31.9 C
Odisha
Thursday, April 16, 2026

ଖୁବଶୀଘ୍ର ହେବ ଛାଡପତ୍ର !

ଦର୍ଶକବନ୍ଧୁ ଓଲିଉଡର ଦୁଇ ଷ୍ଟାର କଳାକାର ହେଉଛନ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନେକ ସୁପରହିଟ ଫିଲ୍ମ । ତାଙ୍କର ରହିଛନ୍ତି ଲକ୍ଷ ଲକ୍ଷ ଫ୍ୟାନ ଆଉ ଫଲୋଅର୍ସ । ହେଲେ ଗତ କିଛି ବର୍ଷ ହେବ ସେ ରହିଆସୁଛନ୍ତି ଲାଇମଲାଇଟରେ । କାରଣ ପରିବାରିକ ବିବାଦ ତାଙ୍କର ପିଛା ଛାଡୁନି କି ଏହାର ହୋଇପାରିନାହିଁ କିଚି ସମାଧାନ । ହେଲେ ଏବେ ଅନୁଭବ-ଵର୍ଷା ଛାଡ଼ପତ୍ର ମାମଲାର ଚୂଡ଼ାନ୍ତ ଜେରା କଟକ ପରିବାର ଅଦାଲତରେ ଶେଷ ହୋଇଛି। ସୋମବାର ବାକି ରହିଥିବା ବର୍ଷା ପ୍ରିୟଦର୍ଶିନିଙ୍କୁ ଜେରା ଶେଷ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କୁ ଆଜି ଦୁଇଟି ପର‌୍ୟ୍ୟାୟରେ ଜେରା କରିଥିଲେ ଅନୁଭବଙ୍କ ଓକିଲ।

ଦୁଇ ଘଣ୍ଟା ମଧ୍ୟରେ ବର୍ଷାଙ୍କୁ ୧୮୫ଟି ପ୍ରଶ୍ନର ପଚରାଯାଇଥିଲା। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର‌୍ୟ୍ୟ ହୋଇନାହିଁ। ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବଙ୍କ କଟକ ପରିବାର ଅଦଲତରେ ଅନୁଭବ ଆବେଦନ କରିଥିବା ବେଳେ ଏହା ବିଳମ୍ବିତ ହେଉଥିବା ଦର୍ଶାଇ ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଏହି ମାମଲାର ଶୁଣାଣି କରି କୋର୍ଟ ଜୁଲାଇ ୩୧ ସୁଦ୍ଧା ଜେରା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏହା ସହ ତିନି ମାସ ସୁଦ୍ଧା ଅର୍ଥାତ ଆସନ୍ତା ଅକ୍ଟୋବର ୩୧ ତାରିଖ ସୁଦ୍ଧା ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ସେପଟେ ଦିର୍ଘ ଦିନର ବ୍ୟବଧାନ ପରେ ଛାଡପତ୍ର ମାମଲାରେ ଅନୁଭବ ଆଜି ଗଣମାଧ୍ୟମ ସମ୍ନାରେ ମୁହଁ ଖୋଲିଛନ୍ତି। ବର୍ଷାଙ୍କ ନାଁ ନ ନେଇ କହିଛନ୍ତି କି ସିଏ ଯାହା ସହିତ ଓ ଯେଉଁଠି ରହିବାକୁ ଚାହାଁନ୍ତି ଖୁସିରେ ରୁହନ୍ତୁ। ମୁଁ ବି ମୋ ଜୀବନରେ ଆଗକୁ ବଢ଼ିବା ପାଇଁ ଚାହୁଁଛି। ବିଶେଷ କରି ତାଙ୍କ ଜାଗୃତି ଶୁକ୍ଳାଙ୍କ ତାଙ୍କ ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚାର ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ ଅନୁଭବ।

ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ପୂରା ଅଲଗା ହୋଇଯିବେ। ଛାଡ଼ପତ୍ର ମାମଲାରେ ଅନ୍ତ ହେବାକୁ ଯାଉଛି। ସୋମବାର ହୋଇଛି ଉଭୟଙ୍କ ମଧ୍ୟରେ ଶେଷ ଜେରା। ଅନୁଭବ ଏବଂ ବର୍ଷାଙ୍କୁ ଆଉ ଜେରା କରାଯିବ ନାହିଁ।

ଏବେ ଖାଲି କୋର୍ଟ ତାଙ୍କର ରାୟ ଶୁଣାଇବେ। ଛାଡ଼ପତ୍ର ମାମଲାରେ ଫାଇନାଲ ରେଜଲ୍ଟ ବାହାରିବାକୁ ଯାଉଛି। ଦୁହିଁଙ୍କୁ ଆଉ ପାରିବାରିକ ମାମଲା ନେଇ କୋର୍ଟକୁ ଆସିବାକୁ ପଡ଼ିବ ନାହିଁ। କାରଣ ଜୁଲାଇ ୩୧ ସୁଧା ଶୁଣାଣି ସାରିବାକୁ ହାଇକୋର୍ଟ ନିଷ୍ପତ୍ତି ଦେଇଥିବା ବେଳେ ଅକ୍ଟୋବର ୧୩ ସୁଧା ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଠିକ ୩୧ ଜୁଲାଇରେ ଉଭୟଙ୍କର ଜେରା ଶେଷ ହୋଇଛି।

ପ୍ରକାଶ ଥାଉକି ଏହା ଏମିତି ଗୋଟିଏ ପାରିବାରିକ ମାମଲା ଯାହା ସମାଧାନ ହେବାର ନାଁହିଁ ନେଉନଥିଲା। କିନ୍ତୁ ଏବେ ସମାଧାନ ହେବାକୁ ଯାଉଛି ଛାଡ଼ପତ୍ର ମାମଲା। ଉଭୟ ଏବେ ଉଭୟଙ୍କ ଠାରୁ ଆଇନଗତ ଭାବରେ ଅଲଗା ହୋଇପାରିବେ।

ଦୁହିଁଙ୍କର ଦୁହିଁଙ୍କ ଉପରେ କୌଣସି ଅଧିକାର ରହିବ ନାହିଁ। ଯଦି ଦେଖିବା ଏହାର ପୂର୍ବ ଶୁଣାଣିରେ ଅନୁଭବ ଏବଂ ବର୍ଷାଙ୍କ ଉପରେ ହାଇକୋର୍ଟ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। କୋର୍ଟ କହିଥିଲେକି ୩ ମାସ ଭିତରେ ମାମଲାର ଶୁଣାଣିକୁ ଶେଷ କରାଯାଉ ଏବଂ ସପ୍ତାହ ମଧ୍ୟରେ କୋର୍ଟ ଜେରା ପ୍ରକ୍ରିୟାକୁ ଶେଷ କରାଯାଉ।

ନିର୍ଦ୍ଦେଶ ଅନୁଯାଇ ଏବେ ଜେରା ଶେଷ ହୋଇଛି। ଖାଲି ଶୁଣାଣି ବାକି ରହିଛି। ଅକ୍ଟୋବର ମାସରେ ଉଭୟଙ୍କର ଛାଡ଼ପତ୍ର ଶୁଣାଣି ମଧ୍ୟ ଶେଷ ହୋଇଯିବ ବୋଲି ଆଶା ପ୍ରକଟ କରାଯାଇଛି।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ