ଆଗକୁ ଲଘୁଚାପ : ଆସିବ କି ବାତ୍ୟା ?

ଭୁବନେଶ୍ୱର, ୦୪/୦୯: ଏବେ ଓଡ଼ିଶାରେ ବଡ଼ ବର୍ଷାର ସମ୍ଭାବନା ନଥିଲେ ମଧ୍ୟ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ପାଣିପାଗରେ ବଡ଼ ପରିବର୍ତ୍ତନ ଆସିପାରେ। ଭାରତୀୟ ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ, ସେପ୍ଟେମ୍ବର ୧୨ରୁ ୧୩ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ଗଠନ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର କେତେକ ଅଞ୍ଚଳରେ ପୁଣି ପ୍ରବଳ ବର୍ଷା ହୋଇପାରେ।

ବର୍ତ୍ତମାନ ରାଜ୍ୟରେ ବ୍ୟାପକ ବର୍ଷା ନଥିବାବେଳେ ବିଭିନ୍ନ ସ୍ଥାନରେ କାଁ ଭାଁ ଘଡ଼ଘଡ଼ି ସହ ଅସରାଏ ବର୍ଷା ହୋଇପାରେ। ସେପ୍ଟେମ୍ବର ୯ ତାରିଖ ପାଖାପାଖି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର କିଛି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ଚଳିତ ମୌସୁମୀ ଋତୁରେ ଦେଶର ଅନେକ ଅଞ୍ଚଳରେ ବର୍ଷା ନିଅଣ୍ଟିଆ ଥିଲେ ମଧ୍ୟ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିଛି। ଜୁନ୍ ୧ରୁ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ପ୍ରାୟ ୨୫ ପ୍ରତିଶତ ଅଧିକ ବର୍ଷା ହୋଇଛି। ଦୁଇଟି ଜିଲ୍ଲାରେ ଅତ୍ୟଧିକ ଏବଂ ୧୭ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି।

ତଥାପି ରାଜ୍ୟର କିଛି ପ୍ରମୁଖ ଜଳଭଣ୍ଡାର ଏବେ ବି ଅଧା ପୂରିନାହିଁ। ଲୋୟର ସୁକତେଲରେ ୩୭%, ବାଲିମେଳାରେ ୩୫%, ଅପର କୋଲାବରେ ୪୯%, ମାଛକୁଣ୍ଡରେ ୫୩% ଓ କାନପୁର ଜଳଭଣ୍ଡାରରେ ମାତ୍ର ୧୬% ପାଣି ରହିଛି। ଜଳସ୍ତର କମ୍ ଥିବାରୁ କେତେକ ଜଳବିଦ୍ୟୁତ କେନ୍ଦ୍ରରେ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି।

ପାଣିପାଗ ବିଶେଷଜ୍ଞଙ୍କ ମତରେ, ୧୩ ତାରିଖ ବେଳକୁ ଲଘୁଚାପ ଗଠନ ହୋଇ ପରବର୍ତ୍ତୀ ସମୟରେ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହୋଇପାରେ। ତେବେ ଏହାର ତୀବ୍ରତା ଓ ଗତିପଥ ସମ୍ପର୍କରେ ଏବେଠାରୁ ନିଶ୍ଚିତ ଆକଳନ କରିବା ସମ୍ଭବ ନୁହେଁ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ