କମେଡି କିଙ୍ଗ ରାଜପାଲ ଯାଦବଙ୍କ ମୁଣ୍ଡରେ ବଡ଼ ସଙ୍କଟ ! ପୈତୃକ ସମ୍ପତ୍ତି ବଞ୍ଚାଇବାକୁ ସଂଘର୍ଷ

ଭୁବନେଶ୍ବର : ପରଦାରେ ନିଜର ଅପୂର୍ବ ଅଭିନୟ ଓ କମେଡି ମାଧ୍ୟମରେ କୋଟି କୋଟି ଦର୍ଶକଙ୍କୁ ହସାଉଥିବା ବଲିଉଡର ଜଣାଶୁଣା ଅଭିନେତା ରାଜପାଳ ଯାଦବ ଏବେ ନିଜେ ଏକ ବଡ଼ ସଙ୍କଟରେ । ବାସ୍ତବ ଜୀବନର ଏହି ଟ୍ରାଜେଡି ତାଙ୍କୁ ଆର୍ଥିକ ଓ ଆଇନଗତ ଭାବେ ଦୋହଲାଇ ଦେଇଛି। ଦିନେ ଯାହାଙ୍କୁ ଦେଖିଲେ ଲୋକଙ୍କ ମନରେ ହସ ଫୁଟୁଥିଲା, ଆଜି ସେହି ଅଭିନେତା ନିଜର ପୈତୃକ ସମ୍ପତ୍ତି ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି।

ରାଜପାଲ ଯାଦବଙ୍କ ଏହି ଦୁର୍ଦ୍ଦଶା ଆରମ୍ଭ ହୋଇଥିଲା ୨୦୧୦-୧୨ ମସିହାରେ, ଯେତେବେଳେ ସେ ‘ଅତା ପତା ଲାପତା’ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ସେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ମୋଟା ଅଙ୍କର ଋଣ ନେଇଥିଲେ। କିନ୍ତୁ ବକ୍ସ ଅଫିସରେ ଫିଲ୍ମଟି ବିଫଳ ହେବାରୁ ତାଙ୍କ ଆର୍ଥିକ ଅବସ୍ଥା ବିଗିଡ଼ିଗଲା। ବର୍ତ୍ତମାନ ସୁଦ୍ଧା ସୁଧ ସହିତ ଏହି ଋଣର ପରିମାଣ ବଢ଼ି ବଢ଼ି ୧୬ କୋଟି ୬୧ ଲକ୍ଷ ୬୪ ହଜାର ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଚେକ୍ ବାଉନ୍ସ ମାମଲାରେ ସେ ଜେଲ୍ ଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ।

ଋଣ ପରିଶୋଧ କରିବାରେ ବାରମ୍ବାର ବିଫଳ ହେବା ପରେ ବ୍ୟାଙ୍କ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଉତ୍ତର ପ୍ରଦେଶର ଶାହାଜାହାନପୁର ସ୍ଥିତ ରାଜପାଳଙ୍କ ପୈତୃକ ଗ୍ରାମରେ ବ୍ୟାଙ୍କର ରିକଭରୀ ଅଧିକାରୀମାନେ ପହଞ୍ଚି ତାଙ୍କ ଘର ଓ ଜମିରେ ନିଲାମ ନୋଟିସ୍ ଲଗାଇଛନ୍ତି । ଶାହାଜାହାନପୁର ସହର ଓ ଗାଁରେ ଥିବା ତାଙ୍କର ପ୍ରାୟ ୩.୧୯ କୋଟି ଟଙ୍କାର ସମ୍ପତ୍ତିକୁ ବ୍ୟାଙ୍କ ଜବତ କରିଛି । ଆସନ୍ତା ୯ ସେପ୍ଟେମ୍ବର ୨୦୨୬ରେ ଏହି ସମ୍ପତ୍ତିଗୁଡ଼ିକର ଅନଲାଇନ୍ ନିଲାମ କରାଯିବ ବୋଲି ଘୋଷଣା କରାଯାଇଛି।ଏହି ଋଣ ପାଇଁ ରାଜପାଳ ନିଜ ପତ୍ନୀ ରାଧା ଯାଦବ ଏବଂ ମା’ ଗୋଦାବରୀ ଯାଦବଙ୍କୁ ଗ୍ୟାରେଣ୍ଟର ଭାବେ ରଖିଥିଲେ । ଫଳରେ ଏହି ଆଇନଗତ କାର୍ଯ୍ୟାନୁଷ୍ଠାନ ଏବେ ତାଙ୍କ ପରିବାର ପାଇଁ ମଧ୍ୟ ଅଡୁଆ ସୃଷ୍ଟି କରିଛି । କେବଳ ଉତ୍ତର ପ୍ରଦେଶ ନୁହେଁ, ବରଂ ମୁମ୍ବାଇରେ ଥିବା ତାଙ୍କର କିଛି ସମ୍ପତ୍ତି ମଧ୍ୟ ବ୍ୟାଙ୍କ ନିଜ ନିୟନ୍ତ୍ରଣକୁ ନେଇପାରେ ବୋଲି ଚର୍ଚ୍ଚା ହେଉଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ