ଦର୍ଶକ ବନ୍ଧୁ ସରକାରୀ ଚାକିରୀ କାହାକୁ ଅବା ଦରକାର ନାହିଁ । ସମସ୍ତେ ଚାହାନ୍ତି ଖଣ୍ଡିଏ ସରକାରୀ କଲେ ଟେନ୍ସନ ଗଲା । କାରଣ ସରକାରୀ ଚାକିରୀରେ ଥାଏ ମୋଟା ଅଙ୍କର ଦରମା ସାଙ୍ଗକୁ ଅନ୍ୟାନ୍ୟ ପ୍ରକାର ସୁବିଧା ସୁଯୋଗ । ତେବେ ଆଣେ ଯୁବକ ସିଆରପିଏଫ ରେ ଯିବାକୁ ଭାରି ପସନ୍ଦ କରନ୍ତି । ଯେଉଁମାନେ ଏହି ଚାକିରୀ ଅପେକ୍ଷାରେ ଅଛନ୍ତି , ଆମେ ତାଙ୍କ ପାଇଁ ଏକଖୁଶି ଖବର ଆଣି ଦେଇଛୁ । ଯାହାଦ୍ୱାରା ସେମାନେ ଉପକୃତ ହୋଇପାରିବେ । ହଁ ଦର୍ଶକବନ୍ଧୁ, କର୍ମଚାରୀ ଚୟନ ଆୟୋଗ ପକ୍ଷରୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଚାହୁଁଥିବା ଆଶାୟୀଙ୍କ ପାଇଁ ବଡ ସୁଯୋଗ ଆଣିଛି ଭାରତୀୟ ସେନା । ଆପଣଙ୍କୁ ଜଣାଇ ରଖିବୁ କି , ସିଆରପିଏଫରେ ମୋଟ ୧.୩୦ ଲକ୍ଷ କନଷ୍ଟେବଲ ପଦବୀରେ ଭର୍ତ୍ତି ପାଇଁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା । ଅବଶ୍ୟ ବର୍ତମାନ ଆବେଦନ ପାଇଁ ଲିଙ୍କ ଉପଲବ୍ଧ ହୋଇନି । ମାତ୍ର ଖୁଵ ଶୀଘ୍ର ଏହା ଉପଲବ୍ଧ ହେବ ଆଶାୟୀ ଙ୍କ ପାଇଁ ।
ସିଆରପିଏଫରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଖୁବଶୀଘ୍ର ଅଫିସିଆଲ ଓ୍ବେବ୍ସାଇଟ୍ରେ ଆରମ୍ଭ ହେବ । ବର୍ତ୍ତମାନ ଏ ନେଇ କୌଣସି ନୋଟିଫିକେସନ୍ ଆସିନାହିଁ । ଆସନ୍ତା ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆଶାୟୀ ପ୍ରାର୍ଥୀ ssc.nic.inକୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ । ଗତ ମାସରେ ଏକ ଖବର ପ୍ରକାଶ ପାଇଥିଲା ଯେଉଁଥିରେ SSC ପକ୍ଷରୁ ଲକ୍ଷେ 30 ହଜାର ସିଆରପିଏଫ କନଷ୍ଟେବଲଙ୍କ ନିଯୁକ୍ତି ବାହାରିବା ନେଇ କୁହାଯାଇଥିଲା । ଯେଉଁଥିରେ ପୁରୁଷଙ୍କ ପାଇଁ ୧ ଲକ୍ଷ ୨୫ ହଜାର ୨୬୨ ପଦବୀ ଏବଂ ମହିଳାଙ୍କ ପାଇଁ ୪୬୬୭ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ବାହାରିବ । ଚୟନ ହେବାକୁ ଥିବା ପ୍ରାର୍ଥୀଙ୍କୁ ଲେବଲ-୩ ବେତନ ମେଟ୍ରିକ୍ସ ଅନୁଯାୟୀ ମିଳିବ । ଏହି ହିସାବରେ ସେମାନଙ୍କୁ ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ମିଳିବ । ଏହା ସହିତ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ । ଯାହାର ଲାଭ ଉଠାଇପାରିବେ ପ୍ରାର୍ଥୀ ।
ଏହି ପଦବୀ ପାଇଁ ଯଦି ବୟସ ସୀମା ଓ ଯୋଗ୍ୟତା ବିଷୟରେ କହିବା ତେବେ ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହା ଠାରୁ ଅଧିକ ବୟସ୍କ ପ୍ରାର୍ଥୀ ଆବେଦନ କରିପାରିବେ ନାହିଁ । କିନ୍ତୁ ଆରକ୍ଷଣ ବର୍ଗଙ୍କ ପାଇଁ ବୟସ ସୀମାରେ କୋହଳ କରାଯିବ । ସିଆରପିଏଫ କନଷ୍ଟେବଲ ପୋଷ୍ଟ ପାଇଁ ଜଣେ ପ୍ରାର୍ଥୀ ଅନ୍ୟୁନ ଦଶମ ପାସ୍ କରିଥିବା ଆବଶ୍ୟକ । ମାଟ୍ରିକ କିମ୍ବା ତତୁର୍ଦ୍ଧ୍ବ ପାସ୍ ଆଶାୟୀ ମଧ୍ୟ ଆବେଦନ କରିପାରିବେ ।
କେମିତି କରିବେ ଆବେଦନ ଆସନ୍ତୁ ଜାଣିବା ?
ସର୍ବପ୍ରଥମେ ଦିଆଯାଇଥିବା ଅଧିକାରୀକ ଓ୍ବେବ୍ସାଇଟ୍କୁ ଯିବାକୁ ହେବ
ଏହା ପରେ ନିଯୁକ୍ତି ଲିଙ୍କ ଉପରେ କରିବେ କ୍ଲିକ୍
ବ୍ୟକ୍ତିଗତ ପରିଚୟ ଦେଇ ସବମିଟ୍ କରିବାକୁ ହେବ
ପରେ ସିଆରପିଏଫର ଫର୍ମ ପୂରଣ କରିବା ସହ ଆବଶ୍ୟକୀୟ ଦସ୍ତାବିଜ୍ ଦାଖଲ କରିବା ସହ ଜମା କରିବାକୁ ହେବ ଫିସ୍
ଏହା ପରେ ଫର୍ମର ଏକ କପି ଡାଉନଲୋଡ୍ କରି ନିଜ ପାଖରେ ରଖିବେ
ଏମିତି ଉପାୟରେ ଆପଣ ଆବେଦନ କରିପାରିବେ । ଆଉ ପାଇଁ ପାରିବେ ଗୋଟିଏ ଭଲ ଚାକିରୀ । ତାହାଲେ ନୋଟିଫିକେସନ ବାହାରିବା ଯାଏଁ ଆମ ଚ୍ୟାନେଲ ସହ ଯୋଡି ହୋଇ ରୁହନ୍ତୁ । ଯେଉଁଥିରୁ ଆପଣ ଚାକିରୀ ସମ୍ଭନ୍ଧିୟ ଖବର ଜାଣିପାରିବେ ।

