ଖୁବ୍ ଶସ୍ତା ହେଲା ସୁନା ଆଉ ରୁପା : ଆଜି ହିଁ କିଣି ଦିଅନ୍ତୁ…ମୋଦୀଙ୍କ ଘୋଷଣା ପରେ କମିଲା

ନୂଆଦିଲ୍ଲୀ: ସୁନା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର । ଦାମୀ ହୋଇ ରେକର୍ଡ ସ୍ତରରେ ପହଞ୍ଚିଥିବା ସୁନା ଦର ଏବେ କ୍ରମାଗତ ଭାବେ ତଳକୁ ଖସୁଛି । ସୁନା ସହ ରୁପା ଦରରେ ମଧ୍ୟ ବଡ଼ ହ୍ରାସ ଦେଖାଯାଇଛି ।

ବଜାର ତଥ୍ୟ ଅନୁସାରେ, ଏମସିଏକ୍ସରେ ଅକ୍ଟୋବର ଡେଲିଭରୀ ସୁନାର ମୂଲ୍ୟ ୧,୧୨୮ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୧,୫୦,୬୦୧ ଟଙ୍କାରେ ପହଞ୍ଚିଛି । ଏହା ସହିତ ରୁପା ଦର ମଧ୍ୟ ୧,୮୯୯ ଟଙ୍କା କମି ପ୍ରତି କିଲୋଗ୍ରାମ ୨,୨୭,୬୫୦ ଟଙ୍କାରେ କାରବାର କରୁଛି ।

ଆନ୍ତର୍ଜାତୀୟ ବଜାରର ପ୍ରଭାବ ମଧ୍ୟ ଭାରତୀୟ ବଜାରରେ ସ୍ପଷ୍ଟ ଭାବେ ଦେଖାଯାଉଛି । ସ୍ପଟ୍ ଗୋଲ୍ଡର ମୂଲ୍ୟ ପ୍ରାୟ ୩୦ ଡଲାର ହ୍ରାସ ପାଇ ୪,୩୦୦.୫୧ ଡଲାର ପ୍ରତି ଆଉନ୍ସ ହୋଇଛି । ଏମସିଏକ୍ସରେ ମଧ୍ୟ ଲଗାତାର ଦ୍ୱିତୀୟ ଦିନ ସୁନା ଦରରେ ହ୍ରାସ ଜାରି ରହିଛି ।

ସପ୍ତାହକରେ ହିଁ ୧୧ ହଜାର ଟଙ୍କା ଶସ୍ତା

ଗତ ସାତ ଦିନର ହିସାବ ଦେଖିଲେ ସୁନା ଦରରେ ବଡ଼ ପରିବର୍ତ୍ତନ ହୋଇଛି । ଅଗଷ୍ଟ ୨୪ରେ ୧୦ ଗ୍ରାମ ସୁନାର ମୂଲ୍ୟ ପ୍ରାୟ ୧.୬୪ ଲକ୍ଷ ଟଙ୍କା ଥିବାବେଳେ ଏବେ ଏହା ପ୍ରାୟ ୧.୫୩ ଲକ୍ଷ ଟଙ୍କା ନିକଟରେ ପହଞ୍ଚିଛି । ଅର୍ଥାତ୍ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୧୦ ଗ୍ରାମ ସୁନା ପ୍ରାୟ ୧୧,୦୦୦ ଟଙ୍କା ଶସ୍ତା ହୋଇଛି ।

ରୁପା ବଜାରରେ ମଧ୍ୟ ସମାନ ଚିତ୍ର । ଗତ ସପ୍ତାହରେ ଏକ କିଲୋଗ୍ରାମ ରୁପାର ମୂଲ୍ୟ ପ୍ରାୟ ୨.୪୬ ଲକ୍ଷ ଟଙ୍କା ଥିବାବେଳେ ଏବେ ଏହା ପ୍ରାୟ ୨.୩୫ ଲକ୍ଷ ଟଙ୍କାକୁ ଖସିଛି ।

ବିଭିନ୍ନ କ୍ୟାରେଟ୍‌ର ସୁନା ଦର

ବୁଲିୟନ୍ ବଜାରର ତଥ୍ୟ ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୫୧,୩୨୮ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ୧,୩୮,୬୧୬ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ୧,୧୩,୪୯୬ ଟଙ୍କା ପ୍ରତି ୧୦ ଗ୍ରାମରେ ରହିଛି ।

ରେକର୍ଡ ଉଚ୍ଚସ୍ତରରୁ ସୁନା ଦର ଏବେ ଯଥେଷ୍ଟ ତଳକୁ ଆସିଥିବାରୁ ଆଗାମୀ ଦିନରେ ଏହାର ଗତି କେଉଁ ଦିଗକୁ ଯାଉଛି, ତା’ ଉପରେ ନିବେଶକ ଓ ଗ୍ରାହକଙ୍କ ନଜର ରହିଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ