ଘରୁ ଗାଡ଼ି କାଢ଼ିଲେ ଫାଇନ ! ରାଜ୍ୟରେ ନୂଆ ସିଷ୍ଟମ, ଚେକିଂ ନ ହେଲେ ବି ଆସିବ ରସିଦ

ଭୁବନେଶ୍ୱର: ରାସ୍ତାରେ ଚେକିଂ ନ ଥିଲେ ବି ଧରାପଡ଼ିବ ଗାଡ଼ି!

ଏଣିକି ରାସ୍ତାରେ ଟ୍ରାଫିକ୍ ପୋଲିସ କିମ୍ବା ଏମଭିଆଇ ଗାଡ଼ି ଯାଞ୍ଚ କରୁନଥିଲେ ମଧ୍ୟ ନିୟମ ଉଲ୍ଲଂଘନ କରି ଖସିଯିବା ସହଜ ହେବ ନାହିଁ। ଗାଡ଼ିର କାଗଜପତ୍ର ଠିକ୍ ଅଛି କି ନାହିଁ, ତାହା ଏବେ ରାସ୍ତାରେ ଲାଗିଥିବା ଟେକ୍ନୋଲୋଜି ମାଧ୍ୟମରେ ଜଣାପଡ଼ିଯିବ। ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ‘e-Detection’ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ସେପ୍ଟେମ୍ବର ୧ରୁ ନୂଆ ବ୍ୟବସ୍ଥା

ସେପ୍ଟେମ୍ବର ୧ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହୋଇଛି। ଗାଡ଼ି ଚାଲିବା ସମୟରେ ତାହାର ପ୍ରଦୂଷଣ ପ୍ରମାଣପତ୍ର, ଫିଟନେସ୍, ରୋଡ୍ ଟ୍ୟାକ୍ସ ଏବଂ ଇନସ୍ୟୁରାନ୍ସ ଭଳି ଆବଶ୍ୟକୀୟ ଦସ୍ତାବିଜ ବୈଧ ଅଛି କି ନାହିଁ, ତାହା ଅନଲାଇନ୍ ମାଧ୍ୟମରେ ଯାଞ୍ଚ ହେବ।

କ୍ୟାମେରା କରିବ ଗାଡ଼ିର ଚିହ୍ନଟ

ରାଜ୍ୟର ବିଭିନ୍ନ ପ୍ରମୁଖ ରାସ୍ତା, ରାଜପଥ ଓ ଟୋଲ୍ ଗେଟ୍ ଅଞ୍ଚଳରେ ଥିବା ସ୍ୱୟଂଚାଳିତ କ୍ୟାମେରା ଗାଡ଼ିର ନମ୍ବର ପ୍ଲେଟ୍ କ୍ୟାପଚର କରିବ। ପରେ ସେହି ନମ୍ବରକୁ VAHAN ଡାଟାବେସ୍ ସହ ମେଳ କରାଯାଇ ଗାଡ଼ିର ଦସ୍ତାବିଜ ଯାଞ୍ଚ କରାଯିବ।

କୌଣସି କାଗଜପତ୍ର ଅବୈଧ ଥିଲେ କିମ୍ବା ଆବଶ୍ୟକ ଦସ୍ତାବିଜ ନଥିଲେ, ନିୟମ ଅନୁସାରେ ଇ-ଚାଲାଣ ଜାରି ହୋଇପାରେ। ଏନେଇ ଗାଡ଼ି ମାଲିକଙ୍କ ମୋବାଇଲ୍‌କୁ ସୂଚନା ପଠାଯିବ।

ପୁରୁଣା ଚାଲାଣ ବକେୟା ଥିଲେ ସମସ୍ୟା

ଇ-ଚାଲାଣ ଜାରି ହେବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜରିମାନା ଦେବା ଆବଶ୍ୟକ। ଚାଲାଣ ଦୀର୍ଘ ସମୟ ଧରି ପରିଶୋଧ ନକଲେ ଗାଡ଼ିକୁ ପରିବହନ ବ୍ୟବସ୍ଥାରେ ‘Not to be Transacted’ ଭାବେ ଚିହ୍ନିତ କରାଯାଇପାରେ।

ଏଭଳି ହେଲେ ଗାଡ଼ିର ମାଲିକାନା ପରିବର୍ତ୍ତନ, ରେଜିଷ୍ଟ୍ରେସନ୍ ସମ୍ବନ୍ଧୀୟ କାମ, ନବୀକରଣ କିମ୍ବା ଅନ୍ୟ ପରିବହନ ସେବା ନେବା ସମୟରେ ଅସୁବିଧା ହୋଇପାରେ।

ତେଣୁ ଗାଡ଼ି ମାଲିକମାନେ ନିଜ ଗାଡ଼ିର ସମସ୍ତ ଦସ୍ତାବିଜ ଯାଞ୍ଚ କରିବା ସହ ଇନସ୍ୟୁରାନ୍ସ ଓ PUCCର ବୈଧତା ଯାଞ୍ଚ କରି ରଖିବା ଜରୁରୀ। ବକେୟା ଇ-ଚାଲାଣ ଥିଲେ ତାହା ମଧ୍ୟ ସମୟରେ ପରିଶୋଧ କରିବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ