20 C
Odisha
Sunday, March 8, 2026

କୁକୁରଙ୍କ ସହ ଧୋନୀଙ୍କ ବାର୍ଥ ଡେ ସେଲିବ୍ରେସନ

ଭାରତୀୟ ଟିମର ସେ ହେଉଛନ୍ତି ପୂର୍ବତନ କପ୍ତାନ । କ୍ୟାପଟେନ କୁଲ ଭାବେ ସେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ବେଶ୍ ପରିଚିତ । ଜଣେ ସଫଳ ଅଧିନାୟକଙ୍କ ମଧ୍ୟରୁ ଅନନ୍ୟ ହେଉଛନ୍ତି ଧୋନୀ । ନୂଆ ନୂଆ କ୍ରିକେଟ ଖେଳିବାକୁ ଆସୁଥିବା ପ୍ଲେୟାରଙ୍କ ପାଇଁ ମାହି ହେଉଛନ୍ତି ଆଇକନ୍ । ଯାହାଙ୍କ ପରି କ୍ରିକେଟ ଖେଳିବାକୁ ସମସ୍ତେ ଚାହାଁନ୍ତି । ଭାରତକୁ ସେ ଦେଇଛନ୍ତି ତିନୋଟି ଆଇସିସି ଟ୍ରଫି । ଧୋନୀଙ୍କ ନିଆରା ଅନ୍ଦାଜ୍ ସବୁବେଳେ ଫ୍ୟାନ୍ସଙ୍କ ହୃଦୟ ଜିତେ । ଧୋନୀଙ୍କୁ ନେଇ ଅନେକ ଉଦାହରଣ ମଧ୍ୟ ରହିଚି । ପ୍ରଫେସନାଲ ଲାଇଫଠୁ ଆରମ୍ଭ କରି ପର୍ସନାଲ ଲାଇଫ ଯାଏଁ ସବୁବେଳେ ଚର୍ଚ୍ଚାରେ ଥଆନ୍ତି ମାହି । ଅବଶ୍ୟ ସୋସିଆଲ ମିଡିଆରେ ଖୁବ୍ କମ୍ ଆକ୍ଟିଭ ରୁହନ୍ତି ଏହି କ୍ରିକେଟର ଜଣଙ୍କ । ହେଲେ ଫ୍ୟାନ୍ସ ସବୁବେଳେ ଅନୁସରଣ କରନ୍ତି ନିଜର ଏହି ପ୍ରିୟ ଖେଳାଳୀଙ୍କୁ ।
ଆଉ ଏବେ ମଧ୍ୟ କିଛି ଏମିତି କରିି ସେ ପୁଣି ଫ୍ୟାନ୍ସଙ୍କ ଠାରୁ ସାଉଁଟିଛନ୍ତି ଢେରସାରା ପ୍ରଂଶସା । ହଁ ଦର୍ଶକବନ୍ଧୁ ଏବେ ୪୨ ବର୍ଷରେ ପାଦ ଦେଇଛନ୍ତି କ୍ୟାପଟେନ କୁଲ । ଧୋନୀଙ୍କୁ ଫ୍ୟାନ୍ସଙ୍କ ଠାରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ମିଳିଛି । ଯାହାକୁ ନେଇ ଧୋନୀ ବେଶ୍ କୃତଜ୍ଞ ତାଙ୍କ ଫ୍ୟାନ୍ସ ଓ ଫଲୋଅର୍ସଙ୍କ ପାଖରେ । ନିଜ ଜନ୍ମଦିନକୁ ଟିକିଏ ଭିନ୍ନ ତରୀକାରେ ପାଳନ କରିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଚି ।
ଗତ ଶୁକ୍ରବାର ୪୨ତମ ଜନ୍ମଦିନ ସେଲିବ୍ରେସନ କରିଥିଲେ ଏମଏସ । ସଚିନଙ୍କ ସମେତ ଅନେକ ପ୍ରସିଦ୍ଧ କ୍ରିକେଟର ତାଙ୍କୁ ବାର୍ଥ ଡେ ୱିସ୍ କରିଥିଲେ । ହେଲେ ଇଣ୍ଟରନେଟ ପ୍ଲାଟଫର୍ମରେ ଯେଉଁ ଭିଡିଓ ଘୁରିବୁଲୁଛି, ସେଠି କିନ୍ତୁ ଅଲଗା କିଛି ଚିତ୍ର ଦେଖିବାକୁ ପାଇଛନ୍ତି ତାଙ୍କ ଫ୍ୟାନ୍ସ । ଧୋନୀ ନିଜ କୁକୁରଙ୍କ ସହ ଖୁସିରେ ମନାଇଛନ୍ତି ନିଜର ଜନ୍ମଦିନ । ଆପଣ ଦେଖିପାରୁଥିବେ ଧୋନୀ କିପରି ନିଜ ଡଗୀମାନଙ୍କ ସହ ବାର୍ଥ ଡେ ସେଲିବ୍ରେସନ କରୁଛନ୍ତି ଏବଂ ସେମାନଙ୍କୁ କେକ୍ ଖୁଆଉଛନ୍ତି ।
ଧୋନୀଙ୍କର ଏହି ସୁନ୍ଦର ଭିଡିଓ ଏବେ ପ୍ରତିଟି ଫ୍ୟାନ୍ସଙ୍କ ମୋବାଇଲରେ କରୁଛି ଏଣ୍ଟରଟେନ୍ । ୟୁଜର୍ସ ଏହାକୁ ଦେଖିବା ପରେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
ତେବେ କହିରଖିବୁ କି, ୧୯୮୧ ମସିହା ଜୁଲାଇ ୭ ତାରିଖରେ ରାଂଚୀରେ ଜନ୍ମଗ୍ରଣ କରିଥିଲେ ଧୋନୀ । ଭାରତୀୟ ଟିମର ଏହି ପୂର୍ବତନ କପ୍ତାନଙ୍କ ଅଧୀନରେ ଟିମ୍ ଇଣ୍ଡିଆ ଜିତିଥିଲା ୨୦୧୧ ବିଶ୍ୱକପ୍ । ଏହାବ୍ୟତୀତ ଭାରତ ୨୦୦୭ ଟି୨୦ ଏବଂ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଟାଇଟଲ ନିଜ ନାମରେ କରିଥିଲା । କ୍ରିକେଟ ଇତିହାସର ସଫଳ କ୍ୟାପଟେନମାନଙ୍କ ଭିତରେ ହୁଏ ଧୋନୀଙ୍କ ଗଣତି । ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର କପ୍ତାନୀ କରନ୍ତି ଏବଂ ତାଙ୍କ କପ୍ତାନୀରେ ଚେନ୍ନାଇ ସୁପର କିଙ୍ଗସ ୫ ଥର ଜିତିସାରିଛି ଆଇପିଏଲ ଟ୍ରଫି ।
ତେବେ ଦର୍ଶକବନ୍ଧୁ ଯଦି ଆପଣ ଧୋନୀଙ୍କ ଫ୍ୟାନ୍ ତେବେ ତାଙ୍କ ବିଷୟରେ ଆଉ କଣ ଅଧିକ ଜାଣିଛନ୍ତି, ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ