26.9 C
Odisha
Wednesday, October 29, 2025

ସହିଦ ସୁଶାନ୍ତଙ୍କ ମାଆ ମଧ୍ୟ ଚାଲିଗଲେ

ବିଧିର ବିଧାନ, କେ କରିବ ଆନ । ପ୍ରଥମେ ଦୁଇ ପୁଅ ଓ ସ୍ବାମୀକୁ ହରାଇଥିଲେ । ଆଉ ଶେଷରେ ଚାଲିଗଲା ବଂଚିଥିବା ଗୋଟିଏ ପୁଅ । ନକ୍ସଲ ଗୁଳିରେ ସହିଦ ହୋଇ ସବୁ ଦିନ ଧରି ଆଖି ବୁଜିଦେଲା । ଏତେ ଦୁଃଖ ଦେଖି ସହିପାରିଲାନି ମାଆ । ଠିକ୍ ମୃତ୍ୟୁର 7 ଦିନରେ ହିଁ ଦୁନିଆରୁ ବିଦାୟ ନେଲା ହତଭାଗା ମାଆ । କିଛି ଏମିତି ଘଟିଛି ସହିଦ ସୁଶାନ୍ତ କୁମାର ଖୁଂଟିଆଙ୍କ ପରିବାର ସହ ।  

ଗତ 11 ତାରିଖର ଘଟଣା । ନକ୍ସଲ ଆକ୍ରମଣରେ ସହିଦ ହୋଇଥିଲେ ଓଡିଆ ଯବାନ ସୁଶାନ୍ତ । ଝାଡଖଣ୍ଡରେ ଘଟିଥିବା ମାଓ ଆକ୍ରମଣରେ ଆଖି ବୁଜିଥିଲେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ । ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳରେ । ହେଲେ ପରିବାର ଉପରେ ଗୋଟିଏ ଦୁଃଖ ପାହାଡ ନୟାଉଣୁ, ଲଦି ହୋଇଯାଆଇଛି ଆଉ ଏଦ କୁଃଖ । କାରଣ ପୁଅକୁ ଝୁରି ଝୁରି ମାଆ ସୁନ୍ଦରୀ ଖୁଂଟିଆ ମଧ୍ୟ ଚାଲି ଯାଇଛନ୍ତି । ଏମିତିକି ପୁରା ପରିବାର ଛାରଖାର ହୋଇଯାଇଛି ।

 ରିପୋର୍ଟ ଅନୁସାରେ,  କମ୍ବିଂ ଅପରେସନରେ ଝାଡ଼ଖଣ୍ଡର ଚାଇବାସା ଯାଇଥିଲେ ସିଆରପିଏଫ ଯବାନ ସୁଶାନ୍ତ । ଏତିକି ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ହୋଇଥିଲା ପ୍ରବଳ ଗୁଳି ବିନିମୟ । ଏହି ସମୟରେ ଦୁଇ ଜଣ ଯବାନଙ୍କ ଦେହରେ ବାଜିଥିଲା ଗୁଳି ।  ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିଲେ ସୁଶାନ୍ତ ଏବଂ ଆଉ ଜଣେ ଯବାନ । ତୁରନ୍ତ ଆହତ ଦୁଇ ଯବାନଙ୍କୁ ରାଞ୍ଚିକୁ କରାଯାଇଥିଲା ଏୟାରଲିଫ୍ଟ । ହସ୍ପିଟାଲରେ ପହଁଚିବା ପରେ ସୁଶାନ୍ତ ଖୁଣ୍ଟିଆଙ୍କ ଚିକିତ୍ସା ଆରମ୍ଭ କରିଥିଲେ ଡାକ୍ତର । ତେବେ ଚିକିତ୍ସା ବେଳେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ।

ଜଣା ପଡିଥିଲା ଯେ, ଗୁଳିବିନିମୟ ବେଳେ ସୁଶାନ୍ତଙ୍କ ଛାତିରେ ବାଜିଥିଲା ଗୁଳି । ତେବେ ସୁଶାନ୍ତ ଖୁଣ୍ଟିଆଙ୍କ ମୃତ୍ୟୁ ଖବର ମିଳିବା ପରେ ଆନନ୍ଦପୁର ଅଞ୍ଚଳରେ ଶୋକର ଲହର ଖେଳିଯାଥିଲା। ସୁଶାନ୍ତଙ୍କ ପରିବାର ଉପରେ ଖେଳି ଯାଇଥିଲା ଦୁଃଖର କଳାବାଦଲ । ସବୁଠାରୁ ଦୁଃଖର କଥା ହେଲା ଯେ,  ୨୦୨୧ରେ ସୁଶାନ୍ତଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଏହାପରେ ତାଙ୍କର ୨ ଭାଇ ମଧ୍ୟ ଆଗପଛ ହୋଇ ଚାଲି ଯାଇଥିଲେ ।  ସୁଶାନ୍ତଙ୍କ ବଡ଼ ଭାଇ ମଧ୍ୟ ସିଆରପିଏଫ୍ ଯବାନ ଥିଲେ। ୨ ବର୍ଷ ତଳେ ତାଙ୍କର ଦେହାନ୍ତ ହୋଇଥିଲା। ଆଉ ଜଣେ ଭାଇ ମଧ୍ୟ କ୍ୟାନସରରେ ମୃତ୍ୟୁବରଣ କରିଥିଲେ। ବାପା ଓ ୨ ଭାଇଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କ ପରିବାର ଲୋକ ପୈତୃକ ଘର ଛାଡ଼ି,ଆନନ୍ଦପୁରରେ ଏକ ଭଡ଼ା ଘରେ ରହିଥିଲେ। ଏବେ ତାଙ୍କର ମାଆ ମଧ୍ୟ ଚାଲି ଯାଇଛନ୍ତି । ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ତାଙ୍କୁ ଭୁବନେଶ୍ବରରେ ଚିକିତ୍ସା କରାଯାଉଥିଲା । ପରେ ସେ ସୁସ୍ଛ ହୋଇ ଘରକୁ ଫେରିଥିଲେ । ହେଲେ ପୁଅର ମୃତ୍ୟୁ ଖବର ପରେ ସେ ପୁରା ଭାଙ୍ଗି ପଡିଥିଲେ । ପୁଅକୁ ଦିନରାତି ଝୁରୁଥିଲେ । ଯାହାଦ୍ୱାରା ତାଙ୍କୁ ଶୁକ୍ରବାର ଆସିଥିଲା ହୃଦଘାତ । ତାଙ୍କୁ ତୁରନ୍ତ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ପରେ କଟକ ଏସସିବିକୁ ପଠାଇ ଦେଇଥିଲେ ଡାକ୍ତର । ହେଲେ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ