23.3 C
Odisha
Friday, March 6, 2026

ସୀମା ହୈଦରକୁ ୬ ଲକ୍ଷ ଟଙ୍କାର ଜବ୍ ଅଫର୍‌

ଏମିତି ପ୍ରେମ ଯେ ସିଧା ପାକିସ୍ତାନରୁ ଭାରତ । ଆଉ ଏଠି ହଜାରେ ଅସୁବିଧା । ସମସ୍ତେ ଟେନସନ୍ । ପୁଅର ବାପାଘର ଲୋକେ ଠିକ୍ ସେ ଖାଇ ପାରୁ ନାହାନ୍ତି । ରାସନ ସରି ଯାଇଥିବା କହିଥିଲେ ସୀମାଙ୍କ ବାପା । ସୀମାହୈଦର ଓ ସଚିନଙ୍କ ପ୍ରେମକାହାଣୀ ବିଷୟରେ କାହାକୁ ଅବା ଜଣାନଥିବ । ନିଜପ୍ରେମକୁ ପାଇବା ପାଇଁ ପାକିସ୍ତାନରୁ ଭାରତ ଆସି ଲମ୍ବା ସମୟ ଧରି ଚର୍ଚ୍ଚାରେ ରହିଛନ୍ତି । ପ୍ରେମକୁ ବାଦ ଦେଲେ ଏବେ ସେମାନଙ୍କର ଆର୍ଥିକ ସମସ୍ୟାକୁ ନେଇ ବି ଚର୍ଚ୍ଚାଜୋରହେଉଛି । ସଚିନ ଓ ସୀମାଙ୍କ ପରିବାର ତରଫରୁ କୁହାଯାଇଥିଲା କି, କାମ ଧନ୍ଦା ପାଇଁ ବାହାରକୁ ନଯିବାକାରଣରୁ ଏବେ ଜଟିଳ ସମସ୍ୟା ଦେଖାଦେଇଛି । ତାଙ୍କ ଘରର ଆର୍ଥିକ ପରିସ୍ଥିତି ଖରାପ ହୋଇଯାଇଛି । ପୂର୍ବରୁ ଆମେ ଆପଣଙ୍କୁ ଯେପରି କହିଥିଲୁ କି ସୀମା ହୈଦରକୁ ଫିଲ୍ମରେ କାମ କରିବା ପାଇଁ ମିଳିଥିଲା ଅଫର । ଆର୍ଥିକ ସମସ୍ୟା ଖବର ଚର୍ଚ୍ଚା ହେବା ପରେ ଉତରପ୍ରଦେଶ ନବ ନିର୍ମାଣସେନା ଅଧ୍ୟକ୍ଷ ଅମିତ ଜାନୀ ସୀମା ଓ ସଚିନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ହାତ ବଢାଇଥିଲେ ।


୍ଣହଲେ ଏବେ ଏ ଦୁହିଁଙ୍କୁ ନେଇ ଆଉ ଗୋଟିଏ ଖବର ସାମ୍ନାକୁ ଆସିଛି । ତେବେ ଏହାରି ଭିତରେ ମିଳିଛି ଚାକିରି ଅଫର । ଉଭୟଙ୍କୁ ମାସିକ ୫୦ହଜାର ଟଙ୍କା ଚାକିରି ଅଫର ଦେଇଛନ୍ତି ବ୍ୟବସାୟୀ । ଅର୍ଥାତ୍ ବର୍ଷକୁ ୬ ଲକ୍ଷ ଟଙ୍କା ମିଳିବ । ସୀମା ଓ ସଚିନଙ୍କୁ ସହାୟତାର ହାତ ବଢାଇଛନ୍ତି ଗୁୁଜୁରାଟର ଜଣେ ବ୍ୟବସାୟୀ । ସୋମବାର ରାତିରେ ସଚିନଙ୍କ ଘରେ ପହଞ୍ଚିଲା ୩ ପୃଷ୍ଠାର ଚିଠି । ଏହାକୁ ଖୋଲିବା ପୂର୍ବରୁ ସୀମାଙ୍କ ସୁରକ୍ଷାରେ ଥିବା ସିକ୍ୟୁରିଟି ଗାର୍ଡ ଚିଠିକୁ ଖୋଲିଥିଲେ । ଏଥିରେ ସୀମା ଓ ସଚିନଙ୍କ ଜଣେ ବ୍ୟବସାୟୀଙ୍କ ପକ୍ଷରୁ ଚାକିରି ଅଫର୍ ଥିଲା । ଆଗରୁ ସୀମାଙ୍କୁ ଫିଲ୍ମରେ ଅଭିନୟ ପାଇଁ ଅଫର ମିଳିଥିଲା। ସଚିନଙ୍କ ବାପା ନେତ୍ରପାଲ କହିଥିଲେ ଯେ, ଆମେ ଶ୍ରମିକ ଶ୍ରେଣୀର ଲୋକ ଯେଉଁମାନଙ୍କୁ ପ୍ରତ୍ୟେକ ଦିନ ରୋଜଗାର କରିବାକୁ ପଡ଼େ ପେଟ ପୋସିବାକୁ ପଡେ । କିନ୍ତୁ ତଦନ୍ତ ହେବା ଠାରୁ ପୋଲିସ ସେମାନଙ୍କୁ ଘରୁ ନଯିବାକୁ କହିଥିଲା । ସେବେଠାରୁ ସେମାନେ ରୋଜଗାର କରିବାକୁ ବାହାରକୁ ଯାଇପାରୁନାହାନ୍ତି । ଆଉ ଘରୁ ରାସନ ସରି ଗଲାଣି । ଆମେ କେମିତି ବଞ୍ଚିବୁ ବୋଲି ସେ କହିଛନ୍ତି । ସେପଟେ ସୀମା ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି ଯେ ତାଙ୍କ ଯୋଗୁ ତାଙ୍କ ସ୍ବାମୀଙ୍କ ପିତାମାତା ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେଥିରେ ସେ ଅତ୍ୟନ୍ତ ବିଚଳିତ। ସୀମା ହାଇଦରଙ୍କ ପବ୍‌ଜି, ପାକିସ୍ତାନ ଓ ସୀମାପାର୍ ପ୍ରେମ କାହାଣୀ ଏବେ ରୋଚକ ମୋଡ଼ । ସୀମା ହାଇଦର ପ୍ରେମିକା ନା ପାକିସ୍ତାନୀ ଏଜେଣ୍ଟ ? ତାହା ଏବେ ସବୁଠୁ ବଡ ପ୍ରଶ୍ନ । କଣ ସତରେ ପ୍ରେମ ପାଇଁ ସାତ ଦରିଆ ପାର ହୋଇ ଆସିଛନ୍ତି ସୀମା ନା ଆଉ କିଛି ତାହା ଏବେ ବଡ ପ୍ରଶ୍ନ ?

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ