ଆମେରିକା କହିଲା ଜମ୍ମୁ କାଶ୍ମୀର ହେଉଛି ଭାରତର : ପାକିସ୍ତାନ ମୁଣ୍ଡ ପୁରେଇଲେ ଧ୍ଵଂସ କରିଦେବୁ…

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଗସ୍ତରେ ଥିବା ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ସହ ସାକ୍ଷାତ କରିଛନ୍ତି। ବୈଠକ ପରେ କାଶ୍ମୀରକୁ ନେଇ ଗୋରଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାରେ। ସେ ଜମ୍ମୁ-କାଶ୍ମୀରକୁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିବା ସହ ଏଠାକାର ସୌନ୍ଦର୍ଯ୍ୟ ଓ ସୁରକ୍ଷା ବ୍ୟବସ୍ଥାର ପ୍ରଶଂସା କରିଛନ୍ତି।
ଗୋର କହିଛନ୍ତି ଯେ ଜମ୍ମୁ-କାଶ୍ମୀରକୁ ପ୍ରଥମ ଥର ଆସି ସେ ବେଶ୍ ଉତ୍ସାହିତ। ଏଠାରେ ଉମର ଅବଦୁଲ୍ଲାଙ୍କ ସହ ହୋଇଥିବା ଆଲୋଚନା ଅତ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ ଥିଲା। କିଛି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆଗକୁ ବଢ଼ାଇବା ନେଇ ଦିଲ୍ଲୀ ଓ ୱାଶିଂଟନ୍ ମଧ୍ୟରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।
କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଗୋର ପ୍ରତିକ୍ରିୟା ରଖିଛନ୍ତି। ଆମେରିକା ପକ୍ଷରୁ ସମୟ ସମୟରେ ଜାରି ହେଉଥିବା ଟ୍ରାଭେଲ୍ ଆଡଭାଇଜରୀର ସମୀକ୍ଷା କରାଯାଏ ବୋଲି ସେ କହିଛନ୍ତି। ତେବେ ଏହି ଗସ୍ତ ସମୟରେ କୌଣସି ବଡ଼ ଘୋଷଣା କରିବାକୁ ସେ ମନା କରିଛନ୍ତି।
ଗୋରଙ୍କ କହିବା ଅନୁସାରେ, ଜମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାରେ ନୂଆଦିଲ୍ଲୀ, ମୁଖ୍ୟମନ୍ତ୍ରୀ ଏବଂ ସ୍ଥାନୀୟ ସରକାର ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ଆମେରିକାର ଟ୍ରାଭେଲ୍ ଆଡଭାଇଜରୀ ପ୍ରସ୍ତୁତ କରିବା ସମୟରେ ଏହି ସୁରକ୍ଷା ସ୍ଥିତିକୁ ବିଚାରକୁ ନିଆଯିବ ବୋଲି ସେ ସଙ୍କେତ ଦେଇଛନ୍ତି।
ସର୍ଜିଓ ଗୋରଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ରାଜନୈତିକ ଓ କୂଟନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ଜମ୍ମୁ-କାଶ୍ମୀରକୁ ଭାରତର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ତାଙ୍କ ମନ୍ତବ୍ୟ ପାକିସ୍ତାନ ପାଇଁ ଅସୁବିଧାଜନକ ହୋଇପାରେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ