33.6 C
Odisha
Saturday, March 7, 2026

‘ବାଦଶାହା’ ଉପାଧି ହରାଇଲେ ଶାହାରୁଖ

ଲଗାତାର ଦୁଇଟି ରିଲିଜ୍ ‘ଜୀ କରଦା’ ଓ ‘ଲଷ୍ଟ ଷ୍ଟୋରୀ ୨’ ସହିତ ତମନ୍ନା ଭାଟିଆ କିଛି ଦିନ ଧରି ଲାଇମ୍ ଲାଇଟରେ ରହିଆସିଛନ୍ତି । ନିକଟରେ ତମନ୍ନାଙ୍କ ତାମିଲ ଫିଲ୍ମ ଜେଲରର ଗୀତ ‘କାଭାଲା ରିଲିଜ ହୋଇଛି ଓ ଏହାକୁ ବହୁତ ପସନ୍ଦ କରୁଛନ୍ତି ସିନେପ୍ରେମୀ । ଇନଷ୍ଟାଗ୍ରାମରେ ଜବରଦସ୍ତ ଭାବେ ରିଲ୍ ତିଆରି କରାଯାଉଛି । ଏହିପରି, ସେ ଅପାର ଲୋକପ୍ରିୟତା ହାସଲ କରିଛନ୍ତି । ରଜନୀକାନ୍ତ ଏହି ଗୀତରେ ତମନ୍ନାଙ୍କ ସହ ନଜର ଆସିଛନ୍ତି । ଏହି ଗୀତରେ ତାଙ୍କ ଡ୍ୟାନ୍ସକୁ ଯେତିକି ପସନ୍ଦ କରାଯାଇଥିଲା, ରଜନୀକାନ୍ତଙ୍କୁ ମଧ୍ୟ ସେତିକି ପ୍ରଶଂସା କରାଯାଇଛି । ଏବେ ତମନ୍ନା ହାସଲ କରିଛନ୍ତି ଆଉ ଏକ ଉପଲବ୍ଧି । କାରଣ ସେ ନିକଟରେ ଆଇଏମଡି ର ଲୋକପ୍ରିୟ ଭାରତୀୟ ସେଲିବ୍ରିଟି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।
ଲୋକପ୍ରିୟ ଭାରତୀୟ ସେଲିବ୍ରିଟି ତାଲିକାରେ ତମନ୍ନା ଭାଟିଆ ‘ବଲିଉଡର କିଙ୍ଗ ଖାନ’ ଶାହାରୁଖ ଖାନଙ୍କୁ ପଠାଇ ଦେଇଛନ୍ତି ଦୁଇ ନମ୍ବର କୁ । ଏହି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିବା ପାଇଁ ତମନ୍ନା ମୃଣାଳ ଠାକୁର, କିଆରା ଆଡଭାନୀ, ରାମ ଚରଣ, ରଣଭୀର ସିଂ ଓ ତଲପତି ବିଜୟଙ୍କ ସମେତ ଅନ୍ୟ କଳାକାରଙ୍କୁ ବି ପକାଇଛନ୍ତି ପଛରେ । ଏହିପରି ଭାବରେ ସେ ନିଜର ସିଂହାସନ ହାସଲ କରିଛନ୍ତି ।
ସେ ଯାହା ବି ହେଉ ନା କାହିଁକି କହିବାକୁ ଗଲେ, ତମନ୍ନା କିଛି ସମୟ ଧରି ଓଟିଟି ରେ ଆକ୍ଟିଭ ରହିଛନ୍ତି । ତାଙ୍କର ଅନେକ ଚଳଚ୍ଚିତ୍ର ଓଟିଟି ରେ ରିଲିଜ୍ ହୋଇଥିଲା । ଯାହାକୁ କାଫି ମାତ୍ରାରେ ପସନ୍ଦ କରିଥିଲେ ତାଙ୍କ ଫ୍ୟାନ୍ସ । ତମନ୍ନା ଭାଟିଆଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରଗୁଡ଼ିକର ତାଲିକା ବହୁତ ଲମ୍ବା । ସେ ମାଲାୟାଲମ୍ ଚଳଚ୍ଚିତ୍ର ବାନ୍ଦ୍ରା, ତାମିଲ ଫିଲ୍ମ ଜେଲର ଓ ଅରନମନଇ ୪ ଏବଂ ତେଲୁଗୁ ଭୋଲା ଶଙ୍କରରେ ନଜର ଆସିବେ । ତେବେ ତମନାଙ୍କୁ ଭୋଲା ଶଙ୍କରରେ ଚିରଞ୍ଜୀବୀ ଏବଂ କିର୍ତ୍ତୀ ସୁରେଶଙ୍କ ସହ ଦେଖିବାକୁ ମିଳିବ । ଜେଲରରେ ରଜନୀକାନ୍ତ, ମୋହନଲାଲ ଓ ପ୍ରିୟଙ୍କା ମୋହନଙ୍କ ଭଳି ଷ୍ଟାରଙ୍କ ସହ ତମନା କାମ କରୁଥିବା ଦେଖିବାକୁ ମିଳିବ ।
୩୩ ବର୍ଷୀୟା ତମନ୍ନା ୨୦୦୫ ମସିହାରେ ଚାନ୍ଦ ସା ରୋଶନ୍ ଚେହେରା ରୁ ଆକ୍ଟିଙ୍ଗ ଜଗତରେ ପାଦ ରଖିଥିଲେ । କିନ୍ତୁ ବଲିଉଡ ରେ ତାଙ୍କୁ କାମ ନମିଳିବାରୁ, ସେତିକି ଫେମ ନ ମିଳିବାରୁ ବାଧ୍ୟ ହୋଇ ସେ ମୁହାଁଇଥିଲେ ସାଉଥ ଆଡକୁ । ତାମିଲ ରେ ସେ ଫିଲ୍ମ ଶ୍ରୀ ରୁ ଡେବ୍ୟୁ କରିଥିଲେ । ଏହାପରେ ୨୦୦୬ରେ ସେ ଚାଲିଯାଇଥିଲେ ସାଉଥ ସିନେମାକୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ