33.6 C
Odisha
Saturday, March 7, 2026

ଦଶମ ପାସ୍ କରିଥିଲେ ରେଳବାଇରେ ଚାକିରୀ

ଦର୍ଶକ ବନ୍ଧୁ ସରକାରୀ ଚାକିରୀ କରିବାକୁ କିଏ ଅବା ନାଚାହାନ୍ତି । ବିନା କଷ୍ଟରେ ଯଦି ଚାକିରୀ ଖଣ୍ଡେ ମିଳିଯାଉଛି ଆଜିକାଲିର ଯୁବପିଢିଙ୍କ ପାଇଁ ଏହା ବହୁତ ବଡ କଥା । ଅନ୍ୟପଟେ ଆଉ କିଛି ଛାତ୍ର ଛାତ୍ରୀ ଏମିତି ବି ଅଛନ୍ତି , ଯେଉଁମାନେ କଠିନ ପରିଶ୍ରମ ପରେ ବି ଚାକିରୀ ଖଣ୍ଡେ ପାଉନାହାନ୍ତି । ହେଲେ ଏବେ ଆଉ ଚିନ୍ତ କରିବା ଦରକାର ନାହିଁ । କାରଣ ରେଳ ବିଭାଗରେ ଚାକିରୀ କରିବା କୁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆମେ ଏକ ଖୁଶି ଖବର ଆଣିଛୁ । ଯଦି ଆପଣ ଦଶମ ପାସ ବି କରିଥାନ୍ତି ଏହି ଚାକିରୀ ପାଇଁ ଆବେଦନ କରିପାରିବେ ।
ରେଲୱେ ଆର ଆର ସି ଏନ ଇ ଆର ଗୋରଖପୁର ଅପରେଟିଙ୍ଗସ ୨୦୨୩ରେ ନିଯୁକ୍ତି ପାଇଁ ଇଛୁକ ରଖୁଥିବା କିମ୍ବା ଆଶାୟୀ ଙ୍କ ପାଇଁ ଆଣିଛି ବିଜ୍ଞପ୍ତି । ତାହେଲେ କେଉଁ ସବୁ ପଦବୀରେ ହେବ ନିଯୁକ୍ତି ଆସନ୍ତୁ ଜାଣିବା ?
ମେକାନିକାଲ୍ ଓ୍ବାର୍କସପ୍ (ଗୋରଖପୁର), ସିଗନାଲ୍ ଓ୍ବାର୍କସପ୍ (ଗୋରଖପୁର କ୍ୟାଣ୍ଟନମେଣ୍ଟ), ବ୍ରିଜ୍ ଓ୍ବାର୍କସପ୍ (ଗୋରଖପୁର କ୍ୟାଣ୍ଟନମେଣ୍ଟ), ମେକାନିକାଲ୍ ଓ୍ବାର୍କସପ୍‌, ଡିଜେଲ ଶେଡ୍ (ଇଜାଜତ୍ନଗର), ଗାଡି ଏବଂ ୱାଗନ୍ (ଇଜାଜତ ନାଗର) । , ଗାଡି ଏବଂ ୱାଗନ୍ (ଲକ୍ଷ୍ନୗ ଜଙ୍କ୍‌ସନ୍‌), ଡିଜେଲ୍ ଶେଡ୍ (ଗୋଣ୍ଡା), ୱାଗନ୍ (ବାରାଣାସୀ) ।
ମୋଟ ୧୧୦୪ଟି ଆକ୍ଟ ଆପ୍ରେଣ୍ଟିସ୍ ପୋଷ୍ଟଗୁଡିକରେ ନଯୁକ୍ତି ହେବ । ଏହି ପୋଷ୍ଟଗୁଡିକ ବିଭିନ୍ନ ବାଣିଜ୍ୟରେ ପୂର୍ଣ୍ଣ ହେବ । ଫିଟର, ୱେଲଡର, ଇଲେକ୍ଟ୍ରିସିଆନ, କାର୍ପେଟର, ମେସିନଷ୍ଟ, ଟର୍ନର, ମେକାନିକ ଡିଜେଲ, ଟ୍ରାଇମର୍ ଭଳି ବ୍ୟବସାୟରେ ଖାଲି ପଦବୀ ମଧ୍ୟ ରହିଛି ।
ତାହେଲେ ଏ ସବୁ ପଦବୀ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା କଣ ରହିଛି ଆସନ୍ତୁ ଜାଣିବା ।

ଯଦି ଆପଣ ଏଥିପାଇଁ ଆବେଦନ କରିବାକୁ ଚାହାନ୍ତି, ତେବେ ୫୦% ମାର୍କ ସହିତ ଦଶମ ଶ୍ରେଣୀରେ ପାସ୍ ମଧ୍ୟ କରିବା ଦରକାର । ଯଦି ବୟସ କଥା କହିବା ତେବେ ପ୍ରାର୍ଥୀଙ୍କ ବୟସ ୧୫ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ୍ । ଜଣାଇ ରଖିବୁ ଯେ, ମାଟ୍ରିକ୍ ଓ ଆଇଟିଆଇ ପରୀକ୍ଷାରେ ମିଳିଥିବା ମାର୍କ ଉପରେ ଆଧାର କରି ଚୟନ କରାଯିବ । ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିବାକୁ ୧୦୦ ଟଙ୍କା ଦେବାକୁ ପଡିବ । ଏସସି, ଏସଟି, ଭିନ୍ନକ୍ଷମ, ଇଡବ୍ଲୁଏସ୍, ମହିଳା ପ୍ରାର୍ଥୀଙ୍କୁ ଫି ଛାଡ କରାଯାଇଛି ।

ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ ଅଗଷ୍ଟ ୦୨, ୨୦୨୩ ଭାବରେ ଉଲ୍ଲେଖ କରାଯାଇଛି । ସମ୍ପୂର୍ଣ୍ଣ ବିବରଣୀ ପାଇଁ ଆପଣ ଗୋରଖପୁର ରେଲୱେ ର ୱେବସାଇଟ୍ ଭିଜିଟ କରିପାରିବେ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ