ବିଷାକ୍ତ ମଦ ପିଇ ୯ ମୃତ : ହସ୍ପିଟାଲରେ ଆହୁରି ଅନେକ

ଭୋପାଳ : ମଧ୍ୟପ୍ରଦେଶର ସାଗର ଜିଲ୍ଲାରୁ ଆସିଛି ଚିନ୍ତାଜନକ ଖବର। ବଣ୍ଡା ତହସିଲ ଅଧୀନରେ ଥିବା କେତେକ ଗାଁରେ ମଦ ପିଇବା ପରେ ଅସୁସ୍ଥ ହୋଇ ଅତିକମରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ କେତେକ ଲୋକ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବାରୁ ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଓ ଶୋକର ବାତାବରଣ ଦେଖାଦେଇଛି।

ସୂଚନା ମୁତାବକ, ଶନିବାର ରାତିରେ ଘୂଘର, ନଓରାଜ ଏବଂ ବାରାଜ ଗାଁର କିଛି ବ୍ୟକ୍ତି ମଦ ସେବନ କରିଥିଲେ। ଏହାର କିଛି ସମୟ ପରେ ଅନେକଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ିବା ଆରମ୍ଭ ହୋଇଥିଲା। ବାନ୍ତି ସହ ଶରୀର ଦୁର୍ବଳ ହୋଇପଡ଼ିବା ପରେ ପରିବାର ସଦସ୍ୟମାନେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ।

ତେବେ ଚିକିତ୍ସା ସତ୍ତ୍ୱେ ୯ ଜଣଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ଆଉ କିଛି ଅସୁସ୍ଥ ବ୍ୟକ୍ତି ଏବେ ଡାକ୍ତରଙ୍କ ନଜରରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଘଟଣାର ଖବର ପାଇବା ପରେ ପୋଲିସ ଓ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମାମଲାର ଗମ୍ଭୀରତାକୁ ଦେଖି ମାଜିଷ୍ଟ୍ରେଟ୍ ସ୍ତରରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାସ୍ଥଳରୁ ମଦର ନମୁନା ସଂଗ୍ରହ କରାଯାଇ ଫୋରେନ୍ସିକ୍ ଯାଞ୍ଚକୁ ପଠାଯାଇଛି।

ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ ଏବଂ ମଦରେ କୌଣସି ବିଷାକ୍ତ ପଦାର୍ଥ ଥିଲା କି ନାହିଁ, ସେନେଇ ସ୍ପଷ୍ଟ ଚିତ୍ର ମିଳିବ। ତଦନ୍ତ ଶେଷ ହେବା ପରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ