25.9 C
Odisha
Saturday, March 7, 2026

ମାଗଣା ଟମାଟୋ ଦେଉଛନ୍ତି ଅଟୋ ଡ୍ରାଇଭର

ଦର୍ଶକ ବନ୍ଧୁ ଏବେ ଟମାଟୋ ଦର ଯାହା ହେଲାଣି ତା ନାଁ ନ ନେବା ହିଁ ଭଲ । କାରଣ ଏବେ ବଜାରରେ ୧୦୦ ଉପରେ ଟମାଟୋ ର ଦାମ । ଏମିତିକି ଅନ୍ୟ ପନିପରିବାର ଦାମ ବି ଆକାଶ ଛୁଆଁ । ଏମିତିରେ ଭାରତୀୟମାନଙ୍କ ରୋଷେଇ ଘରର ଏକ ମୁଖ୍ୟ ପରିବା ହେଉଛି ଟମାଟୋ । ସମସ୍ତେ ଜାଣିଥିବେ ବର୍ତ୍ତମାନ ଟମାଟୋର ମୂଲ୍ୟ ଖୁବ୍ ଅଧିକ ରହିଛି । ସେଥିପାଇଁ ଖାଉଟିଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡିଛି । ଅନେକ ଲୋକ ନିଜ ରୋଷେଇଶାଳରୁ ଟମାଟୋକୁ ଦୁରେଇଥିବା ସମୟରେ ଆଉ କିଛି ବ୍ୟକ୍ତି ଖୁବ୍ କମ କିଣିବାକୁ ବାଧ୍ୟ ହେଉଛନ୍ତି । ପ୍ରତିବଦଳରେ ସମସ୍ତେ କ୍ୟାଚଅପ୍ ଖାଇବାକୁ ବା ବ୍ୟବହାର କରିବାକୁ ଚିନ୍ତା କରୁଛନ୍ତି । ବ୍ୟବସାୟୀମାନେ କେବଳ ସେମାନଙ୍କ ପ୍ରତିଯୋଗୀମାନଙ୍କ ମଧ୍ୟରେ ଛିଡା ହେବା ପାଇଁ ଭିନ୍ନ ଭିନ୍ନ ଉପାୟ ଗ୍ରହଣ କରିନାହାଁନ୍ତି, ବରଂ ଛୋଟ ବ୍ୟବସାୟୀମାନେ ମାଗଣା ଟମାଟୋ ଦେଇ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନନ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଲୋକମାନେ ଏହି ପନିପରିବା କିଣିବା ପାଇଁ ବହୁ ଚିନ୍ତା କରୁଥିବାବେଳେ ଚଣ୍ଡିଗଡ଼ର ଜଣେ ଅଟୋ-ରିକ୍ସା ଡ୍ରାଇଭର ମାଗଣାରେ ଟମାଟୋ ଦେଉଛନ୍ତି, କିନ୍ତୁ ଏଥିପାଇଁ କିଛି ସର୍ତ୍ତ ଲାଗୁ କରିଛନ୍ତି । ଚଣ୍ଡିଗଡ଼ର ଏହି ନିର୍ଦ୍ଦିଷ୍ଟ ଅଟୋ-ରିକ୍ସା ଡ୍ରାଇଭର ଯିଏ ତାଙ୍କ ରିକ୍ସାରେ ଚଢ଼େ, ତାଙ୍କୁ ଏକ କିଲୋଗ୍ରାମ ମାଗଣା ଟମାଟୋ ଦେଉଛନ୍ତି । କିନ୍ତୁ ଏହି ଅଫର ରହିଛି ଟିକିଏ ଖାସ ରହିଛି । ତାହା ହେଲା ଯେଉଁମାନେ ପ୍ରଥମ ପାଞ୍ଚଟି ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ପ୍ରଯୁଜ୍ୟ । କେବଳ ଏତିକି ନୁହେଁ, ଅରୁଣ ଗତ ୧୨ବର୍ଷ ଧରି ଭାରତୀୟ ସେନାର ସୈନିକମାନଙ୍କୁ ମାଗଣା ଅଟୋ-ରିକ୍ସା ରାଇଡ୍ ମଧ୍ୟ ପ୍ରଦାନ କରୁଛନ୍ତି । ଏଥିସହ ଗର୍ଭବତୀଙ୍କୁ ତାଙ୍କ ଦ୍ୱାରା ଡାକ୍ତରଖାନା କୁ ମାଗଣା ପରିବହନ ଯୋଗାଇ ଦିଆଯାଉଛି ।

“ଏହା ମୋର ଆୟର ଉତ୍ସ ଓ ଏକମାତ୍ର ଉପାୟ ଯାହା ମାଧ୍ୟମରେ ମୁଁ ରୋଜଗାର କରେ। କିନ୍ତୁ ଏଭଳି ସେବା ଯୋଗାଇବା ଦ୍ୱାରା ଏହା ତାଙ୍କୁ ବହୁତ ସନ୍ତୁଷ୍ଟ ଦେଇଥାଏ । ଏହା ସହିତ ସେ ଆହୁରି ମଧ୍ୟ ଘୋଷଣା କରିଛନ୍ତି, ଯଦି ଭାରତ ଅକ୍ଟୋବରରେ ପାକିସ୍ତାନ ସହିତ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍ ଜିତିବ ତେବେ ସେ ଚଣ୍ଡିଗଡ ରେ ମାଗଣା ରିକ୍ସା ରାଇଡ୍ ଯୋଗାଇବେ। ନିକଟରେ ପଞ୍ଜାବ ର ଗୁରୁଦାସପୁରର ଏକ ଜୋତା ଦୋକାନର ମାଲିକ ଘୋଷଣା କରିଥିଲେ କି ଯଦି ତାଙ୍କ ଦୋକାନରୁ ଗ୍ରାହକ ଜୋତା କିଣନ୍ତି ତେବେ ଗ୍ରାହକଙ୍କୁ ୨ କିଲୋଗ୍ରାମ ଟମାଟୋ ମାଗଣାରେ ସେ ଦେବେ । ସ୍ୱତନ୍ତ୍ର ବିକ୍ରୟ ଅଫର ଅନୁଯାୟୀ, ଯଦି ଗ୍ରାହକମାନେ ୧୦୦୦ ରୁ ୧୫୦୦ ଟଙ୍କା ମଧ୍ୟରେ ଜୋତା କିଣନ୍ତି, ତେବେ ସେମାନେ ୨ କିଲୋଗ୍ରାମ ଟମାଟୋ ମାଗଣାରେ ପାଇବାକୁ ଯୋଗ୍ୟ ଅଟନ୍ତି ।

ସେହିପରି ମଧ୍ୟପ୍ରଦେଶରେ ଜଣେ ଦୋକାନୀ ତାଙ୍କ ଦୋକାନରୁ ସ୍ମାର୍ଟଫୋନ୍ କିଣୁଥିବା ଲୋକଙ୍କୁ ମାଗଣା ଟମାଟୋ ଦେଉଛନ୍ତି । ଖୁଚୁରା ଗ୍ରାହକଙ୍କୁ ଆଶ୍ୱସ୍ତି କରିବା ପାଇଁ କେନ୍ଦ୍ର ଦିଲ୍ଲୀ-ଏନସିଆର, ପାଟନା ଓ ଲକ୍ଷ୍ନୌ ପରି କେତେକ ସହରରେ କିଲୋଗ୍ରାମ ପିଛା ୮୦ ଟଙ୍କା ରିହାତିରେ ଟମାଟୋ ବିକ୍ରି କରୁଛି ।


କହିରଖିବୁ କି , ମହଙ୍ଗା ଟମାଟୋ ସହ ସଂଘର୍ଷ କରୁଥିବା କାନପୁର ସହରବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଭାରତୀୟ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀ ସଂଘ ଦ୍ୱାରା ଟମାଟୋ ଶସ୍ତା ମୂଲ୍ୟରେ ବିକ୍ରି କରାଯାଇଥିଲା। ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ସହରର ୧୦ ସ୍ଥାନରେ ଟମାଟୋ କିଲୋଗ୍ରାମ ପିଛା ୮୦ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିଲା। ଗୋଟିଏ ଦିନରେ ପ୍ରାୟ ୩୦୦୦ କିଲୋଗ୍ରାମ ଟମାଟୋ ବିକ୍ରି ହୋଇଥିବାର କୁହାଯାଉଛି। ରବିବାର ମଧ୍ୟାହ୍ନ ସମୟରେ ନବୀନ ବଜାରରୁ ୧୦ ମୋବାଇଲ୍ ଭ୍ୟାନ ପଠାଯାଇଥିଲା। ଯାହାକୁ ବିଜେପି ନେତା ତଥା ବ୍ୟବସାୟୀ ସଂଘ ସଦସ୍ୟ ମୁକୁନ୍ଦ ମିଶ୍ର ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲେ। ଟମାଟୋ ମୂଲ୍ୟ ଆକାଶଛୁଆଁ ହେବା ପରେ କେନ୍ଦ୍ର ସରକାର ଗତ ଜୁନ ୩୦ ତାରିଖରେ ଟମାଟୋ ଗ୍ରାଣ୍ଡ ଚ୍ୟାଲେଞ୍ଜ ହ୍ୟାକଥନ୍ ଘୋଷଣା କରିଥିଲେ। ଯେଉଁଠାରେ ଟମାଟୋ ମୂଲ୍ୟ ହ୍ରାସ କରିବା ପାଇଁ ଲୋକଙ୍କ ପାଖରୁ ଆଇଡ଼ିଆ ମଗାଯାଉଛି। ଟମାଟୋ ସଂରକ୍ଷଣ ଏବଂ ମୂଲ୍ୟ ନିର୍ଦ୍ଧାରଣରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗ ଜଗତ ସହ ଜଡ଼ିତ ଲୋକଙ୍କ ବିଚାର ମଗାଯାଇଥିଲା। ତେବେ ଦର୍ଶକ ବନ୍ଧୁ ଟମାଟୋ କିଣିବା ପାଇଁ ଦୋକାନୀଙ୍କ ଏଭଳି ଅଭିନବ ଉପାୟ ଠିକ ନା ଭୁଲ, ଆପଣଙ୍କ ମତାମତ ଆମ ସହ ନିଶ୍ଚୟ ସେୟାର କରନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ