ଆସୁଛି ମହା ପ୍ରଳୟ ! ବଙ୍ଗୋପ ସାଗରରେ ହେବ ଭୂମିକମ୍ପ, ମାଟି ତଳେ ରହିଯିବ ଏହି ସବୁ ଜିଲ୍ଲା

ଭୁବନେଶ୍ୱର, ୨୦/୦୮: ବଙ୍ଗୋପସାଗରର ଭୂଗର୍ଭୀୟ ପରିବର୍ତ୍ତନକୁ ନେଇ ନୂଆ ଗବେଷଣା ଓଡ଼ିଶା ସମେତ ପୂର୍ବ ଉପକୂଳ ପାଇଁ ସତର୍କତାର ଆବଶ୍ୟକତା ଦର୍ଶାଇଛି। ଆଇଆଇଟି ଖଡ଼ଗପୁରର ଗବେଷକ ଦଳ ବଙ୍ଗୋପସାଗର ଅଞ୍ଚଳର ଭୂକମ୍ପୀୟ ଗତିବିଧି ଉପରେ ଅଧ୍ୟୟନ କରିଛନ୍ତି।

ଦୀର୍ଘଦିନ ଧରି ସୁପ୍ତ ଥିବା ଭୂଗର୍ଭୀୟ ଫାଟ ଓ ସମୁଦ୍ରତଳରେ ବଢୁଥିବା ଚାପ ଭବିଷ୍ୟତରେ ଭୂକମ୍ପୀୟ କାର୍ଯ୍ୟକଳାପର କାରଣ ହୋଇପାରେ ବୋଲି ଅଧ୍ୟୟନରୁ ସୂଚନା ମିଳିଛି।ଗବେଷଣାରେ ବଙ୍ଗୋପସାଗରର କିଛି ଅଞ୍ଚଳରେ କମ୍ ବି-ଭାଲ୍ୟୁ ରେକର୍ଡ ହେବା ଏବଂ ଗଙ୍ଗା, ବ୍ରହ୍ମପୁତ୍ର ଓ ମହାନଦୀ ପରି ନଦୀରୁ ବର୍ଷ ବର୍ଷ ଧରି ସମୁଦ୍ରତଳେ ପଟୁ ମାଟି ଜମା ହେବା ଉପରେ ଆଲୋକପାତ କରାଯାଇଛି। ଏହି ଭୂତାତ୍ତ୍ୱିକ ପରିବର୍ତ୍ତନ ଅଞ୍ଚଳର ଭୂକମ୍ପୀୟ ସମ୍ବେଦନଶୀଳତା ସହ ଜଡ଼ିତ ହୋଇପାରେ।

୧୯୧୭ରୁ ୨୦୨୫ ମଧ୍ୟରେ ବଙ୍ଗୋପସାଗରରେ ୧୨୩ଟି ଭୂକମ୍ପ ରେକର୍ଡ ହୋଇଥିବା ଉଲ୍ଲେଖ ରହିଛି। ୨୦୧୪ ମେ’ ୨୧ରେ ବଙ୍ଗୋପସାଗରରେ ୬ ତୀବ୍ରତାର ଭୂକମ୍ପ ହୋଇ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଝଟକା ଅନୁଭୂତ ହୋଇଥିଲା। ସେହିପରି ୨୦୨୫ ଫେବ୍ରୁଆରୀ ୨୫ରେ ୫.୩ ତୀବ୍ରତାର ଭୂକମ୍ପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଅନୁଭୂତ ହୋଇଥିଲା।

ବିଶେଷଜ୍ଞଙ୍କ ମତରେ ଭୂକମ୍ପର ନିର୍ଦ୍ଦିଷ୍ଟ ସମୟ କିମ୍ବା ତୀବ୍ରତା ପୂର୍ବାନୁମାନ କରିବା ସମ୍ଭବ ନୁହେଁ। ତଥାପି ଭୂକମ୍ପ ସମ୍ଭାବନାକୁ ଦୃଷ୍ଟିରେ ରଖି ଓଡ଼ିଶାର ଉପକୂଳ ଅଞ୍ଚଳରେ ଭୂକମ୍ପ-ପ୍ରତିରୋଧୀ ନିର୍ମାଣ ଓ ବିପର୍ଯ୍ୟୟ ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ