୍ତିର ହେବ ଯାଞ୍ଚ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂ-ସମ୍ପତ୍ତିକୁ ନେଇ ଏବେ ଆରମ୍ଭ ହେବ ବଡ଼ ଅନୁଧ୍ୟାନ। କେଉଁ ଅଞ୍ଚଳରେ ମହାପ୍ରଭୁଙ୍କ କେତେ ଜମି ରହିଛି, ତାହାର ବର୍ତ୍ତମାନ ସ୍ଥିତି କ’ଣ ଏବଂ କେଉଁଠି ଜମି ଜବରଦଖଲରେ ରହିଛି—ଏସବୁର ତଥ୍ୟ ଯାଞ୍ଚ କରିବାକୁ ସରକାର ପଦକ୍ଷେପ ନେବ।

ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ମହାପ୍ରଭୁଙ୍କ ନାମରେ ଥିବା ଭୂ-ସମ୍ପତ୍ତି କେବଳ ଓଡ଼ିଶା କିମ୍ବା ଭାରତରେ ସୀମିତ ନୁହେଁ। ପାକିସ୍ତାନର ସିନ୍ଧପ୍ରଦେଶରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ନାମରେ ଜମି ଥିବା ସୂଚନା ମିଳିଛି।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଅନୁସାରେ, ମହାପ୍ରଭୁଙ୍କ ନାମରେ ପ୍ରାୟ ୬୦ ହଜାର ଏକର ଜମି ଥିବାର ରେକର୍ଡ ସରକାରଙ୍କ ପାଖରେ ରହିଛି। ଏହାର ବଡ଼ ଅଂଶ ଓଡ଼ିଶାରେ ଥିବାବେଳେ କିଛି ଭୂ-ସମ୍ପତ୍ତି ଦେଶର ଅନ୍ୟ ରାଜ୍ୟ ଏବଂ ସିନ୍ଧପ୍ରଦେଶରେ ରହିଛି।

ସରକାରଙ୍କ ଯୋଜନା ଅନୁଯାୟୀ, ପ୍ରଥମେ ଦେଶ ଭିତରେ ଥିବା ଜମିଗୁଡ଼ିକର ସ୍ଥିତିକୁ ପର୍ଯ୍ୟାୟକ୍ରମେ ଯାଞ୍ଚ କରାଯିବ। ଓଡ଼ିଶାରେ ଥିବା ମହାପ୍ରଭୁଙ୍କ ସମସ୍ତ ଜମିକୁ ସୁରକ୍ଷିତ କରିବା ସହ ଅନ୍ୟ ଅଞ୍ଚଳରେ ଥିବା ଭୂ-ସମ୍ପତ୍ତିକୁ ଜବରଦଖଲରୁ ମୁକ୍ତ କରିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ।

ଶ୍ରୀଜଗନ୍ନାଥଙ୍କ ଭୂ-ସମ୍ପତ୍ତି ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟଙ୍କ ପୂର୍ବ ନିଷ୍ପତ୍ତିଗୁଡ଼ିକୁ ଲାଗୁ କରିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଫେବ୍ରୁଆରୀରେ ନିର୍ଦ୍ଦେଶ ଜାରି ହୋଇଥିଲା। ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ଥିବା ଜମିର ଖତିୟାନ ସଂଶୋଧନ ସହ ବିଚାରାଧୀନ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ମଧ୍ୟ କୁହାଯାଇଥିଲା।

ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବରରେ ଆଇନ ମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁଙ୍କ ହାତଛଡ଼ା ହୋଇଥିବା ଭୂ-ସମ୍ପତ୍ତିକୁ ଚିହ୍ନଟ କରି ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଜମିର ଚିହ୍ନଟ ପରେ ଆଇନ ଅନୁଯାୟୀ ସରକାରୀ ପଦକ୍ଷେପ ନିଆଯିବ।

ସୂଚନା ଅନୁସାରେ, ପ୍ରାୟ ୬ଟି ରାଜ୍ୟରେ ଶ୍ରୀମନ୍ଦିରର ପ୍ରାୟ ୪୦୦ ଏକର ଭୂ-ସମ୍ପତ୍ତି ଥିବା କୁହାଯାଇଛି। ଏହାର ମଧ୍ୟରୁ ପ୍ରାୟ ୩୨ ହଜାର ଏକର ଜମି ସମ୍ପର୍କିତ କାଗଜପତ୍ର ପ୍ରସ୍ତୁତ ହୋଇସାରିଥିବା ବେଳେ ଅବଶିଷ୍ଟ ଜମିର ରେକର୍ଡ ଚିହ୍ନଟ ଓ ସଂଗ୍ରହ ପାଇଁ ପ୍ରକ୍ରିୟା ଜାରି ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ