ପ୍ରେମର ସବୁ ବନ୍ଧ ବାଡ ଡେଇଁ ଆସି ପହଂଚିଲେ ଭାରତରେ । ପ୍ରେମିକ ସହ ଘର ସଂସାର କରିବାର ଆଶା ନେଇ ସାତ ଦରିଆ ପାରି କରି ଆସିଥିଲେ ସୀମା ହୈଦର । ପ୍ରେମିକ ସଚିନ ସହ ସାରାଜୀବନ ରହିବା ପାଇଁ ସବୁକିଛି ଛାଡି ଆସିଥିଲେ ପ୍ରେମିକା ସୀମା । ଦର୍ଶକବନ୍ଧୁ ଗତ କିଛିଦନ ପୂର୍ବରୁ ଆମେ ଆପଣଙ୍କୁ ଏହି ଖବର ବିଷୟରେ ଜଣାଇଥିଲୁ । ବର୍ତମାନ ସମୟରେ ଏହି ଯୋଡି ପୁଣିଥରେ ଅଛନ୍ତି ଚର୍ଚ୍ଚାରେ । ସୋସିଆଲ ମିଡିଆଠୁ ଆରମ୍ଭ କରି ସବୁ ସ୍ଥାନରେ ଏବେ ସୀମା, ସଚିନଙ୍କ ଲଭ୍ ଷ୍ଟୋରୀ ଚର୍ଚ୍ଚା ସାଉଁଟୁଛି । ସାମନ ଭାବେ ଏହାକୁ ନେଇ ଅନେକ ପ୍ରଶ୍ନ ବି ଉଠୁଛି । ସବୁଠୁ ଇଙ୍ଗ ପ୍ରଶ୍ନ ଏହା ଯେ, ସୀମା ଭାରତରେ କେମିତି ପ୍ରବେଶ କଲେ । ସୀମାଙକ୍ ନିକଟରୁ ୪ଟି ଫୋନ ଜବତ ହୋଇଥିଲା ବେଳେ ପାକିସ୍ତାନର ଫୋନ ଭାଙ୍ଗିଲା କାହିଁକି । ଯଦି ପ୍ରେମଜନିତ ମାମଲା ଥିଲା, ତାହେଲେ ଚାଟ୍ କାହିଁକି ଡିଲେଟ୍ ହେଲା । ଏବେ ସୁରକ୍ଷା ଏଜେନ୍ସିଙ୍କ ରାଡାରରେ ଅଛନ୍ତି ସୀମା ।
କହିରଖିବୁ କି, ଗ୍ରେଟର ନୋଏଡାରେ ତାଙ୍କ ପ୍ରେମିକ ସଚିନଙ୍କ ସହ ରହୁଛନ୍ତି ସୀମା । ଭାରତରେ ପହଞ୍ଚିବା ପରେ ସୀମା ନିଜକୁ ସୁରକ୍ଷିତ ମଣୁଛନ୍ତି, କିନ୍ତୁ ସେ ଗୋଟିଏ କଥା ପାଇଁ ଚିନ୍ତିତ ଅଛନ୍ତି । ଯଦି ତାଙ୍କୁ ପାକିସ୍ତାନକୁ ପଠାଯାଏ ତେବେ ତାଙ୍କ ସହିତ କ’ଣ ହେବ । ଏହି ପ୍ରଶ୍ନ ପଚାରିବା ମାତ୍ରେ କାନ୍ଦି ଉଠୁଛନ୍ତି ସୀମା ।
ପାକିସ୍ତାନରୁ ଭାରତ ଆସିଥିବା ସୀମା ହୈଦର ଓ ପ୍ରୟାଗରାଜର ସଚିନଙ୍କ ପ୍ରେମ କାହାଣୀ ଆଜିକାଲି ସମସ୍ତଙ୍କ ମୁହଁରେ ଅଛି । ପାକିସ୍ତାନରୁ ଶାରଜା । ଶାରଜାରୁ ନେପାଳ ଓ ତା’ପରେ ନେପାଳରୁ ଭାରତ । ଏଠାରେ ପହଞ୍ଚିବା ପାଇଁ ସୀମା ହୈଦରଙ୍କ ଯାତ୍ରା ନିଶ୍ଚିତ ଭାବରେ କଷ୍ଟସାଧ୍ୟ ଥିଲା । କିନ୍ତୁ ବର୍ତ୍ତମାନ ସଚିନଙ୍କୁ ପାଇବା ପରେ ସେ ବହୁତ ଖୁସି ଅଛନ୍ତି । ସେ ବର୍ତ୍ତମାନ କେବଳ ଭାରତରେ ରହିବାକୁ ଚାହୁଁଛନ୍ତି । ସେ କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ସେ ସ୍ୱୀକାର କରି ନେଇଥିଲେ ଯେ ସେ ହୁଏତ ଆଉ ସଚିନଙ୍କୁ ଭେଟି ପାରିବେ ନାହିଁ ।
ତା’ପରେ ସ୍ଥିର କଲେ ଯେ ଯାହା ହେଉନା କାହିଁକି, ସେ ନିଶ୍ଚିତ ଭାବରେ ନିଜ ପିଲାମାନଙ୍କ ସହିତ ଭାରତ ଆସିବେ ଓ ଏଥିପାଇଁ ତାଙ୍କ ସହିତ ଯାହା ହେଉଛି ହେଉ । ପବଜି ଗେମରୁ ଆରମ୍ଭ ହୋଇଥିବା ପ୍ରେମକୁ ପାଇବା ପାଇବା ପାଇଁ ସେ ଅନେକ ଉଦ୍ୟମ କରିଛନ୍ତି । ସୀମାଙ୍କ ଏହି ପ୍ରୟାସ ମଧ୍ୟ ଫଳ ଦେଇଥିଲା । ସେ ଜଣେ ଟ୍ରାଭେଲ ଏଜେଣ୍ଟଙ୍କ ସାହାଯ୍ୟ ନେଇଥିଲେ । ସେ କିପରି ଭାରତ ଯାଇପାରିବେ ସେ ତାଙ୍କୁ କହିଥିଲେ । ମାର୍ଚ୍ଚରେ ନେପାଳରେ ସଚିନ ଓ ସୀମା ପରସ୍ପର ଭେଟିଥିଲେ । ଉଭୟ ନେପାଳରେ ୭ ଦିନ ଏକାଠି ରହିଥିଲେ ।
ପାକିସ୍ତାନରୁ ପଳାଇ ଆସି ଦିଲ୍ଲୀ ନିକଟରେ ଥିବା ଗ୍ରେଟର ନୋଏଡାର ରାବପୁରାରେ ରହୁଥିବା ସୀମା ହୈଦର ଏବେ ମଧ୍ୟ ଯାଞ୍ଚ କାରୀ ଏଜେନ୍ସିର ରାଡାରରେ ଅଛନ୍ତି । ବେଆଇନ ଭାବେ ଭାରତରେ ପ୍ରବେଶ କରି ଗିରଫ ହୋଇଥିବା ସୀମା ହୈଦର ବର୍ତ୍ତମାନ ଅନେକ ଏଜେନ୍ସିର ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି, କିନ୍ତୁ ବର୍ତ୍ତମାନ ବହୁତ କିଛି ଏପରି କଥା ଅଛି ଯାହାକୁ ନେଇ ତାଙ୍କୁ କ୍ଲିନ୍ ଚିଟ୍ ଦିଆଯାଇନାହିଁ ।
ବାସ୍ତବରେ ସୀମାଙ୍କ କଥିତ ଭାଷା ସମ୍ପୂର୍ଣ୍ଣ ଭିନ୍ନ । ହିନ୍ଦୀ ଭାଷାରେ ତାଙ୍କର ଭଲ କମାଣ୍ଡ ଅଛି । ମୂଳତଃ ପାକିସ୍ତାନର ବଲୁଚିସ୍ତାନରୁ ଆସିଥିବା ସୀମା ହିନ୍ଦୀ ଭାଷାରେ ପାରଙ୍ଗମ ଓ ମାତୃଭାଷା ବାଲୋଚ ହୋଇଥିଲେ ମଧ୍ୟ ଇଂରାଜୀ ଭାଷାରେ ଭଲଭାବେ କହିପାରନ୍ତି । ସୀମା ହାୟଦାର କହିଛନ୍ତି ଯେ ତାଙ୍କ ଘର ସିନ୍ଧ ପ୍ରଦେଶରେ ଥିଲା ଓ ସେ ଅଧିକ ଶିକ୍ଷିତ ନୁହଁନ୍ତି । କିନ୍ତୁ ସେ ବର୍ତ୍ତମାନ ପର୍ୟ୍ୟନ୍ତ ପୋଲିସ ଓ ଗଣମାଧ୍ୟମକୁ ଯେପରି ଉତ୍ତର ଦେଉଛନ୍ତି, ତାହା ଯାଞ୍ଚକାରୀ ସଂସ୍ଥାଗୁଡ଼ିକର ସନ୍ଦେହକୁ ଆହୁରି ବଢାଇ ଦେଇଛି ।
ଯାଞ୍ଚକାରୀ ସଂସ୍ଥା ସୀମାଙ୍କ ମୋବାଇଲ୍ ଫୋନର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛନ୍ତି ଓ ତାଙ୍କ ଠିକଣା ଏବଂ ସମଗ୍ର ପରିବାର ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛନ୍ତି । ଏହା ସହିତ ସୀମାଙ୍କ ନିକଟରୁ ମିଳିଥିବା ଚାରି ପିଲାଙ୍କ ପାସପୋର୍ଟ ମଧ୍ୟ ଯାଞ୍ଚ କରାଯାଉଛି ।
ସୀମା ଦାବି କରିଛନ୍ତି ଯେ ପାକିସ୍ତାନର ସେ ଯେଉଁଠାରୁ ଆସିଛନ୍ତି ସେହି ଅଞ୍ଚଳରେ ମହିଳାଙ୍କ ଉପରେ ଅନେକ ଅତ୍ୟାଚାର ହେଉଛି । ଏପରି ପରିସ୍ଥିତିରେ, ଯଦି ସେ ବର୍ତ୍ତମାନ ଫେରିଯାଆନ୍ତି, ତେବେ ତାଙ୍କ ଜୀବନ ମଧ୍ୟ ବିପଦରେ ଅଛି । ଏହି ସମୟରେ, ଟିଭିର ଏକ କାର୍ୟ୍ୟକ୍ରମରେ ସୀମା ସାଉଦି ଆରବରେ ରହୁଥିବା ତାଙ୍କ ସ୍ୱାମୀଙ୍କ ସହ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । କିଛି ସମୟ ପରେ ୟୁପି ପୋଲିସର ଏକ ଟିମ୍ ସୀମା ଓ ସଚିନଙ୍କୁ ପୁଣି ପଚରାଉଚରା କରିଥିଲେ । ପ୍ରାୟ ଏକ ଘଣ୍ଟା ଧରି ଉଭୟଙ୍କୁ ପଚରାଉଚରା କରାଯାଇଥିଲା ଓ ସେମାନଙ୍କ ବୟାନ ନିଆଯାଇଥିଲା।
ଯଦିଓ ସୀମା ଭାରତୀୟ ନାଗରିକତ୍ୱ ପାଇଁ ସରକାରଙ୍କୁ କ୍ରମାଗତ ଭାବରେ ନିବେଦନ କରୁଛନ୍ତି, ତଥାପି ସେ ସଚିନଙ୍କୁ ଆଇନଗତ ଭାବରେ ବିବାହ ନକରିବା ଓ ପତ୍ନୀଙ୍କ ଅଧିକାର ନ ପାଇବା ପର୍ୟ୍ୟନ୍ତ ଭାରତୀୟ ନାଗରିକତା ପାଇପାରିବେ ନାହିଁ ଜଣାପଡିଛି ।

