ବାବା ରାମଦେବଙ୍କ ନିଜ ବେଡ଼ରୁମ କଥା କହିଲେ କଙ୍ଗନା ! ଯୌବନ ଉପରେ ଆଖି ନ ପକାଇବାକୁ ଦେଲେ ଉପଦେଶ

ନୂଆଦିଲ୍ଲୀ, ୨୦/୦୮: ଜେନ୍-ଜି ଆନ୍ଦୋଳନକୁ ନେଇ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାଓ୍ୱତଙ୍କ ବୟାନ ପରେ ତାଙ୍କୁ କଡ଼ା ସମାଲୋଚନା କରିଥିଲେ ଯୋଗଗୁରୁ ବାବା ରାମଦେବ। ଏବେ ରାମଦେବଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି କଙ୍ଗନା। ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ ବାବାଙ୍କୁ ତୀବ୍ର ଭାଷାରେ କାଉଣ୍ଟର କରିଛନ୍ତି।

କଙ୍ଗନା କହିଛନ୍ତି, ତାଙ୍କ ଯୌବନ କିମ୍ବା ବ୍ୟକ୍ତିଗତ ଜୀବନକୁ ନେଇ ବାବା ରାମଦେବ କୌଣସି ପ୍ରକାର ଅନୁମାନ କରିବା ଉଚିତ ନୁହେଁ। ଗୁଜବ ଓ ଗପ ଆଧାରରେ କାହାର ବ୍ୟକ୍ତିଗତ ଜୀବନ ଉପରେ ମତ ଦେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଏଥିସହିତ ତାଙ୍କ ଚରିତ୍ର ଉପରେ ବାବାଙ୍କୁ ଭାଷଣ ନଦେବାକୁ ମଧ୍ୟ କଙ୍ଗନା କହିଛନ୍ତି। ନିଜ ଚରିତ୍ର ବାବା ରାମଦେବଙ୍କଠାରୁ ଭଲ ବୋଲି ସେ ଦାବି କରିଛନ୍ତି।ପ୍ରକୃତରେ, ଜନ୍ତରମନ୍ତରରେ ଜେନ୍-ଜିଙ୍କ ଆନ୍ଦୋଳନ ପରେ କଙ୍ଗନା ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ଏଥିରେ ସେ ଆନ୍ଦୋଳନକାରୀ ଯୁବପିଢ଼ିଙ୍କ ମାନସିକତା ଓ ଜୀବନଶୈଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ। କିଛି ଯୁବକ-ଯୁବତୀ ପରିଶ୍ରମ ନକରି ସ୍ୱାଧୀନତା ଚାହୁଁଥିବା ଏବଂ ପାଶ୍ଚାତ୍ୟ ଜୀବନଶୈଳୀକୁ ଅନୁସରଣ କରୁଥିବା କଙ୍ଗନା ଅଭିଯୋଗ କରିଥିଲେ। ମଦ୍ୟପାନ, ଡ୍ରଗ୍ସ ଓ ଶାରୀରିକ ସମ୍ପର୍କକୁ ସ୍ୱାଧୀନତାର ପ୍ରତୀକ ଭାବେ ଦେଖାଇବା ନେଇ ମଧ୍ୟ ସେ ଆପତ୍ତି ଉଠାଇଥିଲେ।

କଙ୍ଗନାଙ୍କ ଏହି ମନ୍ତବ୍ୟକୁ ନେଇ ବାବା ରାମଦେବ ତୀବ୍ର ପ୍ରତିକ୍ରିୟା ଦେଇଥିଲେ। କଙ୍ଗନାଙ୍କ ଶିକ୍ଷା, ଶୈଶବ ଓ ଯୌବନକୁ ନେଇ ପ୍ରଶ୍ନ ଉଠାଇବା ସହ ତାଙ୍କ ଅତୀତର କଥା ଉଠାଇଥିଲେ ରାମଦେବ। କାହାକୁ ‘ଗଟର’ ବୋଲି ସମ୍ବୋଧନ କରିବା ଏକ ବିକୃତ ମାନସିକତାର ପରିଚୟ ବୋଲି ସେ କହିଥିଲେ। ଏହାପରେ ଏବେ କଙ୍ଗନାଙ୍କ ପାଲଟା ଜବାବକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆହୁରି ତୀବ୍ର ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ