33.6 C
Odisha
Saturday, March 7, 2026

ଜରି ଗୋଟାଳିରୁ କୋଟିପତି

ଦର୍ଶକ ବନ୍ଧୁ ଧନୀ ହେବାକୁ କିଏ ଅବା ନ ଚାହେଁ । ସେଥିପାଇଁ ସମସ୍ତେ କରନ୍ତି ଅନେକ କଠିନ ପରିଶ୍ରମ । ଝାଳ ବୁହାଇ ଯେତେ କାମ କଲେଣି ସହଜ କଥା ନୁହେଁ କିଛି ଦିନ ରେ ଧନୀ ଲୋକ ହେବା । ହେଲେ ଟିକିଏ ଭାବନ୍ତୁ ଯଦି ଭାଗ୍ୟ ଆପଣଙ୍କ ସାଥ ଦେବ, ତେବେ ସବୁ ସମ୍ଭବ ହୋଇପାରିବ । ଏହା ବାସ୍ତବିକ୍ କଥା ମଧ୍ୟ ।
ତେବେ ଆପଣ ତ ଅନେକ ସମୟରେ ଲଟେରୀ କଥା ଶୁଣିଥିବେ । ଲଟେରୀ ସମସ୍ତଙ୍କ ଭାଗ୍ୟ ଖୋଲିଦିଏ । ଏମିତି ଅନେକ ଖବର ସୋସିଆଲ ମିଡିଆରେ ଭର୍ତି ହୋଇ ରହିଛି । ସର୍ଚ୍ଚ କରିବା ମାତ୍ରେ ସାମ୍ନାକୁ ଆସିଯିବ ଏ ସମ୍ପର୍କିତ ଖବର । ନିକଟରେ କେରଳ ରୁ ବି ଏମିତି ଏକ ଖବର ଆସିଚି । ଜରି କାଗଜ ଗୋଟାଉଥିବା ମହିଳା ହୋଇଯାଇଛନ୍ତି କୋଟିପତି । ଯଦି ବିଶ୍ୱାସ ହେଉନି, ତେବେ ଶେଷ ଯାଏଁ ଦେଖନ୍ତୁ ଭିଡିଓ ଟିକୁ ।

ଆପଣ ବି କୋଟିପତି ହୋଇପାରିବେ । ଏଥିଲାଗି ଭାଗ୍ୟ ସାଥ୍ ଦେବା ଦରକାର । ଆଜ୍ଞା ହଁ ! ଲଟେରୀ ଖୋଲିଦେଇଛି ୧୧ ମହିଳାଙ୍କ ଭାଗ୍ୟ । ରାତାରାତି ପାଲଟି ଯାଇଛନ୍ତି କୋଟିପତି । ମାତ୍ର ୨୫୦ ଟଙ୍କାର ଲଟେରୀ କିଣି ଜିତିଛନ୍ତି ୧୦ କୋଟି ଟଙ୍କା । ଏମିତି ଏକ ଖବର ଆସିଛି କେରଳରୁ । ମଲାପୁରମର ପାରାପାନଙ୍ଗଡି ପୌରପାଳିକାରେ କାମକରନ୍ତି ଏହି ୧୧ ଜଣ ଗରିବ ମହିଳା । ନିଜର ଗୁଜୁରାଣ ମେଣ୍ଟାଇବାକୁ ପୌରପାଳିକା ଅଧିନରେ ସଫେଇ କାର‌୍ୟ୍ୟ କରନ୍ତି । ହେଲେ ସେଠାରେ ଏକ ଲଟେରୀ ଲାଗିଥିବା ବେଳେ ଏଥିରେ ଅଂଶଗ୍ରହଣ କରିବାକୁ ଚିନ୍ତା କରିଥିଲେ ଏହି ମହିଳା । ଲଟେରୀ ଟିକେଟ୍ ୨୫୦ ଟଙ୍କା ଥିବାବେଳେ ଏହା କିଣିବା ପାଇଁ ସେମାନଙ୍କ ପାଖରେ ନଥିଲା ଟଙ୍କା । ପରେ ସମସ୍ତେ ମିଶି ଗୋଟିଏ ଟିକେଟ୍ କିଣିଥିଲେ । ତା ଭିତରୁ ବି ୨ ଜଣଙ୍କ ଅବସ୍ଥା ଏମିତି ଥିଲା ଯେ ୨୫ ଟଙ୍କା ଦେବା ପାଇଁ ସକ୍ଷମ ନଥିଲେ । ସେମାନେ ୧୨ ଟଙ୍କା ୫୦ ପଇସା ଲେଖାଏଁ ଦେଇଥିଲେ । ପରେ ସମସ୍ତଙ୍କ ଟଙ୍କା ଏକାଠି କରି ଲଟେରୀ ଟିକେଟ୍ କିଣିଥିଲେ । ମହିଳାମାନଙ୍କ ଏମିତି କାମରେ ଲୋକେ ହସିବା ସହ ଥଟ୍ଟା ପରିହାସ କରିଥିଲେ । କିନ୍ତୁ ଆଜି ସମସ୍ତେ ଚକ୍କିତ । ସେମାନଙ୍କ ଆଗରେ ଏହି ୧୧ ମହିଳା ଏବେ କୋଟିପତି । ଲଟେରୀ ଜିତି ମହିଳାମାନଙ୍କ ଖୁସି ଏବେ କହିଲେ ନସରେ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ