ଚିଙ୍ଗୁଡ଼ି ଓ ମାଛ ଖାଉଛନ୍ତି କି, ଜାଣନ୍ତୁ କେଉଁଥିରେ ଅଛି ଅଧିକ ପ୍ରୋଟିନ

ଭୁବନେଶ୍ୱର : ଚିଙ୍ଗୁଡ଼ି ଓ ମାଛ ଉଭୟ ପ୍ରୋଟିନରେ ଭରପୂର। ତେବେ ସେମାନଙ୍କ ପୋଷଣ ଭିନ୍ନ ଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଆବଶ୍ୟକତା ପୂରଣ କରିଥାଏ। ଚିଙ୍ଗୁଡ଼ି ଅତ୍ୟନ୍ତ କମ୍‌ କ୍ୟାଲୋରିଯୁକ୍ତ ପ୍ରୋଟିନର ଉତ୍ସ, ଯେଉଁଥିରେ ସେଲେନିୟମ୍‌, ଜିଙ୍କ୍‌ ଓ ଆୟୋଡିନ୍‌ ପରି ଅତ୍ୟାବଶ୍ୟକ ମିନେରାଲ୍‌ସ ଥାଏ। ଅନ୍ୟପକ୍ଷରେ ମାଛ ହୃତ୍‌ପିଣ୍ଡକୁ ସୁରକ୍ଷା ଦେଉଥିବା ଓମେଗା-୩ ଫ୍ୟାଟି ଏସିଡ୍ ଓ ଭିଟାମିନ୍-ଡି ଯୋଗାଇଥାଏ । ପ୍ରତି ୧୦୦ ଗ୍ରାମ ରନ୍ଧା ଚିଙ୍ଗୁଡ଼ିରେ ୧୦୦ କ୍ୟାଲୋରି, ୨୦ ଗ୍ରାମ୍‌ ପ୍ରୋଟିନ୍‌ ଓ ୧ ଗ୍ରାମ୍‌ ଫ୍ୟାଟ୍ ରହିଥାଏ। ତା ସହ ଭିଟାମିନ୍ ବି-୧୨, ସେଲେନିୟମ୍, ଜିଙ୍କ୍, ଆୟୋଡିନ୍, ଫସଫରସ୍ ଓ ଆଷ୍ଟାକ୍ସାନ୍ଥିନ୍ ବି ଥାଏ।
ଯେଉଁମାନେ ଓଜନ କମାଇବାକୁ ଚାହାନ୍ତି ବା ଶରୀରରେ ଖଣିଜ ପଦାର୍ଥର ମାତ୍ରା ବଢ଼ାଇବାକୁ ଚାହାନ୍ତି, ସେମାନଙ୍କ ପାଇଁ ଚିଙ୍ଗୁଡ଼ି ଏକ ଉତ୍ତମ ବିକଳ୍ପ। ସେହିପରି ୧୦୦ ଗ୍ରାମ୍‌ ମାଛରେ କ୍ୟାଲୋରି ୧୦୦ରୁ ୧୩୦ ରହିଥିବା ବେଳେ ପ୍ରୋଟିନ୍‌ ୨୦ରୁ ୨୪ ଗ୍ରାମ୍‌ ଓ ଫ୍ୟାଟ୍‌ ୧-୩ ଗ୍ରାମ୍‌ ରହିଥାଏ। ସେହିପରି ଭିଟାମିନ୍-ବି, ଭିଟାମିନ୍-ଡି, ଆୟୋଡିନ୍ ଓ ଓମେଗା-୩ ଫ୍ୟାଟି ଏସିଡ୍ ମଧ୍ୟ ଥାଏ।
ଉଭୟ ଚିଙ୍ଗୁଡ଼ି ଓ ମାଛ ପ୍ରୋଟିନ୍‌ର ଭଲ ଉତ୍ସ। ଉଭୟରେ ଶରୀର ପାଇଁ ଆବଶ୍ୟକୀୟ ଆମିନୋ ଏସିଡ୍ ରହିଛି, ଯାହା ମାଂସପେଶୀ ଗଠନ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଉଭୟ ଚିଙ୍ଗୁଡ଼ି ଓ ମାଛ ଓଜନ କମାଇବା ପାଇଁ ଖୁବ୍ ଉପଯୋଗୀ। ଚିଙ୍ଗୁଡ଼ିରେ କ୍ୟାଲୋରି ଓ ଚର୍ବି ବହୁତ କମ୍ ଥାଏ। ଏହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ। ମାଛ ଓଜନ ନିୟନ୍ତ୍ରଣ ପାଇଁ ଭଲ ଓ ତେଲିଆ ମାଛରେ ଥିବା ଓମେଗା-୩ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ। ଅତ୍ୟଧିକ ତେଲ, ମସଲା କିମ୍ବା କ୍ରିମି ସସ୍ ବ୍ୟବହାର କରିବା ପରିବର୍ତ୍ତେ ଗ୍ରିଲ୍ କରି, ବାମ୍ଫରେ ସିଝାଇ ବା ଅଳ୍ପ ତେଲରେ ରାନ୍ଧି ଖାଇଲେ ଏହାର ପ୍ରକୃତ ସ୍ୱାସ୍ଥ୍ୟଗୁଣ ମିଳିଥାଏ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ