ଭାରତରେ ଖେଳିବେ ପାକିସ୍ତାନୀ ଖେଳାଳି । ଆଇପିଏଲରେ ଦେଖାଇବେ ଜଲଓ୍ୱା । ଆପଣଙ୍କୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥିବା । ଆପଣ ଭାବୁଥିବେ ପାକିସ୍ତାନୀ ଖେଳାଳିଙ୍କୁ ମନା ଆଇପିଏଲ । ସେମାନଙ୍କୁ ଭାରତରେ ଏଣ୍ଟ୍ରି ନାହିଁ । ହେଲେ ଏହା କେମିତି ସମ୍ଭବ ହୋଇପାରିବ । ତେବେ ପ୍ରକୃତରେ କିଛି ଏମିତି ଘଟିଛି । ଜଣେ ପାକିସ୍ତାନୀ ଖେଳାଳି ଆଇପିଏଲ ଖେଳିବାକୁ ଛାଡିବାକୁ ରାଜି ଅଛନ୍ତି ନିଜ ଦେଶ ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ । ବିଶ୍ୱରେ ଏକ ପପୁଲାର ଲିଗ୍ ମ୍ୟାଚ୍ । ଏହାକୁ ଦେଖନ୍ତୁ କୋଟିକୋଟି ଲୋକ । ଦେଶ ତଥା ଦେଶ ବାହାରେ ଏହାର କ୍ରେଜ୍ ରହିଛି । କାରଣ ଏଥିରେ ବାହାର ଟିମ୍ ଖେଳାଳି ସାମିଲ ଥାନ୍ତି । ଅଷ୍ଟ୍ରେିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଭଳି ଦେଶର ଖେଳାଳି ଖେଳନ୍ତି ଆଇପିଏଲ । ହେଲେ ପାକିସ୍ତାନୀ ଖେଳାଳିଙ୍କୁ ଏବେ ଦିଆଯାଉନି ସୁଯୋଗ । ପୂର୍ବରୁ ଆଇପିଏଲ ଖେଳୁଥିଲେ ପାକିସ୍ତାନୀ ପ୍ଲେୟାର । କିନ୍ତୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖଟା ହେବା ପରେ ବଦଳିଗଲା ସ୍ଥିତି ।
ଏବେ କିନ୍ତୁ ଆଇପିଏଲ ଖେଳିବା ପାଇଁ ପାଗ ଭିଡିଛନ୍ତି ଜଣେ ଷାଟ୍ ପାକିସ୍ତାନୀ ପ୍ଲେୟାର । ଯାହାକୁ ନେଇ ସେ କରିଛନ୍ତି ଘୋଷଣା । ଆଉ ଆଇପିଏଲ ଖେଳିବାକୁ କେତେ ଆଗ୍ରହୀ ତାହା ମଧ୍ୟ କହିଛନ୍ତି । ତେବେ ଏହି ଖେଳାଳି ହେଲେ ପାକିସ୍ତାନୀ ଫାଷ୍ଟ୍ ବୋଲର ମହମ୍ମଦ ଆମିର୍ । ସେ ନିଜ ଦେଶ ଛାଡି ଭାରତର ଏକ ଟିମ୍ ସହ ସାମିଲ ହୋଇପାରନ୍ତି । ହେଲେ ଏଥିପାଇଁ ସେ ଆଗକୁ ନେବେ କିଛି ବଡ ନିଷ୍ପତ୍ତି ।
ରିପୋର୍ଟ ଅନୁସାରେ, ଆମିରଙ୍କୁ 2024ରେ ମିଳିପାରେ ବ୍ରିଟେନ୍ ପାସପୋର୍ଟ । କାରଣ ସେ 2016ରେ ନରଜିସ୍ ଖାନଙ୍କୁ କରିଥିଲେ ବିବାହ । ନରଜିଶ ହେଲେ ବ୍ରିଟେନ୍ ନାଗରିକ । ତେମୁ ଆମିରଙ୍କୁ ସହଜରେ ମିଳିଯିବ ବ୍ରିଟେନର ସିଟିଜେନସିପ୍ । ଏମିତି ବି 2016ରେ ଇଂଲଣ୍ଡରେ ରହି ଆସୁଛନ୍ତି ନର୍ଗିସ୍ ଏବଂ ଆମିର୍ । ଆର ବର୍ଷ ସମେନାଙ୍କ ରହଣୀକୁ ପୁରିବ 4 ବର୍ଷ । ଯେଉଁଥି ପାଇଁ ବ୍ରିଟେନ୍ ସିଟିଜେନସିପ୍ ପାଇବାକୁ ଯୋଗ୍ୟ ହେବେ ଆମିର୍ ।
ଯଦି ସବୁ କିଛି ଠିକ୍ ହୁଏ, ତାହାଲେ 2024ରେ ଆରସିବି ପାଇଁ ଖେଳିପାରନ୍ତି ଆମିର୍ । ଏନେଇ ନିଜେ ସୂଚନା ଦେଇଛନ୍ତି ପାକିସ୍ତାନର ଏହି ଫାଷ୍ଟ୍ ବୋଲର । ତାଙ୍କ କହିବା କଥା ହେଲା ସେ ଭଲ ବୋଲିଂ କରୁଥିଲେ । କିନ୍ତୁ ମ୍ୟାଚ୍ ଫିକ୍ସିଂ ଜାଲରେ ଫସି ଯାଇଥିଲେ । ଫଳରେ ବରବାଦ ହୋଇଯାଇଥିଲା ତାଙ୍କ କ୍ୟାରିଅର୍ । ଏମିତିକି ପାକିସ୍ତାନ୍ ଟିମରେ ମଧ୍ୟ ଜାଗା ମିଳିନଥିଲା । ତେବେ 2009ରେ ଡେବ୍ୟୁ କରିଥିଲେ ଆମିର୍ । ଆଉ 2019ରେ ପାକିସ୍ତାନ୍ ପାଇଁ ଖେଳିଥିଲେ ଶେଷ ଲିଗ୍ ମ୍ୟାଚ୍ । ଏହାରି ଭିତରେ ସେ ଖେଳିଛନ୍ତି 36 ଟେଷ୍ଟ୍ । ଆଉ ନେଇଛନ୍ତି 119 ଓ୍ୱିକେଟ୍ । ଏହାସହ 61ଟି ଦିନିଆରେ ହାସଲ କରିଛନ୍ତି 81 ଓ୍ୱିକେଟ୍ । ଆହୁରି ମଧ୍ୟ 50ଟି ଟି20ରୁ 59 ଓ୍ୱିକେଟ୍ ଅକ୍ତିଆର୍ କରିଛନ୍ତି ଆମିର୍ ।

