25.4 C
Odisha
Saturday, May 18, 2024
spot_img

ଏବେ ବିଦେଶରୁ ଆଉ ଆସିବନି ଲାପଟପ୍ କି ଟାବଲେଟ୍‌

ଭାରତ ସରକାର ଲଗାତର ଭାବେ ମେକ ଇନ ଇଣ୍ଡିଆ ଉପରେ ଫୋକସ କରୁଛନ୍ତି । ଏହାକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ସେକ୍ଟରରେ ପିଏଲଆଇ ଯୋଜନା ମଧ୍ୟ ଲାଗୁ ହୋଇଛି । ହେଲେ ଏବେ ଭାରତ ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ । ସରକାର ଲାପଟପ, ଟାବଲେଟ, ଅଲ ଇନ ଓାନ ପର୍ସନାଲ କମ୍ପ୍ୟୁଟର, ଅଲଟ୍ରା ସ୍ମଲ ଫାର୍ମ ଫ୍ୟାକ୍ଟର କମ୍ପ୍ୟୁଟର ଓ ସର୍ଭର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହା ତତ୍କାଳ ପ୍ରଭାବରେ ଲାଗୁ ହେବ । ଏବେ ବିଦେଶରୁ ଏହି ଉତ୍ପାଦ ଭାରତକୁ ଆସିବନି । ଏହାର ଅର୍ଥ ଏବେଠାରୁ ଏହି ଉତ୍ପାଦଗୁଡ଼ିକ ଆଉ ବିଦେଶରୁ ଭାରତକୁ ଆସିବ ନାହିଁ । କୌଣସି ଉତ୍ପାଦର ଆମଦାନୀରେ ପ୍ରତିବନ୍ଧକ ଲାଗିବା ଅର୍ଥ ଏହା ଆଗାମୀ ଦିନରେ ଭାରତରେ ଆସିବାକୁ ହେଲେ ଲାଇସେନ୍ସ କିମ୍ବା ସରକାରୀ ଅନୁମତି ବାଧ୍ୟତାମୂଳକ ହେବ ।

ଗୁରୁବାର ଦିନ ଜାରି କରାଯାଇଥିବା ବିଜ୍ଞପ୍ତିରେ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) କହିଛି ଯେ ଅନୁସନ୍ଧାନ ଏବଂ ବିକାଶ, ପରୀକ୍ଷଣ, ବେଞ୍ଚମାର୍କିଂ, ମୂଲ୍ୟାଙ୍କନ, ମରାମତି ଏବଂ ଉତ୍ପାଦ ବିକାଶ ଉଦ୍ଦେଶ୍ୟରେ ଆମଦାନୀ କରାଯାଉଥିଲେ ଲାଇସେନ୍ସ କିମ୍ବା ସରକାରୀ ଅନୁମତି ଆବଶ୍ୟକ ନାହିଁ । ହେଲେ ଏଥିରେ ଏକ ସର୍ତ୍ତ ରହିଛି । ଏହି ସବୁ କାର୍ଯ୍ୟ ପାଇଁ ମାତ୍ର ୨୦ଟି ଆଇଟମ୍‌ ଭାରତକୁ ଆମଦାନୀ ହୋଇପାରିବ । ୨୦ରୁ ଅଧିକ ଆଇଟମ୍‌ ଆମଦାନୀ କରିବାକୁ ହେଲେ ସରକାରୀ ଅନୁମତି ନେବା ବାଧ୍ୟତାମୂଳକ ।

ତେବେ ଏହି ସବୁ ନିୟମର ମୂଳ ଉଦେଶ୍ୟ ହେଲା, ଚୀନ୍ ଭଳି ଦେଶରୁ ଆମଦାନୀ ହ୍ରାସ କରିବା । ବିଜ୍ଞପ୍ତିରେ କୁହାଯାଇଛି ଯେ ଲାପଟପ୍, ଟାବଲେଟ୍, ଅଲ-ଇନ୍-ୱାନ୍‌ ପର୍ସନାଲ କମ୍ପ୍ୟୁଟର ଏବଂ ସର୍ଭର ଆଦି ସାମଗ୍ରୀକୁ ତୁରନ୍ତ ‘ପ୍ରତିବନ୍ଧକ’ ଶ୍ରେଣୀରେ ରଖାଯାଇଛି ।

ବୈଧ ଲାଇସେନ୍ସ ଆଧାରରେ ହେବ ଆମଦାନୀ:
ଡିଜିଏଫଟି ବିଜ୍ଞପ୍ତିରେ କୁହାଯାଇଛି ଯେ ମାଇକ୍ରୋ କମ୍ପ୍ୟୁଟର, ବଡ଼ କମ୍ପ୍ୟୁଟର ଏବଂ କିଛି ଡାଟା ପ୍ରକ୍ରିୟାକରଣ ମେସିନ୍ ମଧ୍ୟ ଆମଦାନୀ ପ୍ରତିବନ୍ଧକ ବର୍ଗରେ ସ୍ଥାନିତ ହୋଇଛି । ବୈଧ ଲାଇସେନ୍ସ ଅନୁଯାୟୀ ଏହି ଉତ୍ପାଦଗୁଡିକର ଆମଦାନୀ ଅନୁମତି ଦିଆଯିବ ବୋଲି ଏଥିରେ କୁହାଯାଇଛି । ଏବେ ଏହି ପ୍ରତିବନ୍ଧକଗୁଡିକ ବ୍ୟାଗେଜ୍ ନିୟମ ଅନୁଯାୟୀ ଲାଗୁ ହେବ ନାହିଁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ